ETV Bharat / state

India's G-20 Presidency: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

author img

By

Published : Dec 4, 2022, 3:34 PM IST

Updated : Dec 5, 2022, 6:58 AM IST

ଆଜି (ସୋମବାର) ନୂଆଦିଲ୍ଲୀକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଜି୨୦ ବୈଠକରେ ସେ ଯୋଗ ଦେବା ଲାଗି ଏହି ଗସ୍ତ କରିବେ । ଅଧିକ ପଢନ୍ତୁ

India's G-20 presidency: ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି(ସୋମବାର) ରାଜଧାନୀ ନୂଆଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM to leave for Delhi) । ଆଜି ସକାଳେ ଦିଲ୍ଲୀ ଅଭିମୁଖେ ନବୀନ ଗସ୍ତ କରିବାକୁ ଥିବା ବେଳେ ୬ ତାରିଖରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ । ତେବେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିବ ଭାରତର ଜି-୨୦ ସଭାପତିତ୍ବ ବୈଠକ । (India's G-20 presidency in Delhi) । ଏହି ବୈଠକରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବେ ବୋଲି ଜଣାପଡ଼ିଛି ।

ଭାରତ ଡିସେମ୍ବର ୧ ତାରିଖରେ ଜି-୨୦ର ସଭାପତିତ୍ବ ଗ୍ରହଣ କରିଛି । ଆସନ୍ତା ବର୍ଷ ତଥା ୨୦୨୩ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭାରତ ସଭାପତିତ୍ବ କରିବ । ଜି-୨୦ ର ସଭାପତିତ୍ବ ମଧ୍ୟରେ ଭାରତ ଦେଶର ୩୨ଟି ସ୍ଥାନରେ ମୋଟ ୨୦୦ଟି ବୈଠକର ଆୟୋଜନ କରିବ । ଭାରତ ଆୟୋଜକ ଭାବେ ଆସନ୍ତା ବର୍ଷ ଜି-୨୦ ସମିଟର ଆୟୋଜନ କରିବ । ଏଥିରେ ବିଭିନ୍ନ ରାଷ୍ଟ୍ରର ଅନେକ ହାଇ ପ୍ରୋଫାଇଲ ରାଷ୍ଟ୍ର ମୁଖ୍ୟ ଯୋଗଦେବେ । ଯାହାକି ଏକ ବୃହତ ଆନ୍ତର୍ଜାତିକ ସମାବେଶ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ- G20 Presidency: ସଭାପତିତ୍ବକୁ ପ୍ରଶଂସା କଲା ଆମେରିକା, କହିଲା ଭାରତ ଆମର ଶକ୍ତିଶାଳୀ ସାଥୀ

ଏହାପରେ ଭାରତ ଆସନ୍ତା ବର୍ଷ ଇଣ୍ଡୋନେସିଆକୁ ଜି-୨୦ର ସଭାପତିତ୍ବ ହସ୍ତାନ୍ତର କରିବ । ଭାରତ ସଭାପତିତ୍ବ ବେଳେ କିପରି ବିଶ୍ବ ଶାନ୍ତି, ପାଣିପାଗ ସମସ୍ୟା ଆଦି ସହିତ ଡିଲ୍‌ କରୁଛି ତାହା ଉପରେ ବିଶ୍ବ ନଜର ରଖିଛି । ସେପଟେ ଡିସେମ୍ବର ୨ ତାରିଖ ଠାରୁ ଭାରତ ସଭାପତିତ୍ବ ମଧ୍ୟରେ ଏହାର କାର୍ଯ୍ୟ ଆରମ୍ଭ କରିବା ପରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନଭେମ୍ବର ୨୦୨୩ ଯାଏଁ ଭାରତ G-20 ଅଧ୍ୟକ୍ଷ ରହିବ । ଏହି ବୈଠକରେ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯିବ। ବୈଠକରେ ଭାରତର ଐତିହ୍ୟକୁ ବିଶ୍ୱ ସମୁଦାୟ ସମ୍ମୁଖରେ ପହଞ୍ଚାଯିବ ।

Last Updated : Dec 5, 2022, 6:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.