ETV Bharat / state

କ୍ରୀଡା ଇତିହାସରେ ନୂଆ ଫର୍ଦ୍ଦ, ରାଜ୍ୟକୁ ମିଳିଲା ୩ଟି ଫୁଟବଲ ଟ୍ରେନିଂ ସେଣ୍ଟର - ଫୁଟବଲ ଟ୍ରେନିଂ ସେଣ୍ଟର ଉଦଘାଟିତ

ରାଜଧାନୀ ଭୁବନେଶ୍ବରରେ 3ଟି ଫୁଟବଲ ତାଲିମ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Football stadium Inauguration
ରାଜ୍ୟକୁ ମିଳିଳା ୩ଟି ଫୁଟବଲ ଟ୍ରେନିଂ ସେଣ୍ଟର
author img

By

Published : Jun 1, 2023, 7:48 AM IST

ରାଜ୍ୟକୁ ମିଳିଳା ୩ଟି ଫୁଟବଲ ଟ୍ରେନିଂ ସେଣ୍ଟର

ଭୁବନେଶ୍ୱର: ରାଜ୍ୟ କ୍ରୀଡା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହୋଇଛି । ରାଜଧାନୀରେ ୩ଟି ଫୁଟବଲ ଟ୍ରେନିଂ ସେଣ୍ଟର ଲୋକାର୍ପିତ ହୋଇଛି । ୟୁନିଟ-୧ରେ ଅନ୍ତର୍ଜାତୀୟ ସ୍ତରୀୟ ଭୁବନେଶ୍ୱର ଫୁଟବଲ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହାସହ ଏକକାଳୀନ ୟୁନିଟ-୯ ସ୍ଥିତ କ୍ୟାପିଟାଲ ଏରିନା ଓ ଓଡିଶା ଫୁଟବଲ ଏକାଡେମୀରେ ଥିବା ଟ୍ରେନିଂ ସେଣ୍ଟର ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଉଦଘାଟନ ଅବସରରେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ରାଜ୍ଯକୁ 3ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ମିଳିଛି । ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡ଼ିଶା ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଏରିନା ଲୋକାର୍ପିତ ହୋଇଛି । ଏହି ଏକାଡେମୀରେ ପିଲାଙ୍କୁ ଫୁଟବଲ ଟ୍ରେନିଂ ଦିଆଯିବ । ହକି ପରି ଓଡ଼ିଶାରେ ଫୁଟବଲକୁ ରାଜ୍ୟ ସରକାର ଗୁରୁତ୍ଵ ଦେଇଥିବା କହିଛନ୍ତି କ୍ରୀଡାମନ୍ତ୍ରୀ । କଳିଙ୍ଗ ଷ୍ଟାଡିଅମ ମଧ୍ୟରେ ଅଭ୍ୟାସ ପାଇଁ ଏକ ଗ୍ରାଉଣ୍ଡ ଏବଂ ୟୁନିଟ -1ରେ ଏକ ସିନ୍ଥେଟିକ ଗ୍ରାଉଣ୍ଡ ମଧ୍ୟ ଉଦଘାଟିତ ହୋଇଛି । ଏହାର ନିର୍ମାଣ ପାଇଁ 90କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ଫୁଟବଲ ଗ୍ରାଉଣ୍ଡରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଖେଳାଳିଙ୍କ ପାଇଁ ଚେଞ୍ଜିଂ ରୁମ, ଗ୍ୟାଲେରୀ, ଜିମ, କୋଚ୍ ରୁପ ଓ ଅନ୍ୟାନ ସୁବିଧା ସୁଯୋଗ ଉବଲବ୍ଧ ହେବ । ଏହି 3ଟି ସେଣ୍ଟର ପାଖାପାଖି ରହିଛି । ଫୁଟବଲ ବିକାଶରେ ଏହା ସହାୟ ହେବ ।

ଏହା ବି ପଢନ୍ତୁ...ଜୁନ୍‌ ୯ରୁ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌, ପ୍ରଥମ ଟିକେଟ୍‌ କିଣିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଫୁଟବଲ ପ୍ରତି ବହୁତ ଉତ୍ସାହ ରହିଛି ତେଣୁ ରାଜ୍ୟରୁ ଛୋଟ ପିଲାମାନଙ୍କୁ ଫୁଟବଲ ନେବାକୁ ଉତ୍ସାହିତ କରିବା ପାଇଁ 3 ଏକାଡେମୀରେ 12 ବର୍ଷର ପିଲାମାନଙ୍କ ପାଇଁ ତୃଣମୂଳ ସ୍ତରର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ । ରେଫରି ଶିକ୍ଷା କାର୍ଯ୍ୟକ୍ରମ ଏବଂ କୋଚ୍ ଶିକ୍ଷା କାର୍ଯ୍ୟକ୍ରମ ମଧ୍ୟ ପର୍ଯ୍ୟାୟକ୍ରମେ ଏଠାରେ ଅନୁଷ୍ଠିତ ହେବ । ଏହି କ୍ରୀଡା ଭିତ୍ତିଭୂମି ଓଡିଶାରେ ଫୁଟବଲର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଫୁଟବଲ ଷ୍ଟାଡିୟମଟି ବହୁତ ଦିନ ହେଲା କାମ ଚାଲିଥିଲା। ଷ୍ଟାଡିୟମରେ ସବୁ ସ୍କୁଲର ପିଲାମାନେ ଖେଳି ପାରିବେ । ଏଠାରେ ସମସ୍ତଙ୍କୁ କୋଚିଂ ଦିଆଯିବ । ସେହିପରି କଳିଙ୍ଗ ଷ୍ଟାଡିୟମରେ ଫିପା 17 ବର୍ଷରୁ କମ ଖେଳାଯିବା ପରେ ଆମକୁ ଏହି ସୁଯୋଗ ମିଳିଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟର କମିଶନ ଅନୁ ଗର୍ଗ, 5-ଟି ସଚିବ ଭିକେ ପାଣ୍ଡିଆନ ଓ କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.