ETV Bharat / state

ଆଜି କ୍ୟାବିନେଟ: ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବରେ ବାଜିବ ମୋହର - ଆଜି କ୍ୟାବିନେଟ ବୈଠକ

ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବରେ ବାଜିବ ମୋହର । ଅଧିକ ପଢନ୍ତୁ

ଆଜି କ୍ୟାବିନେଟ
ଆଜି କ୍ୟାବିନେଟ
author img

By

Published : Jul 21, 2023, 7:06 AM IST

ଭୁବନେଶ୍ବର: ଆଜି (ଶୁକ୍ରବାର) ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରାୟ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ ବୋଲି ସୂଚନା ମିଳିଛି । ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ନଗର ଉନ୍ନୟନ, ଆଇନ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବରେ ମୋହର ଲାଗିପାରେ ।

ରାଜ୍ୟ କ୍ୟାବିନେଟ ବୈଠକ ଆଜି ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗଦାନ କରିବେ । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରାଜ୍ୟ କ୍ୟାବିନେଟରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ବିଶେଷ କରି ଗ୍ରାମୀଣ ଭୋଟରଙ୍କୁ ପ୍ରଭାବିତ କରିବା ଲକ୍ଷ୍ୟରେ ପ୍ରସ୍ତାବରେ ମୋହର ବାଜିବ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ନଗର ଉନ୍ନୟନ, ଆଇନ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବରେ ମୋହର ବାଜିପାର । ଫାଇଭ-ଟି ସଚିବ ଜିଲ୍ଲା ଗସ୍ତବେଳେ ମିଳିଥିବା କିଛି ପ୍ରସ୍ତାବକୁ କ୍ୟାବିନେଟ ଜରିଆରେ ଅନୁମୋଦନ କରିବେ ସରକାର ।

ଏହାମଧ୍ୟ ପଢନ୍ତୁ: Cabinet decision: 9 ପ୍ରସ୍ତାବକୁ ଗ୍ରୀନ ସିଗନାଲ; ଆମ ଓଡ଼ିଶା, ନବୀନ ଓଡ଼ିଶା ପ୍ରସ୍ତାବକୁ ମୋହର

ପ୍ରକାଶ ଥାଉକି, ଗତ ୧୦ ତାରିଖରେ ବସିଥିବା ବୈଠକରେ ୯ଟି ପ୍ରସ୍ତାବକୁ ମୋହର ମାରିଥିଲା କ୍ୟାବିନେଟ । ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶା ସହ ୮ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ଦ୍ବାରା ସ୍ବୀକୃତି ଲାଭ କରିଥିଲା । ଆମ ଓଡିଶା ନବୀନ ଓଡିଶା ପ୍ରୟାସର ମୁଖ୍ୟ ପ୍ରୟାସ ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ବରାନ୍ବିତ କରିବା ସହିତ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା । ଏହି ପ୍ରୟାସ ଅଧିନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୪୦୦୦ କୋଟି ବ୍ୟୟବରାଦ କରାଯାଇଛି । ପ୍ରତ୍ୟେକ ଗ୍ରାମପଞ୍ଚାୟତ ୫୦,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ । ସହରାଞ୍ଚଳ ଦ୍ରୁତଗତିରେ ବଢୁଥିବାରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ସମସ୍ତଙ୍କ ନାଗରିକଙ୍କୁ ଅତ୍ୟାବଶ୍ୟକ ସହରାଞ୍ଚଳ ଭିତ୍ତିଭୂମି, ସୁବିଧା ଓ ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ଗତ କ୍ୟାବିନେଟ ବୈଠକରେ ଶକ୍ତି ବିଭାଗ ପାଇଁ ୩୮୪୩ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ ୩୮୪୩ କୋଟି ପ୍ରକଳ୍ପ ମୂଲ୍ୟ ସହ ODSSP ଯୋଜନାର ପ୍ରଥମ ୩ଟି ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୭୩ ଗୋଟି ସବଷ୍ଟେସନ ଓ ଆନୁସଙ୍ଗିକ ଲାଇନ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.