ETV Bharat / state

ବିଜେପିର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ: ବିରାଟ ଶୋଭାଯାତ୍ର ସହ 28ରେ ଦିଲ୍ଲୀ ଯିବ ମାଟି ଭର୍ତ୍ତି କଳସ

ଅକ୍ଟୋବର 28 ତାରିଖରେ ବିରାଟ ଶୋଭାଯାତ୍ରାରେ ଭୁବନେଶ୍ୱର ଷ୍ଟେସନରୁ ଦିଲ୍ଲୀ ନିଆଯିବ ସମସ୍ତ ମାଟି କଳସ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି ରହିବେ ଉପସ୍ଥିତ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 27, 2023, 11:57 AM IST

ବିଜେପିର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ
ବିଜେପିର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ
ବିଜେପିର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ଵର ରାମମନ୍ଦିର ନିକଟସ୍ଥ ଦୀନଦୟାଲ ପାର୍କରେ ପହଞ୍ଚିବ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ବିଭିନ୍ନ ଗାଁରୁ କଳସରେ ସଂଗୃହିତ ହୋଇଥିବା ମାଟି । ଓଡ଼ିଶାର ସବୁ ବ୍ଲକ୍‌ରୁ 2 ଜଣ ଲେଖାଏଁ ମାଟି କଳସ ନେଇ ଭୁବନେଶ୍ଵର ଆସିବେ । ସମସ୍ତ ବ୍ଲକ୍‌ ସହ 350ଟି ସ୍ଥାନରୁ 700 ଜଣ କାର୍ଯ୍ୟକର୍ତ୍ତା କଳସ ଧରି ପହଞ୍ଚିବ । ସନ୍ଧ୍ୟାରେ ଶହୀଦମାନଙ୍କୁ ସମ୍ବର୍ଦ୍ଧନା ମଧ୍ୟ ଦିଆଯିବ । ଏହାପରେ 28 ତାରିଖ ବିରାଟ ଶୋଭାଯାତ୍ରାରେ ଭୁବନେଶ୍ୱର ଷ୍ଟେସନ୍‌ରୁ ଦିଲ୍ଲୀ ନିଆଯିବ ସମସ୍ତ ମାଟି କଳସ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ସକାଳ 10ଟା ବେଳେ ମାଟି କଳସକୁ ନେଇ ଆସିଥିବା ଲୋକମାନେ ଏକ ବିଶେଷ ଟ୍ରେନ୍‌ରେ ଦିଲ୍ଲୀ ଅଭିମୁଖେ ବାହାରିବେ । 31 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ମାଟି କଳସଗୁଡ଼ିକ କର୍ତ୍ତବ୍ୟ ପଥରେ ସ୍ଥାପନ କରାଯିବ । ‘ମାଟିକୁ ନମନ ବୀରଙ୍କୁ ବନ୍ଦନ’ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଯୋଡ଼ି ହେବା ପାଇଁ ଅନୁରୋଧ କରିଛି ବିଜେପି ।

ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି,"ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭିଜନ୍ ଯେଉଁଥିରେ ଶହୀଦମାନଙ୍କୁ ସମ୍ମାନ ଜଣାଉଛି ଦେଶ । ଦେଶରେ ପ୍ରତ୍ୟେକ ନାଗରିକଙ୍କୁ ଏହା ଗର୍ବ କରାଇବ । ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ଓ ନିଜକୁ ଗର୍ବ ଅନୁଭବ କରାନ୍ତୁ । ଓଡ଼ିଶା ମାଟି ବୀରମାନଙ୍କ ମାଟି । ଶହୀଦ ଜୟ ରାଜଗୁରୁଙ୍କ ଜନ୍ମ ମାଟିରୁ ପ୍ରଥମେ ମାଟି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜି ନୂଆ ଭାରତର ଚେହେରା ଦେଶର ୬ ଲକ୍ଷ ଗାଁରୁ ମାଟି ସଂଗ୍ରହ ହୋଇ କର୍ତ୍ତବ୍ୟ ପଥରେ ରଖାଯିବ । ଯାହା ଆମ ପାଇଁ ଗର୍ବ । ତେଣୁ ଓଡିଶା, ଓଡ଼ିଆ ଲୋକ ଯୁବ ପିଢ଼ିଙ୍କ ସେବା ତ୍ୟାଗ ଆଗାମୀ ଦିନ ମାନଙ୍କରେ ଭାରତ ପାଇଁ ଆହୁରି ଦୁଇ ପାଦ ଆଗକୁ ବଢ଼ିବାରେ ନିଶ୍ଚୟ ସାହାଯ୍ୟ କରିବ ।"

ଏହା ମଧ୍ୟ ପଢନ୍ତୁ...ସଂଗ୍ରହ ହେଲା ‘ମୋ ଦେଶ ମୋ ମାଟି’ କଳସ, ଅମୃତ ବାଟିକା ପାଇଁ ମାଟି ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି,"ସଂଗ୍ରହ ହୋଇଥିବା ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ‘ଅମୃତ ବାଟିକା' ନାଁରେ ସ୍ଥାପିତ ହେବ । ଏହି ‘ଅମୃତ ବାଟିକା' ‘ଏକ ଭାରତ ଶ୍ରେଷ୍ଠ ଭାରତ' ପ୍ରତିବଦ୍ଧତାର ପ୍ରତୀକ ହେବ । ସମସ୍ତଙ୍କ ପ୍ରାଣରେ ଦେଶପ୍ରେମ ଜାଗ୍ରତ ହୋଇଛି । ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.