ETV Bharat / state

Record Politics: ବିଜେଡିର କାଉଣ୍ଟର, 'ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ'

author img

By

Published : Jul 23, 2023, 9:03 PM IST

ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡକୁ ନେଇ ବିରୋଧୀମାନେ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ଏହାରି ଭିତରେ ବିରୋଧୀଙ୍କୁ କାଉଣ୍ଟର କରିଛି ବିଜେଡି। ଅଧିକ ପଢନ୍ତୁ

ବିରୋଧୀଙ୍କୁ ବିଜେପିର କାଉଣ୍ଟର
ବିରୋଧୀଙ୍କୁ ବିଜେପିର କାଉଣ୍ଟର
ବିରୋଧୀଙ୍କୁ ବିଜେପିର କାଉଣ୍ଟର

ଭୁବନେଶ୍ବର: ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାରେ ଦେଶର ଦ୍ବିତୀୟ ନେତା ଭାବେ ନବୀନ ରେକର୍ଡ କରିବା ପରେ ତେଜିଛି ରାଜନୀତି । ଏହାକୁ ନେଇ ବିରୋଧୀ ସମାଲୋଚନା କରିଥିବାବେଳେ ଜବାବ ରଖିଛି ବିଜେଡି । ଏନେଇ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, "ନବୀନ ବାବୁଙ୍କ ଶାସନ କାଳ ଜ୍ୟୋତି ବସୁଙ୍କଠୁ ଅଧିକ ହୋଇଛି ସତ । କିନ୍ତୁ ଏହି 23 ବର୍ଷ 138 ଦିନ ଭିତରେ ପ୍ରତିଶ୍ରୁତି ଦେବା ଓ ପାଳନ ନ କରିବାର ରେକର୍ଡ ବି କରିଛନ୍ତି ନବୀନ ପଟ୍ଟନାୟକ । ସେହିପରି ସାଂସଦ, ବିଧାୟକ, ମନ୍ତ୍ରୀଙ୍କଠୁ ନେଇ ସରପଞ୍ଚଙ୍କ ପର୍ଯ୍ୟନ୍ତ ଜନପ୍ରତିନିଧିମାନେ ଜଣେ ସଚିବଙ୍କ ପାଇଁ ଚୌକି ପକାଉଛନ୍ତି, ଲୋକ ଯୋଗାଡ଼ କରୁଛନ୍ତି ଏହା ବି ନବୀନ ବାବୁଙ୍କ 23 ବର୍ଷ ଶାସନର ଆଉ ଏକ ରେକର୍ଡ ।"

ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରତି ବ୍ଲକରେ 35 ପ୍ରତିଶତ ଜଳସେଚନ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଚାଷୀଙ୍କ ରୋଜଗାର ଦୁଇଗୁଣ, ଦାଦନ ସମସ୍ୟାର ସମାଧାନ, ଶିଳ୍ପାୟନ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା, ଶିଶୁ ଓ ଗର୍ଭବତୀ ମହିଳାଙ୍କ ଅପପୃଷ୍ଟି ଭଳି ପ୍ରତିଶ୍ରୁତି ପାଳନ ନ କରିବାର ରେକର୍ଡ ବି କରିଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ ।

ଏଭଳି ତମାମ ପ୍ରସଙ୍କକୁ ନେଇ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଟ୍ବିଟ୍ ମଧ୍ୟ କରିଛନ୍ତି । ସେପଟେ ଏହାକୁ ନେଇ ଜବାବ ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ସେ କହିଛନ୍ତି, "ଯେଉଁମାନେ ଓଡ଼ିଶାର ଜନମତକୁ ଠିକଣା ଭାବେ ବିଚାର କରି ପାରୁନାହାନ୍ତି ସେମାନେ ଅଗଣତାନ୍ତ୍ରିକ ଉପାୟରେ କଥା କହୁଛନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପ୍ରତି ଜନମତ ପ୍ରତିଫଳିତ ହୋଇଛି । ଓଡ଼ିଶାର ବିକାଶ ବି ତା ସହିତ ଜଡ଼ିତ । ଯାହା ଆଗରୁ ହୋଇନଥିଲା ତାହା ଆଜି ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଛି । ସ୍ଥିତି ବଦଳିଛି ଓଡ଼ିଶାର ରାଜସ୍ୱ ବଢିଛି ।"

ଏହା ମଧ୍ୟ ପଢନ୍ତୁ...ନବୀନଙ୍କ ରେକର୍ଡ ପରେ ବିରୋଧୀଙ୍କ ସମାଲୋଚନା: 'ସଚିବଙ୍କ କାର୍ଯ୍ୟ ବି ରେକର୍ଡ କରିବ' କହିଲା କଂଗ୍ରେସ

ଏହାସହ ବିରୋଧୀଙ୍କୁ କାଉଣ୍ଟର କରି ଅମର କହିଛନ୍ତି, "ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ଲୋକଙ୍କ ପାଖକୁ ଯାଆନ୍ତୁ ଲୋକେ ତାଙ୍କୁ ଗ୍ରହଣ କଲେ ହେବ । ଉପନିର୍ବାଚନ, ପଞ୍ଚାୟତ ନିର୍ବାଚନ କି ସାଧାରଣ ନିର୍ବାଚନରୁ ମଧ୍ୟ ସେମାନେ କିଛି ଶିକ୍ଷା ଲାଭ କଲେନି । ଯେଉଁମାନେ ଲୋକମତ ନ୍ୟୁନ କରିବା ପାଇଁ ଚାହୁଁଛନ୍ତି ସେମାନେ ହିଁ ଅଗଣତାନ୍ତ୍ରିକ କାମ କରୁଛନ୍ତି । କେବଳ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଲୋକ ସମର୍ଥନ ପାଉ ନଥିବାରୁ କିଛି ଆଳ ଦେଖାଉଛନ୍ତି । କିନ୍ତୁ ତାଙ୍କର ସେ ଆଳ ଆଉ କାମ ଦେବନି। ନିକଟରେ ହେବାକୁ ଥିବା ନିର୍ବାଚନରେ ଲୋକମତର ପରୀକ୍ଷା ହୋଇଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.