ନିଆଳି: ଉଦଯାପିତ ହେଲା ଷୋଡ଼ଶ ଅନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବ (16th International Chausathi Yogini Festival) । ଓଡ଼ିଶାର ପ୍ରସିଦ୍ଧ ତନ୍ତ୍ର ପୀଠ ଭାବରେ ପରିଚିତ ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ହୀରାପୁର ଗ୍ରାମର ଆରାଧ୍ୟ ଦେବୀ ମା' ମହାମାୟାଙ୍କ ପୀଠରେ ଆୟୋଜିତ ଷୋଡ଼ଶ ଅନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବର ଶେଷ ସନ୍ଧ୍ୟା ଉଦଯାପିତ ହୋଇଯାଇଛି । ନୃତ୍ୟ ପ୍ରତିଭା ଏବଂ ହୀରାପୁର ଗ୍ରାମ୍ୟ କମିଟିଙ୍କ ମିଳିତ ଆନୁକୁଲ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: କଣ୍ଟାବାଞ୍ଜି ଜେଲର ମୁଲାକାତ ରେଜିଷ୍ଟର ଜବତ କଲା କ୍ରାଇମବ୍ରାଞ୍ଚ
ଷୋଡଶ ଆନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବର ଶେଷ ସନ୍ଧ୍ୟାରେ ମୋ ପରିବାର ମୁଖ୍ୟ ଆଇପିଏସ୍ ଅରୁପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଆଇଏଏସ୍ ରଞ୍ଜନ କୁମାର ଦାସ, ରାଜ୍ଯ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଚଳିତ ବର୍ଷ ଚଉଷଠି ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ ଡ଼. ସ୍ନେହପ୍ରଭା ସାମନ୍ତରାୟ ଓ ଚଉଷଠି ଯୋଗିନୀ ସାହିତ୍ୟ ସମ୍ମାନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରଞ୍ଜନ ଦାସଙ୍କୁ ସମ୍ମାନିତ କରାଯାଇଥିଲା । ଶେଷ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: BJD Foundation Day: 26 ବର୍ଷରେ ପାଦ ଦେଲା BJD, ମହାପ୍ରଭୁଙ୍କୁ ଦୀପଦାନ
କାନାଡାରୁ ଆସିଥିବା ସୁଶ୍ରୀ ମିଶ୍ର ଓ ସାଥି କଳାକାରଙ୍କ ଦ୍ଵାରା ଜଗନ୍ନାଥ ଆଧାରିତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ ବିମୋହିତ କରାଇଥିଲା । କଟକରୁ ଆସିଥିବା ଗୁରୁ ଅଂଶୁମାନ ମିଶ୍ର ଓ ସାଥି କଳାକାରଙ୍କ ଦ୍ବାରା ପ୍ରଦକ୍ଷୀଣା ଦଳଗତ ଓଡ଼ିଶୀ ଗିରିଗୋବର୍ଦ୍ଧନ ଆଧାରିତ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ରାୟପୁରରୁ ଆସିଥିବା କଳାକାର ଏକକ ଭଙ୍ଗୀରେ ଓଡିଶୀ ନୃତ୍ୟ ଦୁର୍ଗା ସ୍ତୁତି ସଙ୍ଗୀତରେ ପରିବେଷଣ କରିଥିଲେ । ଶେଷ ପର୍ଯ୍ୟାୟରେ ଭୁବନେଶ୍ଵର କପିଳନାଥ ନାଟ୍ୟ ସଙ୍ଘ ତରଫରୁ ମହୀରାବଣ ଗୀତିନାଟ୍ୟ ଲୋକକଳା ପରିବେଷଣ କରିଥଲେ । ଏହି କାର୍ଯ୍ୟକ୍ରମକୁ ଇଂ ଶ୍ରୀନିବାସ ଘଟୁଆରି ପରିଚାଳନା କରିଥିଲେ l
ଇଟିଭି ଭାରତ, ନିଆଳି