ଖୋର୍ଦ୍ଧା: କୋରୋନା ସଂକ୍ରମଣକୁ ଦୂର କରିବା ପାଇଁ ରାଜ୍ୟ ସରକାର ୪ଟି ଜିଲ୍ଲାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନକୁ କଡାକଡି କରିବା ପାଇଁ ପୋଲିସ ପେଟ୍ରୋଲିଂ କରିବା ସହ ବିନା କାରଣରେ ଘରୁ ବାହାରକୁ ଆସୁଥିବା ଲୋକମାନଙ୍କୁ ଯାଞ୍ଚ ହେଉଛି । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାକୁ ମଧ୍ୟ ତଦାରଖ କରିଛନ୍ତି କିଭଳି ଭାବରେ ଗଞ୍ଜାମରୁ ଖୋର୍ଦ୍ଧା ଜିଲ୍ଲାକୁ ଲୋକମାନେ ଆସିବେ ନାହିଁ ସେଥିପାଇଁ କଡା ସୁରକ୍ଷା ସହ ପୋଲିସ ନଜର ରଖିଛି । ଏହା ସହ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ବାଲୁଗାଁର ଲକଡାଉନ ସ୍ଥିତି ସମୀକ୍ଷା କରିଛନ୍ତି ।
ଶୁକ୍ରବାର ବାଲୁଗାଁ ଚିଲିକା ବ୍ୟବସାୟ ସ୍ଥଳୀରୁ ଜଣେ ମାଛ ଗୋଦାମ ବ୍ୟବସାୟୀ କୋରୋନା ପଜିଟିଭ ବାହାରିଥିବାରୁ ସେହି ଗୋଦାମଟିକୁ ସମ୍ପୂର୍ଣ୍ଣ ଭାବେ ସିଲ କରିବା ସହ ବ୍ୟବସାୟ ସ୍ଥଳୀକୁ ସାତ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଗୋଦାମରେ ଥିବା ମାଛ ଗୁଡିକ ନଷ୍ଟ କରାଯାଇଛି । ଉକ୍ତ ଅଞ୍ଚଳ ଗୁଡିକୁ ସାନିଟାଇଜ କରି ବିଶୋଧନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଏକ ଟିମ ନେଇ ବାଲୁଗାଁ, ବାଣପୁର ଏବଂ ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ