ETV Bharat / state

ରାଜଧାନୀରେ ଗଡିଲା ଇ ରିକ୍ସା ଓ ଇ ବସ, ଜନସାଧାରଣ ପାଇବେ କମ ମୂଲ୍ୟରେ ସୁବିଧା - ଇ ରିକ୍ସା ଚଲାଇବେ ମହିଳା ଓ କିନ୍ନର

ରାଜଧାନୀରେ ଗଡିଲା ଇ-ରିକ୍ସା । ଏହାସହ ଗଡିଲା ଇ-ବସ । ଜନସାଧାରଣ ପାଇବେ କମ ମୁଲ୍ୟରେ ସୁବିଧା । ପ୍ରଦୂଷଣ ରୋକିବା ନେଇ ରାଜଧାନୀରେ ଆଜିଠୁ ଗଡିଲା ଇ-ବସ ଓ ଇ-ରିକ୍ସା । ଅର୍ଥାତ ଇଲେକ୍ଟ୍ରିକ ପରିଚାଳିତ ମୋ-ବସ ଓ ମୋ ଇ-ଅଟୋ ସେବା ଯୋଗାଇବେ ରାଜଧାନୀବାସୀଙ୍କୁ । ଅଧିକ ପଢନ୍ତୁ

ଜନସାଧାରଣ ପାଇବେ କମ ମୂଲ୍ୟରେ ସୁବିଧା
ଜନସାଧାରଣ ପାଇବେ କମ ମୂଲ୍ୟରେ ସୁବିଧା
author img

By

Published : Jul 29, 2022, 8:02 PM IST

Updated : Jul 29, 2022, 8:16 PM IST

ଭୁବନେଶ୍ବର: ରାଜଧାନୀରେ ଗଡିଲା ଇ-ରିକ୍ସା । ଏହାସହ ଗଡିଲା ଇ-ବସ । ଜନସାଧାରଣ ପାଇବେ କମ ମୂଲ୍ୟରେ ସୁବିଧା । ପ୍ରଦୂଷଣ ରୋକିବା ନେଇ ରାଜଧାନୀରେ ଆଜିଠୁ ଗଡିଲା ଇ-ବସ ଓ ଇ-ରିକ୍ସା । ଅର୍ଥାତ ଇଲେକ୍ଟ୍ରିକ ପରିଚାଳିତ ମୋ-ବସ ଓ ମୋ ଇ-ରିକ୍ସା ସେବା ଯୋଗାଇବେ ରାଜଧାନୀବାସୀଙ୍କୁ ।

ରାଜଧାନୀରେ ଗଡିଲା ଇ ରିକ୍ସା ଓ ଇ ବସ, ଜନସାଧାରଣ ପାଇବେ କମ ମୂଲ୍ୟରେ ସୁବିଧା

ପ୍ରଥମ ପର୍ଯାୟରେ 10 ଟି ଇ- ବସ ସମେତ 50 ଟି ଇ-ରିକ୍ସାର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକି ସ୍ବଳ୍ପ ମୂଲ୍ୟରେ ବିନା ପ୍ରଦୂଷଣରେ ସହରବାସୀଙ୍କୁ ଯୋଗାଇବ ଗନ୍ତବ୍ୟ ସ୍ଥଳକୁ ଯାତାୟତ କରିବାର ସୁବିଧା । ଏନେଇ ପ୍ରାଥମିକ ପର୍ଯାୟରେ 4ଟି ରୁଟରେ 3 ଦିନ ଯାଏଁ 29, 30, 31 ପର୍ଯ୍ୟନ୍ତ ବିନା ମୁଲ୍ଯରେ ସହରବାସୀଙ୍କୁ ମାଗଣା ଯାତ୍ରାର ଅନୁଭବ ଦେବ । ପରବର୍ତି ପର୍ଯ୍ୟାୟରେ ଏହା ବିଭିନ୍ନ ରୁଟରେ ଗଡିବ। ଏଥିରେ ଇ-ବସରେ ଗାଇଡ ଭାବେ 50 ପ୍ରତିଶତ ମହିଳା ଓ ଇ-ରିକ୍ସାରେ ଶତ ପ୍ରତିଶତ ମହିଳା ଓ କିନ୍ନର ଚାଳକଙ୍କ ଦ୍ବାରା ପରିଚାଳିତ ହେବ ।

ଏହି ବସ ପଟିଆ, ପାତ୍ରପଡା ଓ ପୋଖରିପୁଟ ଅଞ୍ଚଳକୁ ମାତ୍ର 10 ଟଙ୍କାରେ ଯାତ୍ରା କରିପାରିବେ ଯାତ୍ରୀ । ସବୁଜ ପରିବହନ ସବୁଜ ସହରର ପରିକଳ୍ପନା ଏହି ସେବାର ମୂଳ ଲକ୍ଷ୍ୟ ରହିଛି । ଉଦଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ଭୁବନେଶ୍ବର ମେୟର, ମୁଖ୍ୟ ଶାସନ ସଚିବ ଓ ମୋ ବସ ବା କୃଟ ପରିଚଳନା କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 29, 2022, 8:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.