ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା । ଘଟଣାକୁ ନିନ୍ଦା କରପିବା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଅତ୍ୟନ୍ତ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଅଣାଯାଇଥିବା ବେଳେ ସେଠାକୁ ମୁଖ୍ୟମନ୍ତ୍ରୀ ଆସି ପହଞ୍ଚିଛନ୍ତି ।
ବ୍ରଜରାଜନଗର ଗସ୍ତବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ବର ବିମାନ ବନ୍ଦରରୁ ଗ୍ରୀନ କରିଡରରେ କଡ଼ା ସୁରକ୍ଷା ବଳୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆପୋଲୋ ହସ୍ପିଟାଲ ଅଣାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରଜରାଜନଗର ଯାଉଥିବାବେଳେ ତାଙ୍କୁ ଗାନ୍ଧି ଛକ ନିକଟରେ ଗୁଳି ମାଡ଼ କରାଯାଇଛି । ତେବେ ପୋଲିସର ଉପସ୍ଥିତିରେ ଗୁଳିମାଡ ହୋଇଥିବାବେଳେ ଜଣେ ପେଲିସ ଏଏସଆଇ ଗୁଳିମାଡ଼ କରିଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର