ETV Bharat / state

କଳିଙ୍ଗ ଷ୍ଟାଡିୟମରେ ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟିତ

author img

By ETV Bharat Odisha Team

Published : Dec 12, 2023, 6:59 AM IST

Sports Science Centre: କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । ଖେଳାଳିଙ୍କୁ ଫିଟ୍ ରଖିବାରେ ଏହା ବରଦାନ ସାଜିବ । ଅଧିକ ପଢ଼ନ୍ତୁ

କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର

ଭୁବନେଶ୍ବର: କ୍ରୀଡ଼ା ଜଗତରେ ନୂଆ ଇତିହାସ ଲେଖିଲା ଓଡ଼ିଶା । କଳିଙ୍ଗ ଷ୍ଟାଡିୟମରେ ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ ପାରା-ଆଥଲେଟ୍ ପ୍ରଦର୍ଶନ ଲ୍ୟାବ୍, ବାୟୋମେକାନିକ୍ ଲ୍ୟାବ୍, ଉଚ୍ଚତା ପ୍ରଶିକ୍ଷଣ ଚାମ୍ବର, କ୍ରିଓଥେରାପି ଏବଂ ଫ୍ଲୋଟେସନ୍ ଥେରାପି ଭଳି ବିଶେଷ ଲ୍ୟାବ ଗୁଡିକ ରହିଛି । କ୍ରୀଡ଼ା ବିଜ୍ଞାନ ପାଇଁ ଏକ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଭାବରେ ଅଭିନବ ବିନ୍ଦ୍ରାଙ୍କ ସହଭାଗିତାରେ ଏହା ସ୍ଥାପନ କରାଯାଇଛି । ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉଭୟ ଦିବ୍ୟାଙ୍ଗ ଓ ସକ୍ଷମଙ୍କ ପାଇଁ ଉଚ୍ଚକୋଟୀର ବ୍ୟବସ୍ଥା ରହିଛି । ବିଶେଷକରି ଖେଳାଳିଙ୍କୁ ଫିଟ୍ ରଖିବାରେ ଏହା ବରଦାନ ସାଜିବ ବୋଲି କୁହାଯାଇଛି ।

କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସରେ ଉଦ୍‌ଘାଟିତ ଭାରତର ଏହି ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ କ୍ରୀଡ଼ାବିତ୍‌ଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି । ରହିବାଠାରୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁ ସୁବିଧା ଗୋଟିଏ ଛାତ ତଳେ ଉପଲବ୍ଧ ରହିଛି । ଏଥିରେ ମାଇଣ୍ଡ୍‌ ଲ୍ୟାବ୍‌ ସହ ରିହାବିଲିଟେସନ୍‌ ଲ୍ୟାବ୍‌, ରିକୋଭରୀ ଲ୍ୟାବ୍‌, ଗେଟ୍ ଲ୍ୟାବ୍‌, ଫଙ୍କସ୍ନାଲ ଲ୍ୟାବ୍‌, ପୋଷ୍ଟୁରାଲ ଲ୍ୟାବ୍‌, ବାୟୋମେକାନିକ୍ସ ଲ୍ୟାବ୍‌, ପାରା-ଆଥଲେଟ୍ ପର୍ଫମାନ୍ସ ଲ୍ୟାବ୍‌ ରହିଛି । ଏହା ସହିତ ବିଶ୍ବସ୍ତରୀୟ ଉପକରଣ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏହା କେବଳ ଓଡ଼ିଶା ନୁହେଁ, ବରଂ ସାରା ଦେଶର କ୍ରୀଡ଼ାବିତ୍‌ଙ୍କ ପାଇଁ ବରଦାନ ସାଜିବ ।

ଏହା ମଧ୍ୟ ପଢ଼ନ୍ତୁ...Make In Odisha Conclave: 7.26 ଲକ୍ଷ କୋଟିର 145ଟି ନିବେଶ ପ୍ରସ୍ତାବ ଆସିଛି କହିଲେ ଶିଳ୍ପ ସଚିବ

ତୃଣମୂଳସ୍ତରର ପ୍ରତିଭାଙ୍କୁ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ପ୍ରସ୍ତୁତି କରିବା ସହିତ ଆହତ କ୍ରୀଡ଼ାବିତ୍‌ଙ୍କୁ ଫିଟ୍ ରଖିବା, କ୍ରୀଡ଼ାବିତ୍‌ଙ୍କ ଶାରୀରିକ ଓ ମାନସିକ ଦକ୍ଷତା ପରଖିବା ଆଦି ଦିଗରେ ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବ । ଏଥିପାଇଁ ଉଚ୍ଚ ପ୍ରଶିକ୍ଷିତ ଟ୍ରେନରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଫିଜିଓଥେରାପିଷ୍ଟ, ବାୟୋମେକାନିଷ୍ଟ୍‌, ଷ୍ଟ୍ରେନ୍‌ଥ୍‌ ଆଣ୍ଡିସନିଂ ବିଶେଷଜ୍ଞ, କ୍ରୀଡ଼ା ବିଜ୍ଞାନୀ, କ୍ରୀଡ଼ା ମେଡିସିନ ଡାକ୍ତର ଓ ସ୍ପୋର୍ଟ୍ସ ମସାଜ ଥେରାଫିଷ୍ଟଙ୍କୁ ମଧ୍ୟ ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ନିଯୁକ୍ତି ଦିଆଯାଇଛି । କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତ ଗଠନ ଓ ସେମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ସାରା ଦେଶର ପେଣ୍ଠସ୍ଥଳ ସାଜିବ ବୋଲି କୁହାଯାଇଛି । ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ 5T ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ, କ୍ରୀଡ଼ା ଏବଂ ଯୁବ ବିକାଶ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.