ETV Bharat / state

NMIMS ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 8, 2023, 7:10 AM IST

ଇନଫୋଭ୍ୟାଲିରେ ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଇନଫୋଭ୍ୟାଲିରେ ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ର(NMIMS) ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । NMIMS ହେଉଛି ଦେଶର ଅନ୍ୟତମ ଅଗ୍ରଣୀ ପରିଚାଳନା ପ୍ରତିଷ୍ଠାନ । ଶ୍ରୀଭିଲେପାର୍ଲେ କେଲବାଣୀ ମଣ୍ଡଳ ଟ୍ରଷ୍ଟ(SVKMS) ଦ୍ୱାରା ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ରାଜ୍ୟ ସରକାର ଦ୍ୱାରା ପ୍ରଦାନ କରାଯାଇଥିବା ୪୦ ଏକର ଜମିରେ ଏହି ଘରୋଇ ପ୍ରତିଷ୍ଠାନ ପ୍ରତିଷ୍ଠା ହେବ । ଏହି ଅନୁଷ୍ଠାନ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ମେରିଟ ଆଧାରରେ ୩୦ ପ୍ରତିଶତ ସିଟ ସଂରକ୍ଷଣ କରିବ ।

NMIMS ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ଓଡ଼ିଶା ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ବର୍ତ୍ତମାନ ଓଡିଶା ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ ରାଜ୍ୟ । ରାଜ୍ୟର ଉନ୍ନତ ଅର୍ଥନୈତିକ ସ୍ଥିତି ଭାରତ ତଥା ବିଶ୍ୱର ପ୍ରତିଭାମାନଙ୍କୁ ଆକୃଷ୍ଟ କରିବାରେ ପ୍ରଚୁର ସୁଯୋଗ ସୃଷ୍ଟି କରିଛି । ଭାରତ ବର୍ତ୍ତମାନ ବିଶ୍ବର ଏକ ଅଗ୍ରଣୀ ଅର୍ଥନୀତି, ରାଷ୍ଟ୍ରମାନଙ୍କ ମଧ୍ୟରେ ପଞ୍ଚମ ବୃହତ୍ତମ । କିଛି ବର୍ଷ ମଧ୍ୟରେ ତୃତୀୟ ହେବାକୁ ଯାଉଛି । ଭାରତର ଏହି ବିଶାଳ ଅର୍ଥନୈତିକ ଅଭିବୃଦ୍ଧି ଏହାର ଯୁବ ଶକ୍ତି ଦ୍ୱାରା ପରିଚାଳିତ ହୋଇଛି । ଯୁବଗୋଷ୍ଠୀ ହେଉଛନ୍ତି ଆମର ଶକ୍ତି । ଆମର ସମ୍ପତ୍ତି । ଭବିଷ୍ୟତ ପାଇଁ ଆମର ଆଶା । ବାସ୍ତବରେ ଭାରତର ଯୁବକମାନେ ଏବେ ବିଶ୍ବ ଅର୍ଥନୀତିର ଆଶା । ଭାରତ ବିଶ୍ୱସ୍ତରୀୟ ସିଇଓ ଓ ମ୍ୟାନେଜମେଣ୍ଟ ଥିଙ୍କର୍ସ ସୃଷ୍ଟି କରିଛି । ଏହା ସମ୍ପୂର୍ଣ୍ଣ ଭାବେ ଭାରତୀୟ ପରିଚାଳନା ଅନୁଷ୍ଠାନର ଅବଦାନ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତାବର୍ଷ ଆରମ୍ଭ ହେବ ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ

ଭାରତୀୟ ମୂଲ୍ୟବୋଧ ବ୍ୟବସ୍ଥା ସମେତ ସେମାନଙ୍କ ଶିକ୍ଷାର ଗୁଣବତ୍ତା ସମଗ୍ର ବିଶ୍ୱରେ ଭାରତୀୟ ପରିଚାଳନା ପେସାଦାରମାନଙ୍କୁ ବହୁତ ଚାହିଦାରେ ରଖିଛି । ଓଡ଼ିଶାରେ ୨୦୦୦ ମସିହା ପରଠୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ରାଜ୍ୟରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାନ ବୃଦ୍ଧି, ପାଠ୍ୟକ୍ରମ ସମ୍ପ୍ରସାରଣ ଏବଂ ଶିକ୍ଷାର ଧାରାରେ ଭିତ୍ତିଭୂମିରେ ଉନ୍ନତି ପରିଲକ୍ଷିତ ହୋଇଛି । ୫ଟି ଭଳି ପ୍ରମୁଖ ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ରାଜ୍ୟ ତା’ର ଉଚ୍ଚଶିକ୍ଷା ଇକୋ ସିଷ୍ଟମକୁ ପ୍ରଗତିର ଏକ ନୂତନ ଯୁଗ ଆଡ଼କୁ ନେଇଯାଇଛି । ଏହି ଅନୁଷ୍ଠାନ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ ଏକ ପାହାଚ ଯୋଡ଼ିବ । NMIMS ଓଡ଼ିଶାର ଶୈକ୍ଷିକ ପରିବେଶକୁ ସୁଦୃଢ଼ କରିବାରେ ବେଶ ସହାୟକ ହେବ । ଏହାସହ ସାମାଜିକ କାର୍ଯ୍ୟରେ ମଧ୍ୟ ସହଯୋଗ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରୁଥିବାରୁ ମୁଖ୍ୟମନ୍ତ୍ରୀ ଏସଭିକେଏମ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅନ୍ତର୍ଜାତୀୟ ମାନର ଶିକ୍ଷା କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣରେ ଆକୃଷ୍ଟ ହୋଇ ଉଚ୍ଚଶିକ୍ଷା କ୍ଷେତ୍ରରେ ଶୀର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକ ଏବେ ଓଡ଼ିଶାରେ ନିଜର କେନ୍ଦ୍ର ସ୍ଥାପନ କରୁଛନ୍ତି । କାର୍ଯ୍ୟକ୍ରମରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଏସଭିକେଏମ ଟ୍ରଷ୍ଟର ସଭାପତି ଅମରିଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.