ETV Bharat / state

Kalinga Utsava 2022: ଉତଯାପିତ ହେଲା କଳିଙ୍ଗ ଉତ୍ସବ - କଳିଙ୍ଗ ଉତ୍ସବ ୨୦୨୨

ଭୁବନେଶ୍ବର ରେଳ ଅଡିଟୋରିୟମରେ ଦୁଇ ଦିନ ଧରି ଚାଲିଥିବା କଳିଙ୍ଗ ଉତ୍ସବ ୨୦୨୨ ଉତଯାପିତ ହୋଇଛି । ଶେଷ ଦିନରେ ପାରମ୍ପରିକ ଆଦିବାସୀ ନୃତ୍ୟ ଏବଂ ଗୀତରେ ଝୁମିଲେ ଦର୍ଶକ । ଅଧିକ ପଢ଼ନ୍ତୁ

Kalinga Utsava 2022
Kalinga Utsava 2022
author img

By

Published : Dec 26, 2022, 12:32 PM IST

ଉତଯାପିତ ହେଲା କଳିଙ୍ଗ ଉତ୍ସବ

ଭୁବନେଶ୍ବର: ରାଜଧାନୀରେ ଉଦଯାପିତ ହୋଇଯାଇଛି କଳିଙ୍ଗ ଉତ୍ସବ ୨୦୨୨ । ଭୁବନେଶ୍ୱର ରେଳ ଅଡିଟୋରିୟମରେ ଦୁଇ ଦିନ ଧରି ଚାଲିଥିବା କଳିଙ୍ଗ ଉତ୍ସବ ଉଦଯାପିତ ହୋଇଯାଇଛି । ଶେଷ ଦିନରେ ଆଦିବାସୀ ଗୀତ ଏବଂ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୁଇ ବ୍ୟକ୍ତିଙ୍କ ଆଲୋଚନା ଅଧିବେଶନ କରାଯାଇଛି । ଆଦିବାସୀ ପାରମ୍ପରିକ ନୃତ୍ୟଗୀତରେ ଝୁମିଲେ ଦର୍ଶକ ।

ଏହା ମଧ୍ୟ ପଢ଼ନ୍ତୁ: କୁହୁଡିରେ ଲୁଚିଗଲା ରାଜଧାନୀ, ଦିଶୁନି ରାସ୍ତାଘାଟ

କଳିଙ୍ଗ ଉତ୍ସବର ଉଦଯାପନୀ ଦିବସରେ ଓଡ଼ିଶା ଆଦିବାସୀ ସଂସ୍କୃତି ଓ ପରମ୍ପରା ନୃତ୍ୟକଳା ସଂପର୍କରେ ଆଧାରିତ ପ୍ରଫେସର ଉପେନ୍ଦ୍ର ପାଢୀଙ୍କ ରଚିତ "ଭରତ ପଙ୍କଜ" ପୁସ୍ତକ ନିମନ୍ତ୍ରିତ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଜଣାଶୁଣା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ଗୀତ ସହ ଗଡବା, ଓରାମ, ସାନ୍ତାଳି, ଏବଂ ଭୁମିଜ ଭଳି ଆଦିବାସୀ ଗୋଷ୍ଠୀମାନଙ୍କ ନୃତ୍ୟରେ ଝୁମିଥିଲା ମଞ୍ଚ । ଆଦିବାସୀ କଳା, ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଉତ୍ପାଦନର ୧୨ଟି ଷ୍ଟଲ୍ ଏହି ଉତ୍ସବରେ ରହିଥିଲା । ଭାରତ ସରକାରଙ୍କ "ଆଜାଦି କା ଅମୃତ ମହୋତ୍ସବ" କାର୍ଯ୍ୟକ୍ରମ ଅଧୀନରେ ଏହି ଉତ୍ସବରେ ପ୍ରାୟ ୩୦୦ ବିଦ୍ୟାଳୟ ଏବଂ ଭୁବନେଶ୍ୱରର ୨୦ରୁ ଅଧିକ ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ନନ୍ଦନକାନନରେ ୭ ବର୍ଷର ରେକର୍ଡ ଭାଙ୍ଗିଲା ପର୍ଯ୍ୟଟକଙ୍କ ଭିଡ

ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଏହାକୁ ରାଜ୍ୟର ପରିଚୟର କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନିତ କରିବା, ଅନୁସୂଚିତ ଜାତି ସମ୍ପ୍ରଦାୟକୁ ସମର୍ଥନ କରିବା ତଥା ଆଦିବାସୀ କଳାକୁ ଲୋକଲୋଚନକୁ ଆଣିବା କଳିଙ୍ଗ ଉତ୍ସବର ଲକ୍ଷ୍ୟ । କଳିଙ୍ଗ ଉତ୍ସବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ଓ ନିର୍ଦ୍ଦେଶକ, କେନ୍ଦ୍ରୀୟ ଡ୍ରାମା ଓ ସଂସ୍କୃତି ବିଭାଗର ଏଚ୍ଓଡି ପ୍ରଫେସର ରମେଶ ଚନ୍ଦ୍ର ଗୌର, ସଂସ୍କୃତି ବିଭାଗର ଯୁଗ୍ମ ସଚିବଙ୍କ ସମେତ ଅନେକ ମାନ୍ୟଗଣ୍ୟ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.