ETV Bharat / state

ହାଇକୋର୍ଟରେ ବଢିବ ବିଚାରପତିଙ୍କ ସଂଖ୍ୟା, ଆଇନଜୀବୀ ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାଁ ସୁପାରିଶ

author img

By

Published : Aug 17, 2023, 10:09 PM IST

Updated : Aug 18, 2023, 1:13 PM IST

ଓଡିଶା ହାଇକୋର୍ଟରେ ବଢିବ ବିଚାରପତିଙ୍କ ସଂଖ୍ୟା । ଖୁବଶୀଘ୍ର ନିଯୁକ୍ତି ହେବେ ଦୁଇ ଜଣ ବିଚାରପତି । ଏନେଇ ଆଜି ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କରିଛନ୍ତି । ଅଧିକ ପଢନ୍ତୁ

ହାଇକୋର୍ଟ ବିଚାରପତି ପାଇଁ ଦୁଇ ଜଣଙ୍କ ନାଁ ସୁପାରିଶ

କଟକ: ବଢିବ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା । ଦୁଇ ଜଣଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟଙ୍କ କଲେଜିୟମ । ଆଇନଜୀବୀ ଶିବଶଙ୍କର ମିଶ୍ର ଓ ଜୁଡିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟଙ୍କ କଲେଜିୟମ ।

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିବାକୁ ଯାଉଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ଏସ.କେ.କୌଲ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିଏମ ଏ ସଂପର୍କିତ ପ୍ରସ୍ତାବକୁ ‌ଅନୁମୋଦନ ପ୍ରଦାନ କରିଛନ୍ତି । ୨୦୨୩, ଜାନୁଆରି ୧୭ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅନ୍ୟ ଦୁଇ ବରିଷ୍ଠ ବିଚାରପତିଙ୍କ ସହିତ ପରାମର୍ଶ କରି ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାଁ ସୁପାରିସ କରିଥିଲେ । ଏହି ସୁପାରିସ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସହମତ ହୋଇଥିଲେ । ଏହାପରେ ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗ୍ରହଣ କରାଯିବା ସହିତ ଏନେଇ ସୁପାରିସ କରାଯାଇଛି ।

ଏହାବି ପଢନ୍ତୁ- ଶପଥ ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର

ଏହାବି ପଢନ୍ତୁ- ଓଡ଼ିଶା ହାଇକୋର୍ଟର ବିଚାରପତି ଲାଗି ୩ ଜଣଙ୍କ ନାଁ ସୁପାରିଶ

ଏହାବି ପଢନ୍ତୁ- ବଲାଙ୍ଗୀର ପୁଅ ହାଇକୋର୍ଟର ବିଚାରପତି, ଜିଲ୍ଲାରେ ଖୁସିର ମାହୋଲ

ଶିବଶଙ୍କର ମିଶ୍ର ଜୟପୁରରେ ୧୯୬୮, ମେ ୩ରେ ଜନ୍ମଗ୍ରହଣ କରିଥିଲେ । କୋରାପୁଟର ଜୟପୁର ଲ' କଲେଜରୁ ସେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ୧୯୯୧ରୁ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ଶିବଶଙ୍କର କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ବ ତୁଲାଇବେ । ବରିଷ୍ଠ ଆଇନଜୀବୀ ଶିବ ଶଙ୍କର ମିଶ୍ରଙ୍କ ନିକଟରେ ଦୀର୍ଘ 30 ବର୍ଷର ଅଭିଜ୍ଞତା ରହିଛି । ବରିଷ୍ଠ ଆଇନଜୀବୀଙ୍କ ନିକଟରେ ଉଭୟ ଦେଓ୍ବାନୀ ଏବଂ ଅପରାଧିକ ମାମଲା ପରିଚାଳନାରେ ସର୍ବୋତ୍ତମ ଦକ୍ଷତା ରହିଛି ।

ଆନନ୍ଦ ଚନ୍ଦ୍ର ବେହେରା ୧୯୬୪, ମେ ୨୩ରେ ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ଆନନ୍ଦ ଚନ୍ଦ୍ର ବେହେରା ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବରେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେଶାଗତ ଭାବମୂର୍ତ୍ତି ରହିଛି ।

ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍ ରେକର୍ଡ ଅଛନ୍ତି ଶିବଶଙ୍କର ମିଶ୍ର । ସୁପ୍ରିମକୋର୍ଟରେ ସେ ଓଡ଼ିଶା ହାଇକୋର୍ଟ ଓ ‌କେନ୍ଦ୍ର ସରକାରଙ୍କ ପାଇଁ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଛନ୍ତି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଶିବଶଙ୍କର ମିଶ୍ର ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କଲେଜିୟମ ସଂପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ସେହିଭଳି ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ସମାନ ଭାବେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆନନ୍ଦ ଚନ୍ଦ୍ର ବେହେରା ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ସଂପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ହାଇକୋର୍ଟ କଲେଜିୟମ ଅନ୍ୟ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ନାଁ ଅନୁମୋଦନ ନ କରି, ବିଚାରପତି ଭାବେ ନିଯୁକ୍ତି ପାଇଁ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶା ହାଇକୋର୍ଟ କଲେଜିୟମରେ ଗ୍ରହଣ କରାଯାଇଥିବା ପ୍ରସ୍ତାବରେ ଏନେଇ କେତେକ କାରଣ ଦର୍ଶାଯାଇଥିଲା । ହାଇକୋର୍ଟ କଲେଜିୟମ ମତ ସହିତ ସୁପ୍ରିମକୋର୍ଟ କଲେଜିୟମ ସହମତ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ଇଟିଭି ଭାରତ, କଟକ

Last Updated : Aug 18, 2023, 1:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.