ETV Bharat / state

Assembly Monsoon Session: ମୁଖ୍ୟମନ୍ତ୍ରୀଙ୍କ ପାଲଟା ପ୍ରଶ୍ନ, ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିଲେ ଅସୁବିଧା କେଉଁଠି ?

author img

By ETV Bharat Odisha Team

Published : Sep 25, 2023, 12:58 PM IST

ସିଏମଓ ଜନଶୁଣାଣି ଓ ସିଚବଙ୍କ ଗସ୍ତ ନେଇ ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Assembly Monsoon Session
cm naveen patnaik makes statement

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନ ଦ୍ବିତୀୟ ଦିନରେ ସିଏମଓଙ୍କ ଜନଶୁଣାଣି ଓ ସଚିବଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତ୍ତି ରଖିଛନ୍ତି । ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ବଚ୍ଛ ଓ ବୈଷୟିକ ଜ୍ଞାନ କୌଶଳରେ ପରିଚାଳତ ହେଉଛି । 2ରୁ 3ମାସ ଭିତରେ ଦୀର୍ଘଦିନକୁ ପଡ଼ିଥିବା ସମସ୍ୟା ସମାଧାନ ହୋଇଯିବ । କୋଭିଡ୍‌ ସମୟରେ ଏହି ଟିମ୍‌ ଜିଲ୍ଲା ବୁଲି ତଦାରଖ କରୁଥିଲା । ଅନ୍ୟମାନେ ଘରେ ବସିଥିବାବେଳେ CMO ଟିମ୍‌ ଜୀବନକୁ ବାଜି ଲଗାଇ ବୁଲୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମଓ ଦ୍ବାରା ପରିଚାଳିତ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନଥାଏ । ଚପରରେ ଅଧିକ ଖର୍ଚ୍ଚ ହୋଇଥିବା କଥା ମିଛ ଭ୍ରାନ୍ତିଯୁକ୍ତ ବୋଲି ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟତ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବା ସମୟରେ ପୋଡିୟମ ତଳେ ବିଜେପି ବିଧାୟକ ହଟ୍ଟୋଗୋଳ ସହ ନାରାବାଜି କରିଥିଲେ ।

ସଚିବଙ୍କ ଗସ୍ତ କାହିଁକି ନେଇ ବିଧାନସଭାରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, "କୋରୋନା ପୂର୍ବରୁ CMO ଭୁବନେଶ୍ବରରେ ଅଭିଯୋଗ ଶୁଣୁଥିଲା । କୋରୋନା ପାଇଁ 2 ବର୍ଷ ଅଭିଯୋଗ ଶୁଣାଣି ବନ୍ଦ ଥିଲା । କୋରୋନା ପରେ ପୁଣି ଜନଶୁଣାଣି ଆରମ୍ଭ ହୋଇଥିଲା । ଭୁବନେଶ୍ବର ପରିବର୍ତ୍ତେ ଲୋକଙ୍କ ପାଖକୁ ଯାଇ ଶୁଣାଣି ହୋଇଛି । ଏତେ ଲୋକ ଭୁବନେଶ୍ବର ଆସିବା ଖର୍ଚ୍ଚ ସାପେକ୍ଷ । ଲୋକଙ୍କ ଖର୍ଚ୍ଚ କମ କରିବାକୁ CMO ଲୋକଙ୍କ ପାଖକୁ ଯାଇଥିଲେ । ଚପରରେ ଅଧିକ ଖର୍ଚ୍ଚ ହୋଇଥିବା କଥା ମିଛ ଭ୍ରାନ୍ତିଯୁକ୍ତ । ଚପର ବାବଦକୁ ସାଢେ 3 ବର୍ଷରେ 40 କୋଟି ଖର୍ଚ୍ଚ ହୋଇଛି । ଗତ 6 ମାସରେ ବି ମାସିକ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସଡ଼କ ପଥରେ ଯାଇଥିଲେ ଦେଢ ବର୍ଷ ଲାଗି ଯାଇଥାନ୍ତା । 10ଟାରୁ 3ଟାଏ ଯାଏଁ ଭିନ୍ନଭିନ୍ନ ଜାଗାରେ ଶୁଣାଣି ହେଉଥିଲା । ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିବାକୁ ମୁଁ କହିଥିଲି । ରାଜ୍ୟରୁ 190 ଜାଗାରୁ 57 ହଜାର 442 ଅଭିଯୋଗ ଆସିଛି । ବିଭାଗୀୟ ମନ୍ତ୍ରୀ ଆସିଥିବା ଅଭିଯୋଗର ସମାଧାନ କରୁଛନ୍ତି । ସିଏମଓ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିଲେ ଅସୁବିଧା କେଉଁଠି । ଲୋକେ ଖୁସି ଅଛନ୍ତି । ରାଜନୀତି କାରଣରୁ ଏହାର ବିରୋଧ ନ କରାଯାଉ । ରାଜ୍ୟରେ ଏପରି ବିରୋଧୀ ଜନବିରୋଧୀ ଲୋକ ଏହାର ଉପଯୁକ୍ତ ଜବାବ ଦେବେ । ଲୋକଙ୍କ ପାଇଁ ସର୍ବଦା ମୋ ସରକାର କାମ କରୁଛି ।"

ଏହା ବି ପଢନ୍ତୁ...Assembly Monsoon Session: ପ୍ରଶ୍ନକାଳରେ ଗୃହ ବନ୍ଦ ଠିକ ନୁହେଁ କହିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ଶୁଣିବା ପରେ ପୋଡିୟମ ତଳେ ବିଜେପି ବିଧାୟକ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ବୋଲି ନାରାବାଜି ଦେଇଥିଲେ । ବିରୋଧୀ ସଦସ୍ୟମାନେ ଗଣତନ୍ତ୍ରର ହତ୍ୟା ସ୍ଲୋଗାନ୍‌ ଦେଇଥିଲେ । ବିରୋଧୀଙ୍କ ହଟ୍ଟୋଗୋଳ ଯୋଗୁଁ ଆଉ ଗୃହକାର୍ଯ୍ୟ ଚାଲିବା ସମ୍ଭବ ହୋଇପାରନଥିଲା ଫଳରେ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।

ପ୍ରକାଶ ଥାଉ କି, ବିଧାନସଭା ମୌସୁମୀ ଅଧିବେଶନ ଦ୍ବିତୀୟ ଦିନରେ ଆରମ୍ଭରୁ ଗୃହ ଅଚଳ ହୋଇଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଗୃହିତ ନହେବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ନିଜ ଆସନରେ ଛିଡ଼ା ହୋଇ ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ପାଖରେ ହୋ ହାଲ୍ଲା କରିଥିଲେ ବିଜେପି ସଦସ୍ୟ । ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇନଥିଲା । ଫଳରେ 11ଟା 30 ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ଘୋଷଣା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.