ଭୁବନେଶ୍ବର: ନୟାପଲ୍ଲୀ ଥାନାଠୁ ମାତ୍ର ୩୦୦ ମିଟର ଦୂରରେ ଖଣ୍ଡା ଧରି ଗଲି ବଏଙ୍କ ବର୍ଥ ଡେ' ସେଲିବ୍ରେସନ । ବିଗୁଡିଛି ଆଇନଶୃଙ୍ଖଳା । ଥାନାଠୁ ଅଳ୍ପ ଦୂରରେ ଏପରି ଖଣ୍ଡା ଧରିବା ଘଟଣା ଗତ ୨୪ତାରିଖରେ ଦେଖିବାକୁ ମିଳିଥିବା ବେଳେ ପୋଲିସ ଏଯାଏଁ ଚୁପ ବସିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତାଙ୍କର ମାହୋଲ ଖେଳିଯାଇଛି ।
ଗତ ୨୪ ତାରିଖ ରାତି ୯ଟାରେ ନୟାପଲ୍ଲୀ କନ୍ଧବସ୍ତି ଓ ବେହେରା ବସ୍ତିରେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ରାସ୍ତା ଉପରେ ଖଣ୍ଡା ବୁଲିଲା । ଠେଙ୍ଗା ଧରି ଆତଙ୍କ ଖେଳାଇଲେ ଯୁବକ । ଦୀର୍ଘ ୩୦ ମିନିଟ ଧରି ପାଖ ଏନ୍-୩, ଆଇଆରସି ଭିଲେଜରେ ଲୋକ ଘରୁ ବାହାରି ପାରିଲେନି । କାର ନେଇ ଯାଉଥିବା ଲୋକ ବାଧ୍ୟ ହୋଇ ପଛକୁ ଫେରି ପଳାଇଥିଲେ । ପରିସ୍ଥିତି ଏପରି ହେଲା ଯେ ଉଭୟ ବସ୍ତିର ଲୋକେ ଠେଙ୍ଗା ବାଡ଼ି ଧରି ରାସ୍ତା ଉପରେ ବୁଲିଲେ। ହେଲେ ନା ପୋଲିସ ପାଖରେ ସୁରାକ ନଥିଲା ।
ଶେଷରେ ଏନେଇ ନୟାପଲ୍ଲୀ ଥାନାକୁ ଯୋଗାଯୋଗ ପରେ ଗଣମାଧ୍ୟମଠୁ ଖବର ପାଇ ପୋଲିସ ଘଟଣା ସମ୍ପର୍କରେ ଜାଣିବା ପାଇଁ ପହଞ୍ଚିଥିଲା । ହେଲେ ପୋଲିସ ପହଞ୍ଚିବା ପରେ ମଧ୍ୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା । ମାତ୍ର ଘଟଣାକୁ ଦୁଇ ଦିନ ବିତିଥିବା ବେଳେ ପୋଲିସ ଆଖି ଦୃଶିଆ ପଦକ୍ଷେପ ନେଇନାହିଁ । ଏବେ ବି ସେହି ଅଞ୍ଚଳରେ ଲୋକେ ଛକାପଞ୍ଝା ପରିସ୍ଥିତିରେ ରହିଛନ୍ତି । କିଛି ପିଲା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହେଲେ ପୋଲିସ ଆକ୍ସନ ବଦଳରେ ବୁଝାମଣା ସ୍ଥିତିରେ ରହିଛି ।
ଏହା ବି ପଢନ୍ତୁ- ରିମାଣ୍ଡରେ ଆସିବେ ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳି ସହ ହେବ ମୁହାଁମୁହିଁ ଜେରା
ତେବେ ଏହି ଗଣ୍ଡଗୋଳର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି । ଜନ୍ମଦିନ ସେଲିବ୍ରେସନକୁ ସମୟରେ ଏଭଳି ପରିସ୍ଥିତି ଉପୁଜିଥିଲା । କନ୍ଧବସ୍ତିର କିଛି ପିଲା ବଡ଼ କେକ୍ ଆଣି ଚର୍ଚ୍ଚ ନିକଟ ଏକ ଛକ ପାଖରେ ସେଲିବ୍ରେସନ କରୁଥିଲେ। ଏହି ସମୟରେ ଖଣ୍ଡାରେ କେକ୍ କାଟିବା ଓ ରାସ୍ତା ଉପରେ ସେଲିବ୍ରେସନକୁ ବେହେରା ବସ୍ତିର କିଛି ପିଲା ବିରୋଧ କରିଥିଲେ। ସେଲିବ୍ରେସନକୁ ନେଇ ଉଭୟ ଗୋଷ୍ଠୀର କିଛି ପିଲାଙ୍କ ମଧ୍ୟରେ ମାରପିଟ ହୋଇଥିଲୋ । ଫଳରେ ଭୟାନକ ପରିସ୍ଥିତି ଉପୁଜିଥିଲା। କୁହାଯାଉଛି ଏହି ସବୁରେ କେବଳ ଅନେକ ଛୋଟପିଲା ଥିବା ବେଳେ ପୋଲିସ ଥାନାଠୁ ୩୦୦ମିଟର ଦୂରରେ ଖଣ୍ଡା ବୁଲାଇ ଠେଙ୍ଗା ଧରି ଲୋକେ ବାହାରିଲେ ।
ଅଥଚ ପୋଲିସର ଅବସ୍ଥିତି ଲୋକେ ମାନୁନଥିବା ଚର୍ଚ୍ଚା ହେଉଛି । ଅନେକ ହେବିଓ୍ବେଟ ଲୋକେ ଓ ଭିଭିଆଇପି ଏପରିକି ପାଖରେ ଥିବା କିଛି ପ୍ରଭାବଶାଳୀ ଲୋକ ମଧ୍ୟ ଏନେଇ ପୋଲିସକୁ ଯୋଗାଯୋଗ କରି ଶେଷରେ ଗଣମାଧ୍ୟମକୁ ଏ ସମ୍ପର୍କରେ ଜଣାଇଥିଲେ । ଏବେ ବି ପ୍ରତି ମୁହୂର୍ତ୍ତରେ ପିଲାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଗୋଟିଏ ଗୋଷ୍ଠୀର ପିଲା ଅନ୍ୟଗୋଷ୍ଠୀ ପିଲାଙ୍କୁ ଛକାଛକି କରୁଥିବା ପରିସ୍ଥିତି ଲାଗି ରହିଥିବା ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର