ETV Bharat / state

କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ନେଇ ଉତ୍ତେଜନା - କୋଭିଡ ଆକ୍ରାନ୍ତ

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଧିକ ପଢନ୍ତୁ...

କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ନେଇ ଉତ୍ତେଜନା

author img

By

Published : May 20, 2021, 9:49 AM IST

ଖୋର୍ଦ୍ଧା: କିଛି ଦିନ ବ୍ୟବଧାନ ପରେ ଅନ୍ତିମ ସଂସ୍କାର ପୁଣି ପ୍ରଶାସନର ମୁଣ୍ଡବ୍ୟଥାର କାରଣ ସାଜିଛି । ଆକ୍ରାନ୍ତଙ୍କ ମୃତଦେହକୁ ଧରି ପ୍ରଶାସନ ଶ୍ମଶାନରୁ ଶ୍ମଶାନ ବୁଲଥିବା ଦେଖିବାକୁ ମିଳୁଛି । ତେବେ ଗ୍ରାମବାସୀମାନେ ଗ୍ରାମ ନିକଟରେ କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିଦେଉନଥିବା ଦେଖିବାକୁ ମିଳିଛି ।

କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ନେଇ ଉତ୍ତେଜନା

କିଛିଦିନ ତଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଜେମାଦେଇଠାରେ କୋଭିଡ ମୃତଦେହକୁ ଦାହ କରିବା ବେଳେ ବିରୋଧ ହୋଇଥିଲା। କୌଣସି ପ୍ରକାରେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି କାର୍ଯ୍ୟ ସମ୍ପାଦନ କରିଦେବା ପରେ ବୁଧବାର ବିଳମ୍ବିତ ରାତିରେ ପୁଣି ସମସ୍ୟା ମୁଣ୍ଡ ଟେକିଛି। ବୋଲଗଡ଼ରୁ ଆସୁଥିବା ଏକ କୋଭିଡ ଆକ୍ରାନ୍ତ ମୃତଦେହକୁ ସିଆଳିଆ ପାଖ ଶ୍ମଶାନରେ ଦାହ କରିବାକୁ ପ୍ରଶାସନ ଆଣୁଥିବାର ଖବର ପାଇ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ କରିଛନ୍ତି।

ଜିଲ୍ଲାର ଆରକ୍ଷୀ କାର୍ଯ୍ୟାଳୟଠାରୁ ଅନତି ଦୂରରେ ନିରୁପିତ ଶ୍ମଶାନ ନିକଟରେ ଲୋକମାନେ ଏକାଠି ହୋଇ ପ୍ରଶାସନର ନିଷ୍ପତ୍ତିକୁ ବିରୁଦ୍ଧ କରୁଥିବା ବେଳେ ଲୋକଙ୍କୁ ସମ୍ମୁଖୀନ ହେବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲୁଛି । ସେହିପରି କୋଭିଡ ମୃତଦେହକୁ ଖୋର୍ଦ୍ଧା ମେଡିକାଲରେ ରଖି ଗତକାଲି ରାତିରୁ ଏପର୍ଯ୍ୟନ୍ତ ଲୋକଙ୍କୁ ବୁଝାସୁଝା କରୁଛି ପ୍ରଶାସନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.