ETV Bharat / state

5T ସ୍କୁଲ ଲୋକାର୍ପଣରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର, ସମସ୍ତ କ୍ଷେତ୍ରରେ ସାଧୁତା ରକ୍ଷା କର - ୫ଟି ଜିଲ୍ଲାର ୩୩୨ 5T ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଗତକାଲି ୫ଟି ଜିଲ୍ଲାର ୩୩୨ 5T ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ପର୍ଯ୍ୟନ୍ତ ସମୁଦାୟ ୧ ହଜାର ୮୧୬ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି । ଅଧିକ ପଢ଼ନ୍ତୁ

5T ସ୍କୁଲ ଲୋକାର୍ପଣରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର

author img

By

Published : May 7, 2023, 7:03 AM IST

5T ସ୍କୁଲ ଲୋକାର୍ପଣରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ରୂପାନ୍ତରିତ 5T ସ୍କୁଲ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର । ସମସ୍ତ କ୍ଷେତ୍ରରେ ସାଧୁତା ରକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବା, ଟିମ ହୋଇ କାର୍ଯ୍ୟ କରିବା, ସବୁବେଳେ ସାଧୁତା ରକ୍ଷା କରିବା ଓ ସମୟର ଠିକ୍ ଉପୋଯୋଗ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୪ଟି ନୀତି ଜୀବନରେ ସଫଳତା ଆଣିବ । ଶିକ୍ଷାର୍ଥୀ ମାନଙ୍କ ସଫଳତା ରାଜ୍ୟର ସଫଳତା ହେବ । 5Tର ସମ୍ପୂର୍ଣ୍ଣ ସୁବିଧା ନେବାକୁ ଶିକ୍ଷାର୍ଥୀ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଗତକାଲି(ଶନିବାର) ୫ଟି ଜିଲ୍ଲାର ୩୩୨ ସ୍କୁଲକୁ ରୂପାନ୍ତରୀକରଣ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପଣ୍ଡିଆନ ଶିକ୍ଷାର୍ଥୀ ମାନଙ୍କୁ ସେମାନଙ୍କ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ପଚାରି ବୁଝିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ୬୨ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ବରଗଡ଼ରେ ୬୨, ମୟୂରଭଞ୍ଜରେ ୧୦୦, ବୌଦ୍ଧରେ ୨୩ ଓ ନବରଙ୍ଗପୁରରେ ୭୬ଟି ସ୍କୁଲକୁ ରୂପାନ୍ତରୀକରଣ କରାଯାଇଛି । ସ୍କୁଲକୁ ରୂପନ୍ତରୀକରଣ କରିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ । ଖୋର୍ଦ୍ଧା ଜିଲ୍ଲା ସ୍କୁଲ୍ ଲୋକାର୍ପଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଅରବିନ୍ଦ ଢାଲି, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଖୋର୍ଦ୍ଧା ବିଧାୟକ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ତଥା ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଛନ୍ତି, "ଏପର୍ଯ୍ୟନ୍ତ ପ୍ରାୟ ୪ ହଜାର ସ୍କୁଲ ରୂପାନ୍ତରୀକରଣ ହୋଇଛି । 5T ଆଣିଛି ଏହି ରୂପାନ୍ତରୀକରଣ । ଫଳରେ ଦିନକୁ ଦିନ ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବଢ଼ିଛି । ଏହି ନୀତିକୁ ନିଜ ଜୀବନର ଉପଯୋଗ କରିଲେ ନିଶ୍ଚିନ୍ତ ସଫଳ ହେବା । ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବା ସହ ଟିମ ହୋଇ କାର୍ଯ୍ୟ କର । ଆଉ ସବୁବେଳେ ସାଧୁତା ରଖିବାକୁ ଚେଷ୍ଟା କର । ସମୟର ଠିକ୍ ଉପୋଯୋଗ କର । ଏହି ୪ଟି ନୀତି ଜୀବନରେ ସଫଳତା ଆଣିବ । ଶିକ୍ଷାର୍ଥୀ ମାନଙ୍କ ସଫଳତା ରାଜ୍ୟର ସଫଳତା ହେବ । 5Tର ସମ୍ପୂର୍ଣ୍ଣ ସୁବିଧା ନେବା ଉଚିତ୍ ।" ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, "ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷାଦାନ ଶିକ୍ଷା ବ୍ୟବସ୍ଥାକୁ ନୂଆ ଗତି ଦେବ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିକାଶ ହେବା ସହ ସ୍କୁଲ ସହ ସଂପୃକ୍ତ ଥିବା ସମସ୍ତଙ୍କ ସହଭାଗିତା ଏବେ ବୃଦ୍ଧି ପାଇବ ।" ଏହାସହ ପିଲାଙ୍କ ବୌଦ୍ଧିକ ବିକାଶ ମଧ୍ୟ ହେବ ବୋଲି ସେ କହିଛନ୍ତି ।

ପ୍ରକାଶ ଥଆଉ କି, 5T ସ୍କୁଲ ରୂପାନ୍ତରୀକରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ଆଜି ପର୍ଯ୍ୟନ୍ତ ସମୁଦାୟ ୧ ହଜାର ୮୧୬ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ମଧ୍ୟରେ ରାଜ୍ୟରେ ସମୁଦାୟ ୬ ହଜାର ୧୩୨ଟି ସ୍କୁଲ ରୂପାନ୍ତରିତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.