ETV Bharat / state

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ, ରାଜ୍ୟର ବିଭିନ୍ନ କଲେଜରେ ଛାତ୍ରୀଙ୍କୁ ଅସଦାଚରଣ କରୁଛନ୍ତି ଅଧ୍ୟାପକ - ଶିକ୍ଷାନୁଷ୍ଠାନରେ ଅସୁରକ୍ଷିତ ଛାତ୍ରୀ

ଶିକ୍ଷାନୁଷ୍ଠାନରେ ଅସୁରକ୍ଷିତ ଛାତ୍ରୀ, ଅଧ୍ୟାପକ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ । ଅଧ୍ୟାପକକଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ତାଲିକା । ଅଧିକ ପଢନ୍ତୁ

ଛାତ୍ରୀଙ୍କୁ ଅସଦାଦାତରଣ କରୁଛନ୍ତି ଅଧ୍ୟାପକ
ଛାତ୍ରୀଙ୍କୁ ଅସଦାଦାତରଣ କରୁଛନ୍ତି ଅଧ୍ୟାପକ
author img

By

Published : Nov 19, 2022, 12:45 PM IST

Updated : Nov 19, 2022, 1:13 PM IST

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ପରି ମନ୍ଦିରରେ ଅସୁରକ୍ଷିତ ଛାତ୍ରୀ । ଗୁଣାତ୍ମକ ଶିକ୍ଷା ବଦଳରେ ଛାତ୍ରୀଙ୍କୁ ଅସଦାଚରଣ କରୁଛନ୍ତି ଅଧ୍ୟାପକ । ଫଳରେ ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗୁଛି କଳଙ୍କର ଛିଟା । ଗତ କିଛି ଦିନ ହେବ ଏପରି ଘଟଣା ବହୁ ମହାବିଦ୍ୟାଳୟ ଘଟୁଥିବାର ଅଭିଯୋଗ ବାରମ୍ଭାର ସାମ୍ନାକୁ ଆସିବାରେ ଲାଗିଛି । କିଏ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଛି ତ ଆଉ କିଏ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛି । ଅଧ୍ୟାପକଙ୍କ ଏଭଳି କାରନାମା ବିରୋଧରେ କିଛି ଛାତ୍ରୀ ସାମ୍ନାକୁ ଆସି ପ୍ରତିବାଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ଆଉକିଛି ଘଟଣା ଚାପି ହୋଇ ରହିଯାଉଛି । ଏହି ଘଟଣାକୁ ଗୁରୁତ୍ବର ସହ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷାବିତ୍ ଓ ଅଭିଭାବକ ମହଲରେ ଦାବି ଉଠୁଛି ।

ରାଜ୍ୟର ବିଭିନ୍ନ କଲେଜରେ ଛାତ୍ରୀଙ୍କୁ ଅସଦାଚରଣ କରୁଛନ୍ତି ଅଧ୍ୟାପକ

ସଦ୍ୟ ଘଟିଥିବା ରାଜ୍ୟର ଏକ ପ୍ରମୁଖ ତଥା ଜଣାଶୁଣା ସରକାରୀ କଲେଜ ଅଧ୍ୟାପକଙ୍କ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଉଛି । ହେଲେ କୌଣସି ଘଟଣାରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଭଳି ଘଟଣା ବୃଦ୍ଧି ପାଉଛି ।

ଯୁକ୍ତ ତିନିର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ କଲେଜର ଅଧ୍ୟକ୍ଷ

ଗତ କିଛିଦିନ ତଳେ କଟକର ଏକ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଯୁକ୍ତ ତିନିର ଦ୍ବିତୀୟ ବର୍ଷର ଜଣେ ଛାତ୍ରୀ ‌ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ । ଏନେଇ ସେ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖି ଅବଗତ ମଧ୍ୟ କରାଇଥିଲେ । ଏହି ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଘରୋଇ କଲେଜରେ ଛାତ୍ରୀଙ୍କୁ ମେସେଜ କରୁଥିଲେ ପ୍ରଫେସର

ସେହିପରି କିଛି ଦିନ ତଳେ ଓୟୁଏଟି ଅଧୀନ ଏକ ଘରୋଇ କଲେଜର ଛାତ୍ରୀଙ୍କୁ ରାତିଅଧିଆ ମେସେଜ ଦେଇ ଜଣେ ସହାୟକ ପ୍ରଫେସର ଅଡ଼ୁଆରେ ପଡ଼ିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀଙ୍କୁ ସମ୍ପୃକ୍ତ ସହାୟକ ପ୍ରଫେସର କିଛି ଅଶ୍ଲିଳ ମେ‌ସେଜ ପଠାଇଥିଲେ । ତଦନ୍ତ ପରେ ଦିଆଯାଇଥିବା ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା । ପରେ ଉକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ତଦନ୍ତ କମିଟି ରିପୋର୍ଟ ଆଧାରରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଗତ ୯ ତାରିଖରେ ନିଲମ୍ବିତ କରିଥିଲେ ।

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଅଧ୍ୟାପକ

ନହରକଣ୍ଟାସ୍ଥିତ ଏକ କଲେଜର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା । କଲେଜର ଯୁକ୍ତ ତିନି ବିଜ୍ଞାନ ଛାତ୍ରୀ ମାସ ମାସ ଧରି ଅଧ୍ୟାପକଙ୍କ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଥିଲେ । କର୍ତ୍ତୃପକ୍ଷ ଘଟଣା ଚାପିବାକୁ ଉଦ୍ୟମ କରିବା ପ‌େ‌ର ଛାତ୍ରୀଜଣକ ଉଚ୍ଚଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଥିଲେ । ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରିବା ସହ ଯଥାଶୀଘ୍ର ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଛାତ୍ରୀଙ୍କୁ ଅଧ୍ୟାପକ ଦୁର୍ବ୍ୟବହାର

ଚଳିତବର୍ଷ ଜାନୁଆରୀ ମାସରେ ରାଜଧାନୀର ଆଉ ଏକ କଲେଜର ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ କଲେଜରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକ ବନ୍ଦ କରିବା ସହ ରାସ୍ତାରୋକ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା, ଅଭିଯୁକ୍ତଙ୍କ ମଧ୍ୟରେ BJDର ଛାତ୍ର ନେତା

ଗତ ଏପ୍ରିଲ ମାସରେ ଯାଜପୁର ଜିଲ୍ଲାର ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ ସମାନ ଅଭିଯୋଗ ଆସିଥିଲା । ଏପରିକି ୨୦୨୨ ମସିହାରେ ଅନେକ ଅଭିଯୋଗ ଆସିଲେନି । ଆଉ ଅନେକ ମାମଲା ମଧ୍ୟ ଲୁଚି ଯିବା ସହ ଚପାଇ ଦିଆଯାଉଛି । ଫଳରେ ଛାତ୍ରୀଙ୍କ ସୁରକ୍ଷା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଏହାକୁ ନେଇ ଶିକ୍ଷାବିତ ଜଲିଲ ଖାନ କହିଛନ୍ତି ଯେ, ''କଲେଜରେ ଆଣ୍ଟିଂ ରାଗିଂ ସେଲ ସହ ଅଧ୍ୟାପକଙ୍କ ବିରୋଧରେ ଆସୁଥିବା ଅଭିଯୋଗର ତଦନ୍ତ ପାଇଁ କମିଟି ରହୁ । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ତିନିଦିନ ଭିତରେ ସେମାନଙ୍କୁ ଦଣ୍ଡିତ କରାଯିବାର ବ୍ୟବସ୍ଥା କରାଯିବା ଦରକାର । ଏହାଫଳରେ ସମସ୍ତେ ସାବଧାନ ରହିବେ । ସେହିପରି ଛାତ୍ରୀମାନେ ଏଭଳି ଘଟଣାରେ ଡରି ନଯାଇ ପରିବାର ବର୍ଗ ସମେତ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣନ୍ତୁ ବୋଲି ସେ କହିଛନ୍ତି ।''

ଅନ୍ୟପଟେ ଓଡ଼ିଶା ଅଭିଭାବକ ମହାସଂଘ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ କହିଛନ୍ତି, ''ସୃଷ୍ଟିରେ ଗୁରୁ-ଶିଷ୍ୟର ସମ୍ପର୍କ ଅନନ୍ୟ । ଯଦି କୌଣସି ଅଧ୍ୟାପକ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି କିମ୍ବା ଖରାପ ବ୍ୟବହାର କରୁଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ । ପ୍ରତ୍ୟେକ କଲେଜରେ କମିଟି ରହିଛି । ପ୍ରତି ତିନିମାସରେ ଥରେ ବୈଠକ ବସି ଅଭିଯୋଗ ଉପରେ ବିଚାର କରାଯିବା ଆବଶ୍ୟକ । ଅଭିଯୋଗ ସତ୍ୟ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। କିନ୍ତୁ ସମସ୍ତ କମିଟି ବା ସେଲ ଗୁଡ଼ିକ କାଗଜ କଲମରେ ରହିଯାଇଛି ।''

ଏପଟେ ଜଣେ ସରକାରୀ ଅଧ୍ୟାପକ କହିଛନ୍ତି ଯେ, ''ରାଜ୍ୟର ଅନେକ କଲେଜରେ ଏଭଳି ଘଟଣା ଦେଖିବାକୁ ମିଳୁଛି । କେଉଁ ଘଟଣା ପଦାକୁ ଆସିଯାଉଛି ଆଉ କେଉଁଠି ଏହି ଘଟଣାକୁ ଚପାଇ ଦିଆଯାଉଛି । ପ୍ରଥମ କରି ଅଧ୍ୟାପକମାନେ ପାଠ ପଢ଼ାଇବାରେ ଧ୍ୟାନ ଦେବା ଆବଶ୍ୟକ । ଯେଉଁ ଅଧ୍ୟାପକମାନେ କ୍ଲାସ କରୁନାହାନ୍ତି ସେମାନଙ୍କୁ ଏ ସମସ୍ତ କାର୍ଯ୍ୟ କରିବାକୁ ସମୟ ମିଳୁଛି ବୋଲି କହିଛନ୍ତି ।''

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 19, 2022, 1:13 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.