ETV Bharat / state

ନିର୍ମଳାଙ୍କୁ ନବୀନଙ୍କ ଚିଠି; କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି, 8 ମାସରେ ଦ୍ଵିତୀୟ ପତ୍ର - ଜିଏସଟି ପରିଷଦ ଅଧ୍ୟକ୍ଷ ନିର୍ମଳା ସୀତାରମଣ

ମୁଖ୍ୟମନ୍ତ୍ରୀ ଗତକାଲି ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18 ପ୍ରତିଶତ ଜିଏସଟି ରଖିଛନ୍ତି । ଏହା ବହୁତ ଅଧିକ । ତେଣୁ କେନ୍ଦୁପତ୍ର ଉପରୁ GST ଉଚ୍ଛେଦ ହେଉ । ଗରିବ ଲୋକଙ୍କ ହିତ ଦୃଷ୍ଟିରୁ କେନ୍ଦୁପତ୍ରରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ସେ ନବୀନ କରିଛନ୍ତି । ଅଧିକ ପଢନ୍ତୁ

ନିର୍ମଳାଙ୍କୁ ନବୀନଙ୍କ ଚିଠି; କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି, 8 ମାସରେ ଦ୍ଵିତୀୟ ପତ୍ର

author img

By

Published : Jun 27, 2023, 7:30 PM IST

ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସଟି ପରିଷଦ ଅଧ୍ୟକ୍ଷ ନିର୍ମଳା ସୀତାରମଣଙ୍କୁ ପୁନର୍ବାର ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ରରୁ GST ଉଚ୍ଛେଦ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବିକାଶ ଲାଗି GST ଉଚ୍ଛେଦ ଆବଶ୍ୟକତା ରହିଥିବା କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଗତ 8 ମାସ ମଧ୍ୟରେ ଦ୍ଵିତୀୟ ଥର ଚିଠି ଲେଖିଛନ୍ତି ।

ନିର୍ମଳାଙ୍କୁ ନବୀନଙ୍କ ଚିଠି; କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି, 8 ମାସରେ ଦ୍ଵିତୀୟ ପତ୍ର
ନିର୍ମଳାଙ୍କୁ ନବୀନଙ୍କ ଚିଠି; କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି, 8 ମାସରେ ଦ୍ଵିତୀୟ ପତ୍ର

ମୁଖ୍ୟମନ୍ତ୍ରୀ ଗତକାଲି ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18 ପ୍ରତିଶତ ଜିଏସଟି ରଖିଛନ୍ତି । ଏହା ବହୁତ ଅଧିକ । ତେଣୁ କେନ୍ଦୁପତ୍ର ଉପରୁ GST ଉଚ୍ଛେଦ ହେଉ । ଗରିବ ଲୋକଙ୍କ ହିତ ଦୃଷ୍ଟିରୁ କେନ୍ଦୁପତ୍ରରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ସେ ନବୀନ କରିଛନ୍ତି । GST ଲାଗୁ ଦ୍ବାରା କେନ୍ଦୁପତ୍ର ବିକ୍ରି ମୂଲ୍ୟ କମିଯାଉଛି । ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ 8 ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ଅଛନ୍ତି । ଏମାନେ ସମସ୍ତେ ଗରିବ ଶ୍ରେଣୀୟ ଲୋକ । ବହୁ ଜନଜାତି ମା'ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରନ୍ତି । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ କାମ କରି ଆସୁଛି । ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବୋନସ ଦିଆଯାଉଛି । ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି ।

ସେହିପରି ଗତ ନଭେମ୍ବରରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିଥିଲେ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳୀ 1000 ଓ ବନ୍ଧାଳୀ ଏବଂ ସିଜିନାଲ କର୍ମଚାରୀଙ୍କୁ ମିଳିଛି 1500 ଟଙ୍କା । ପ୍ରାୟ 8 ଲକ୍ଷ ହିତାଧିକାରୀଙ୍କ ଖାତାକୁ 43 କୋଟି ଟଙ୍କା ଯାଇଛି । ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ । ସର୍କଲ ଚେକରସ ଓ ବାଇଣ୍ଡିଂ ଚେକରସ ମାନଙ୍କ ଗ୍ରାଚୁଇଟି ଦେୟ 7 ଦିନରୁ ବୃଦ୍ଧି କରି ୧୫ ଦିନ ହେବ । ସମସ୍ତ ତୋଳାଳୀ ମାନଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲାମାନଙ୍କୁ ବୃତ୍ତି ପ୍ରଦାନ କରାଯିବ । ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ । ଏହା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.