ETV Bharat / state

ଦିଗଦର୍ଶନ ଦେଲେ ନବୀନ; ସ୍ବାସ୍ଥ୍ୟ ସେବାରେ ଯୋଗଦେଲେ ୩୭୩୨ ନର୍ସିଂ ଅଫିସର - ନିଯୁକ୍ତି ପାଇଲେ ନର୍ସିଂ ଅଫିସର

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବ ନିଯୁକ୍ତ ନର୍ସିଂ ଅଫିସର ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନସ ନାଇଟେଙ୍ଗଲ ଓ ମଦର ଟେରେସାଙ୍କ ପରି ସେବାର ପ୍ରତିମୂର୍ତ୍ତୀ ମାନଙ୍କ ଆଦର୍ଶକୁ ଅନୁସରଣ କରନ୍ତୁ । ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ ସେବାର ଏହି ମୂର୍ତ୍ତୀମନ୍ତ ପ୍ରତୀକ ମାନଙ୍କ ଆଦର୍ଶରେ କାମ କଲେ, ନିଜ ପାଇଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ । ଅଧିକ ପଢନ୍ତୁ

ଦିଗଦର୍ଶନ ଦେଲେ ନବୀନ; ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର

author img

By ETV Bharat Odisha Team

Published : Nov 29, 2023, 8:52 PM IST

ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏକ ନିଯୁକ୍ତି ପର୍ବର ଆୟୋଜନ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସରମାନଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବ ନିଯୁକ୍ତ ନର୍ସିଂ ଅଫିସର ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନସ ନାଇଟେଙ୍ଗଲ ଓ ମଦର ଟେରେସାଙ୍କ ପରି ସେବାର ପ୍ରତିମୂର୍ତ୍ତୀ ମାନଙ୍କ ଆଦର୍ଶକୁ ଅନୁସରଣ କରନ୍ତୁ । ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ ସେବାର ଏହି ମୂର୍ତ୍ତୀମନ୍ତ ପ୍ରତୀକ ମାନଙ୍କ ଆଦର୍ଶରେ କାମ କଲେ, ନିଜ ପାଇଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ । ପ୍ରତି ଜୀବନ ମୂଲ୍ୟବାନ ଆମ ସ୍ବାସ୍ଥ୍ୟ ସେବାର ମୂଳମନ୍ତ୍ର । ଏହି ଆଦର୍ଶ ନେଇ ଆମେ କାମ କରୁଛୁ । ରୋଗୀ ସେବା ପରି ଏକ ମହାନ ସେବାରେ ଯୋଗ ଦେଇଥିବାରୁ ନୂଆ ଅଧିକାରୀ ମାନଙ୍କୁ ଓ ସେମାନଙ୍କ ପରିବାରକୁ ସେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତି ଲୋକ ଯେପରି ଉତ୍ତମ ସେବା ପାଇପାରିବେ, ସେ ଦାୟିତ୍ବ ଆପଣମାନଙ୍କର । ଆପଣମାନେ ହିଁ ରୋଗୀ ଭିତରେ ଭରସା ସୃଷ୍ଟି କରିପାରିବେ । ଆପଣମାନଙ୍କ ନିଷ୍ଠା ଓ ସେବା ହିଁ ରୋଗୀର ବିଶ୍ବାସ ବୃଦ୍ଧି କରିପାରିବ ।

କରୋନା ସମୟରେ ଡାକ୍ତର ମାନଙ୍କ ସହିତ ନର୍ସିଂ ଅଫିସର ମାନେ ମଧ୍ୟ ବହୁତ ଭଲ କାମ କରିଥିଲେ । କୋଭିଡ ପରିଚାଳନାର ସଫଳତାରେ ନର୍ସିଂ ଅଫିସର ମାନଙ୍କ ବହୁତ ବଡ ଭୂମିକା ଥିଲା । ରାଜ୍ୟ ସରକାରଙ୍କ 5T ଉପକ୍ରମ ନୀତି ଦ୍ବାରା ଆମର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଫଳପ୍ରଦ ହୋଇପାରିଛି । ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାରେ ରୂପାନ୍ତର ଆଜି ସମସ୍ତେ ଅନୁଭବ କରିପାରୁଛନ୍ତି । ସବୁ ବର୍ଗର ଲୋକେ ସରକାରୀ ହସ୍ପିଟାଲରେ ମାଗଣାରେ ଉତ୍ତମ ଚିକିତ୍ସା ସୁବିଧା ପାଉଛନ୍ତି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ବ୍ୟବସ୍ଥାରେ ବହୁତ ଭଲ ଫିଡବ୍ୟାକ ଆସୁଛି । ଏହା ବହୁତ ଉତ୍ସାହପ୍ରଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ- ରାଜ୍ୟରେ ସୁଦୃଢ ହେବ ସ୍ବାସ୍ଥ୍ୟ ଭିତ୍ତିଭୂମି, ସୃଷ୍ଟି ହେଲା ୧୧ ହଜାର ନୂଆ ନର୍ସିଂ ଅଫିସର ପଦବୀ

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ପର୍ଯ୍ୟାପ୍ତ ଓ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆମେ ସବୁବେଳେ ପ୍ରୟାସ କରିଆସିଛୁ । ନୂତନ ମେଡିକାଲ କଲେଜ ପ୍ରତିଷ୍ଠା, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ନୂତନ ନିଯୁକ୍ତି ଜରିଆରେ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଚିଶ୍ଚିତ କରାଯାଇଛି । 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ନବନିଯୁକ୍ତ ନର୍ସିଂ ଅଫିସର ମାନଙ୍କ ସହ ମତ ବିନିମୟ କରିଛନ୍ତି । ସେ କହିଛନ୍ତି ଯେ, ଆପଣମାନେ ଆଜି ନୂଆ ଚାକିରୀରେ ଯୋଗ ଦେଇ ଖୁସି ଅଛନ୍ତି । ଆପଣମାନଙ୍କ ପାଖକୁ ଯେଉଁ ଲୋକ ଚିକିତ୍ସା ପାଇଁ ଆସିବେ, ତାଙ୍କୁ ମଧ୍ୟ ଆପଣମାନେ ଏପରି ଖୁସି ଦେବାକୁ ଉଦ୍ୟମ କରନ୍ତୁ । ସେମାନଙ୍କୁ ଭଲ ସେବା ଦିଅନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନେ ପୁଣ୍ୟ ପାଇଁ ମନ୍ଦିର ଯାଆନ୍ତି । କିନ୍ତୁ ଆପଣମାନେ ଏପରି ଚାକିରି ପାଇଛନ୍ତି, ଯେଉଁଥିରେ ରୋଗୀ ସେବା ଜରିଆରେ ଆପଣ ଭାଗବାନଙ୍କ ଆଶୀର୍ବାଦ ପାଇବେ । ପୁଣ୍ୟ ଅର୍ଜନ କରିବେ । ସ୍ବଚ୍ଛତାର ସହ ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି ।

ଅଧିକ ପଢନ୍ତୁ- Odisha Cabinet Meeting: 12ଟି ବିଭାଗର 19ଟି ପ୍ରସ୍ତାବକୁ ସ୍ବୀକୃତି, 1ବର୍ଷରେ ଦକ୍ଷ ହେବେ 1ଲକ୍ଷ ଯୁବକ ଯୁବତୀ

ମୁଖ୍ୟ ଶାସନ ସଚିବ ପି.କେ ଜେନା କହିଛନ୍ତି ଯେ, ୩୭୩୨ ଜଣ ନର୍ସିଂ ଅଫିସରଙ୍କ ନୂଆ ନିଯୁକ୍ତି ଆମର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ସହିତ ଆମର ଲକ୍ଷ୍ୟ ପୂରଣରେ ସହାୟକ ହେବ । ସମସ୍ତଙ୍କୁ ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିବାବେଳେ ନର୍ସିଂ ନିର୍ଦ୍ଦେଶକ ଡଃ ରାମଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.