ETV Bharat / state

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ନିରାଶ ହେଲେ ଅଭିଯୋଗକାରୀ

ଜିଲ୍ଲାପାଳଙ୍କୁ ନିଜ ଅଭିଯୋଗ ଜଣାଇବା ପାଇଁ ଦିନ 2ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ଜିଲ୍ଲାପାଳ କିମ୍ବା ବ୍ଲକ ପ୍ରଶାସନ କେହି ସେମାନଙ୍କ ଗୁହାରି ଶୁଣିନଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ଫଳରେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇନପାରି ନିରାଶ ହୋଇ ଫେରିବାକୁ ପଡିଥିଲା ଅଭିଯୋଗକାରୀମାନଙ୍କୁ ।

author img

By

Published : Jul 23, 2019, 3:44 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ପ୍ରଶାସନକୁ ଲୋକମାନଙ୍କର ନିକଟତର କରାଇବା ପାଇଁ ପ୍ରତି ସୋମବାର ବିଭିନ୍ନ ବ୍ଲକ ମାନଙ୍କରେ ଜିଲ୍ଲାପାଳଙ୍କର ଜନଶୁଣାଣି କାର୍ଯ୍ୟକ୍ରମ ହେଉଛି । ସେହିଭଳି ଗତ ସୋମବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଜିଲ୍ଲାପାଳଙ୍କର ଜନଶୁଣାଣି ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

କିନ୍ତୁ ବିଡ଼ମ୍ବନାର ବିଷୟ ସକାଳ 10ଟା ସମୟରୁ ଜିଲ୍ଲାପାଳଙ୍କୁ ନିଜ ଅଭିଯୋଗ ଜଣାଇବା ପାଇଁ ଦିନ 2ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ଜିଲ୍ଲାପାଳ କିମ୍ବା ବ୍ଲକ ପ୍ରଶାସନ କେହି ସେମାନଙ୍କ ଗୁହାରି ଶୁଣିନଥିବା ଅଭିଯୋଗ ଆସିଛି । ଆଭିଯୋଗ କରିଛନ୍ତି କଣ୍ଟାବାଡ଼ ପଞ୍ଚାୟତର ମଲିପଦର, ବାସୁଦେବପୁର ଓ କାନପୁର ଗ୍ରାମରୁ ଆସିଥିବା ଅଭିଯୋଗକାରୀ । ଆଶ୍ଚର୍ଯ୍ୟର କଥା ଜିଲ୍ଲାପାଳ ଚାଲି ଯିବାପରେ ଯେମିତି ବ୍ଲକ ପ୍ରଶାସନର ଅଧିକାରୀମାନଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା । ଫଳରେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇ ନପାରି ନିରାଶ ହୋଇ ଫେରିବାକୁ ପଡିଥିଲା ସେମାନଙ୍କୁ ।

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମୋଟ 264ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ 176ଟି ଅଭିଯୋଗ ଭତ୍ତା ଓ ବାତ୍ୟା ଫନିରେ ଘରଭାଙ୍ଗିଥିବା ସମ୍ପର୍କିତ ଥିବା ଜଣାଯାଇଛି ।

ଜନଶୁଣାଣି କାର୍ଯ୍ୟକ୍ରମରେ 6ଜଣଙ୍କୁ ରେଡ଼କ୍ରସ ଓ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୋଟ 40ହଜାର ଟଙ୍କା ସହାୟତା ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି ଜିଲ୍ଲାପାଳ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ନିରାଶ ହେଲେ ଅଭିଯୋଗକାରୀ

ଖୋର୍ଦ୍ଧା : ପ୍ରଶାସନକୁ ଲୋକମାନଙ୍କର ନିକଟତର କରାଇବାପାଇଁ ପ୍ରତି ସୋମବାର ଭିନ୍ନ ଭିନ୍ନ ବ୍ଲକ ମାନଙ୍କରେ ଜିଲ୍ଲାପାଳଙ୍କର ଜନଶୁଣାଣି କାର୍ଯ୍ୟକ୍ରମ ହେଉଛି । ସେହିଭଳି ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଜିଲାପାଳଙ୍କର ଜନଶୁଣାଣୀ ଅନୁଷ୍ଠିତ ହୋଇଛି ।

Body:କିନ୍ତୁ ବିଡ଼ମ୍ବନାର ବିଷୟ ସକାଳ 10ଟା ସମୟରୁ ଜିଲ୍ଲାପାଳଙ୍କୁ ନିଜ ଅଭିଯୋଗ ଜଣାଇବା ପାଇଁ ଦିନ ଦୁଇଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ଜିଲାପାଳ କିମ୍ବା ବ୍ଲକ ପ୍ରଶାସନ କେହି ସେମାନଙ୍କ ଗୁହାରି ଶୁଣିନଥିବା ଅଭିଯୋଗ କରିଛନ୍ତି କଣ୍ଟାବାଡ଼ ପଂଚାୟତର ମଲିପଦର,ବାସୁଦେବପୁର ଓ କାନପୁର ଗ୍ରାମରୁ ଆସିଥିବା ଅଭିଯୋଗକାରୀ । ଆଶ୍ଚର୍ଯ୍ୟର କଥା ଜିଲାପାଳ ଚାଲି ଯିବାପରେ ଯେମିତି ବ୍ଲକ ପ୍ରଶାସନର ଅଧିକାରୀମାନଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା । ଫଳରେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇନପାରି ନିରାଶ ହୋଇ ଫେରିବାକୁ ପଡିଥିଲା ସେମାନଙ୍କୁ ।

Conclusion:ଆଜି ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ମୋଟ 264ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ 176ଟି ଅଭିଯୋଗ ଭତା ଓ ବାତ୍ୟା ଫନିରେ ଘରଭାଙ୍ଗିଥିବା ସଂପର୍କିତ ଥିବା ଜଣାଯାଇଛି । ଛଅ ଜଣଙ୍କୁ ରେଡ଼କ୍ରସ ଓ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୋଟ 40ହଜାର ଟଙ୍କା ସହାୟତା ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି ଜିଲାପାଳ ।

ବାଇଟ 1- ସିତାଂଶୁ କୁମାର ରାଉତ , ଜିଲାପାଳ
2-ଶିଶିର କୁମାର ଆଚାର୍ଯ୍ୟ, ଅଭିଯୋଗକାରୀ
3-ସୁଲୋଚନା ଦେଇ , ଅଭିଯୋଗକାରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.