ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ବୋମାମାଡ ସହ ଗୁଳି ଚାଳନା - ଖୋର୍ଦ୍ଧା

ପୂର୍ବ ଶତ୍ରୁତାକୁ ନେଇ ଓଲସିଂହ ଗ୍ରାମପଞ୍ଚାୟତ ଡମଣଭୂମି ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ବୋମାମାଡ଼ ସହିତ ଗୁଳି ଚାଳନା । ମାଙ୍କଡ଼ା ପଥର ଖାଦାନ ଓ ଚାଲାଣ କରିବା ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଛି । ଅଧିକ ପଢନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

author img

By

Published : Mar 22, 2021, 10:49 AM IST

ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ ନେଇ ଓଲସିଂହ ଗ୍ରାମପଞ୍ଚାୟତ ଡମଣଭୂମି ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ବୋମାମାଡ଼ ସହିତ ଗୁଳି ଚାଳନା । ମାଙ୍କଡ଼ା ପଥର ଖାଦାନ ଓ ଚାଲାଣ କରିବା ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଛି । ଏକ ପଥର ବୋଝେଇ ଗାଡ଼ି ଅଟକାଇବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାମର କାଳିଆ ଭୋଳ ସେହି ଗ୍ରାମର ରଞ୍ଜନ ଭୋଳଙ୍କ ଘରେ ପଶି ମାରଣାସ୍ତ୍ରରେ ପରିବାରର କେତେଜଣଙ୍କୁ କ୍ଷତାକ୍ତ କରିଥିବା ସୂଚନା ମିଳିଛି । ଏହାସହ ରଞ୍ଜନଙ୍କ ଗୋଷ୍ଠୀ ଘଟଣାରେ ଉତକ୍ଷିପ୍ତ ହୋଇ କାଳିଆଙ୍କ ଗୋଷ୍ଠୀ ଉପରେ ବୋମାମାଡ କରିଥିବା ଜଣାପଡିଛି । ଏଥିରେ 5 ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା ବେଳେ ଗାଁରେ ପୋଲିସ ମୁତୟନ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.