ETV Bharat / state

ATMରେ ପଶିଲା ନାଗ, ଦେଢ ଘଣ୍ଟା ପାଇଁ ଆର୍ଥିକ କାରବାର ଠପ

author img

By

Published : Nov 30, 2022, 1:07 PM IST

ଭୁବନେଶ୍ୱରର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏସବିଆଇ ଏଟିଏମରେ ପଶିଲା ନାଗ । ପ୍ରଭାବିତ ହେଲା ଏଟିଏମର ଆର୍ଥିକ କାରବାର । ଅଧିକ ପଢନ୍ତୁ

ATMରେ ପଶିଲା ନାଗ
ATMରେ ପଶିଲା ନାଗ

ଭୁବନେଶ୍ବର: ATM ଭିତରେ ପ୍ରବେଶ କରିଲା ନାଗ ସାପ । ପ୍ରଭାବିତ ହେଲା ଏଟିଏମର ଆର୍ଥିକ କାରବାର । ଏଭଳି ଚିତ୍ର ଭୁବନେଶ୍ୱରର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏସବିଆଇ ଏଟିଏମରେ ଦେଖିବାକୁ ମିଳିଛି । ତେବେ ସାପକୁ ସ୍ନେକ ହେଲ୍ପ ଲାଇନ ଉଦ୍ଧାର କରିବା ପରେ ସ୍ୱାଭାବିକ ହୋଇଛି ବ୍ୟାଙ୍କ ସେବା ।

ATMରେ ପଶିଲା ନାଗ

ଗତକାଲି ସନ୍ଧ୍ୟା 7ଟା ସମୟରେ ATMରୁ ଜଣେ ବ୍ୟକ୍ତି ଟଙ୍କା ଉଠାଉଥିଲେ । ରାଜେଶ୍ ହାଁସଦା ନାମକ ଅନ୍ୟ ଜଣେ ବ୍ୟକ୍ତି ATM ବାହାରେ ଅପେକ୍ଷା କରିଥିଲେ । ସେତିକି ବେଳେ ଏକ ନାଗ ସାପ ଉକ୍ତ ATM ଭିତରକୁ ପଶି ଯାଇଥିଲା । ରାଜେଶ୍ ପାଟି କରି ସଚେତନ କରିବାରୁ ଟଙ୍କା ଉଠାଉଥିବା ବ୍ୟକ୍ତି ନିଶ୍ଚିତ ବିପଦରୁ ବଞ୍ଚିଥିଲେ । ଉକ୍ତ ବ୍ୟକ୍ତି ସ୍ଥାନ ଛାଡିବା ପରେ ସାପ ATM ମେସିନ ପଛପଟକୁ ଚାଲି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ବିଦେଶିନୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ଟ୍ୟାକ୍ସି ଡ୍ରାଇଭର

ରାଜେଶ୍ ବ୍ୟାଙ୍କର ମ୍ୟାନେଜରଙ୍କୁ ଜଣେଇବା ସହିତ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ । ଶୁଭେନ୍ଦୁଙ୍କ ନିର୍ଦ୍ଦେଶରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି, ସତର୍କତାର ସହିତ ATM ପଛପଟୁ 4 ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିଥିଲେ । ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ରାଜେଶ ଦୀର୍ଘ ସମୟ ATM ବାହାରେ ଉପସ୍ଥିତ ରହି ଅନ୍ୟ ଗ୍ରାହକଙ୍କୁ ଟଙ୍କା ଉଠେଇବା ପାଇଁ ବାରଣ କରିଥିଲେ ।

ସାପଟିକୁ ସହର ବାହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ଆମେ ଆଗରୁ ମଧ୍ୟ ATM ଭିତରୁ ସାପ ଉଦ୍ଧାର କରିଛୁ । ଏଠି ରାଜେଶଙ୍କ ଉଦ୍ୟମ ପ୍ରଶଂସନୀୟ । ରାଜେଶ ATM ବାହାରେ ଘଣ୍ଟାଏ କାଳ ଲୋକଙ୍କୁ ସଚେତନ କରେଇଥିଲେ । ଯାହା ଫଳରେ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା"।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.