ETV Bharat / state

ପରୀକ୍ଷା ପୂର୍ବରୁ ପ୍ରଶ୍ନ ଲିକ୍, ୟୁଟ୍ୟୁବରେ ଭାଇରାଲ ହେଲା ପ୍ରଶ୍ନପତ୍ର - ସମେଟିଭ ପରୀକ୍ଷା ୧

ଆରମ୍ଭ ହୋଇଛି ନବମ ଶ୍ରେଣୀ ସମେଟିଭ ପରୀକ୍ଷା ୧  । ଛାତ୍ରଛାତ୍ରୀ ପରୀକ୍ଷା ଦେବା ପୂର୍ବରୁ ପ୍ରଶ୍ନ ପତ୍ର ଲିକ୍ ହୋଇଛି  । ଅଧିକ ପଢନ୍ତୁ

ପରୀକ୍ଷା ପୂର୍ବରୁ ପ୍ରଶ୍ନ ଲିକ୍, ୟୁଟ୍ୟୁବରେ ଭାଇରାଲ ହେଲା ପ୍ରଶ୍ନପତ୍ର

author img

By

Published : Oct 29, 2022, 10:02 PM IST

ଭୁବନେଶ୍ବର: ପରୀକ୍ଷା ପୂର୍ବରୁ ପୁଣି ଭାଇରାଲ ହେଲା ପ୍ରଶ୍ନ ପତ୍ର । ନବମ ଶ୍ରେଣୀ ସମେଟିଭ ପରୀକ୍ଷା ୧ ପ୍ରଶ୍ନ ପତ୍ର ପରୀକ୍ଷା ପୂର୍ବରୁ ଲିକ୍ ହୋଇଛି । ଆଜି ନବମ ଶ୍ରେଣୀର ସଂସ୍କୃତ / ହିନ୍ଦୀ ପରୀକ୍ଷା ରହିଥିଲା । ହେଲେ ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ସଂସ୍କୃତ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ତେବେ ଏପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଏଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଆରମ୍ଭ ହୋଇଛି ନବମ ଶ୍ରେଣୀ ସମେଟିଭ ପରୀକ୍ଷା ୧ । ଆଜି ତୃତୀୟ ଭାଷା ସଂସ୍କୃତ / ହିନ୍ଦୀ ପରୀକ୍ଷା ରହିଥିଲା । ହେଲେ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପୂର୍ବରୁ ପ୍ରଶ୍ନ ପତ୍ର ଲିକ୍ ହୋଇଛି । ଦିନ ୧୦ରୁ ୧୨ ପର୍ଯ୍ୟନ୍ତ ପରୀକ୍ଷା ସମୟ ରହିଥିଲା । ହେଲେ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପୂର୍ବରୁ ୟୁଟ୍ୟୁବରେ ସଂସ୍କୃତ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ତେବେ ପ୍ରଶ୍ନ ପତ୍ର ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା । ଏମିତି କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳାଯାଉଛି ବୋଲି କହିଥିଲେ କିଛି ବୁଦ୍ଧିଜୀବୀ ।

ପ୍ରାଇମେରୀ ଏଜୁକେସନ ନାମରେ ଏକ ୟୁଟ୍ୟୁବ ଚ୍ୟାନାଲ ମାଧ୍ୟମରେ ସଂସ୍କୃତ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷା ପୂର୍ବରୁ ଅପଲୋଡ଼ ହୋଇଥିବା ସଂସ୍କୃତ ଏବଂ ସାହିତ୍ୟ ପ୍ରଶ୍ନ କ୍ରମାନୁଯାୟୀ କେମିତି ଏକଦମ ସବୁ ପ୍ରଶ୍ନ ପରୀକ୍ଷାରେ ପଡିଛି ତାକୁ ନେଇ ଏବେ ସନ୍ଦେହ ଉପୁଜୁଛି । ଏହି ୟୁଟ୍ୟୁବ ଚ୍ୟାନାଲକୁ କିଏ ବ୍ୟବହାର କରୁଛି ତାହା ସାଧାରଣରେ ପ୍ରଶ୍ନ ଉଠିଛି ।

ତେବେ ନବମ ଶ୍ରେଣୀ ସମ୍ମେଟିଭ ୱାନ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ "ଏ ବିଷୟରେ ଆମେ ଅବଗତ ଅଛୁ । ୟୁଟ୍ୟୁବ ମାଧ୍ୟମରେ ଏହା ନଜରକୁ ଆସିଛି । ତେବେ କେଉଁଠୁ ଏହି ପ୍ରଶ୍ନପତ୍ର ଭାଇରାଲ ହେଉଛି, ସେ ନେଇ ତଦନ୍ତ କରିବାକୁ ବୋର୍ଡ ସଭାପତିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।" ସେପଟେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ଭାଇରାଲ ହେବାରୁ ଚିନ୍ତାରେ ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.