ETV Bharat / state

ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଓ ମାର୍କକୁ ନେଇ ସ୍ପଷ୍ଟୀକରଣ ଦେଲା ସିଏଚଏସଇ - CHSE on Question Patterns

CHSE releases Plus 2 exams Pattern: ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଓ ମାର୍କକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟୀକରଣ । ଆସନ୍ତା ଫେବୃଆରୀ ୧୬ ତାରିଖରୁ ଥିଓରି ପରୀକ୍ଷା ଆରମ୍ଭ ହେବ । ଅଧିକ ପଢନ୍ତୁ

ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଓ ମାର୍କ ସମ୍ବନ୍ଧରେ ସ୍ପଷ୍ଟୀକରଣ ଦେଲା ସିଏଚଏସଇ

author img

By ETV Bharat Odisha Team

Published : Jan 18, 2024, 8:21 PM IST

ଭୁବନେଶ୍ବର: ଆଉ କିଛି ଦିନ ପରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ପରୀକ୍ଷା କେନ୍ଦ୍ର ଠାରୁ ଆରମ୍ଭ କରି ଫଳ ପ୍ରକାଶ ହେବା ନେଇ ସ୍ବଚ୍ଛତାର ସହ ପରିଚାଳନା କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ସମ୍ଵନ୍ଧରେ ପ୍ରଶ୍ନପତ୍ର ଢାଞ୍ଚା ଓ ମାର୍କକୁ ନେଇ ସ୍ପଷ୍ଟୀକରଣ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

୨୦୨୨ ରେଗୁଲାର ପଞ୍ଜୀକୃତ ହୋଇଥିବା ପରୀକ୍ଷାର୍ଥୀ ଏବଂ ଏକ୍ସ-ରେଗୁଲାର ପ୍ରାର୍ଥୀ ୨୦୨୧ ରେ ପଞ୍ଜୀକୃତ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନ ଗୁଡିକ ସିଲାବସ ଅନୁଯାୟୀ CHSE ଦ୍ବାରା ପ୍ରସ୍ତୁତ କରାଯାଇଛି । ଇଂରାଜୀ ବିଷୟରେ ମୋଟ ଆକାରରେ ୪ଟି ସୋପାନରେ ପ୍ରଶ୍ନ ପତ୍ର ରହିବ । ଉଭୟ ଗଦ୍ୟ ଓ କବିତାରେ ୨ ମାର୍କର ୫ଟି ଲେଖାଁଏ ପ୍ରଶ୍ନ ପତ୍ର ଆସିବ । ଏହା ସହ ଅନୁଚ୍ଛେଦ ପଠନରେ ୨ ମାର୍କର ୫ଟି ଲେଖାଁଏ ପ୍ରଶ୍ନପତ୍ର ଆସିବ । ତେବେ ୨୫୦ ଶବ୍ଦ ମଧ୍ୟରେ ୫ ମାର୍କର ଦୁଇଟି ପ୍ରଶ୍ନ ପତ୍ର ଆସିବ । ଏହା ସହ ଭୋକେସନାଲ ସ୍କିଲକୁ ନେଇ ୫ ମାର୍କର ପ୍ରଶ୍ନ ପତ୍ର ଆସିବ । ଏହାରି ମଧ୍ୟରେ ୧୦ ମାର୍କ, ୭ ମାର୍କ, ୮ ମାର୍କ ଓ ୯ ମାର୍କ ଭଳି ପାସେଜ୍ ମଧ୍ୟ ରହିଛି । ଏହା ଛଡ଼ା ଗ୍ରାମାର ୧ ମାର୍କର ୧୦ ଟି ପ୍ରଶ୍ନ କରିବାକୁ ପଡ଼ିବ ।

ସୂଚନା ଅନୁଯାୟୀ, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଛି । ଆସନ୍ତା ଫେବ୍ରୁଆରି ୧୬ ତାରିଖରୁ ଥିଓରି ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷାକୁ କିଭଳି ଭାବରେ ପରିଚାଳନା କରାଯିବ ସେନେଇ ପ୍ରସ୍ତୁତ ହୋଇଛି ପରିଷଦ । ଥିଓରି ପରୀକ୍ଷା ସମୟରେ କପି ରୋକିବା ପାଇଁ ଚଳିତ ବର୍ଷ ତ୍ରିସ୍ତରୀୟ ସ୍କୁଆଡ ନିଯୁକ୍ତ କରାଯିବ । କପି ହେଉଥିବା କେନ୍ଦ୍ରମାନ ଉପରେ କଡାକଡି ଭାବରେ ନଜର ରଖାଯିବାର ବ୍ୟବସ୍ଥା କରାଯିବ । ଏପଟେ ଲାଇଭ ଷ୍ଟ୍ରିମିଙ୍ଗ ମଧ୍ୟ କରାଯିବ । ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଖାପାଖି ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୧୧୫୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୭ଟି ଉପ ପରୀକ୍ଷା କେନ୍ଦ୍ର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ଉଚ୍ଚ ଶିକ୍ଷାନୁଷ୍ଠାନରେ ହ୍ୟାଣ୍ଡଲୁମ ଡ୍ରେସ୍ କୋଡ ବ୍ୟବହାର ପରାମର୍ଶ ଦେଲା ୟୁଜିସି

ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷମାନଙ୍କୁ ପରୀକ୍ଷା କେନ୍ଦ୍ର ଗୁଡିକରେ ସୁପରଭାଇଜର ଭାବେ ନିଯୁକ୍ତି ଦିଆଯାଇଛି । ଯଦି କୌଣସି କଲେଜ ଅଧ୍ୟକ୍ଷ ସେମାନଙ୍କର ପୁଅ, ଝିଅ, ସ୍ବାମୀ, ସ୍ତ୍ରୀ ଙ୍କ ସମେତ କୌଣସି ପରିବାର ଲୋକ ପରୀକ୍ଷା ଦେଉଥିବେ ତେବେ ତାଙ୍କୁ ସୁପରଭାଇଜର ଭାବେ ନିଯୁକ୍ତି ଦିଆଯିବ ନାହିଁ । ଏପଟେ ଜାନୁଆରି ୩୧ ସୁଦ୍ଧା ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ନାମ ଓ ଯୋଗାଯୋଗ ନମ୍ବର ପଠାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହ କଲେଜରେ ହବ ଗୁଡ଼ିକରେ ଥିବା ଷ୍ଟଙ୍ଗ ରୁମରେ ସିସିଟିଭି କ୍ୟାମେରା ଲଗାଇବା କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨୦ ଯାଏଁ ଚାଲିବ । ପ୍ରତିଦିନ ଗୋଟିଏ ସିଟିଂ ପରୀକ୍ଷା ହେବାକୁ ଥିବାବେଳେ ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୧୦ ଟା ରୁ ୧ଟା ପର୍ଯ୍ୟନ୍ତ ହେଵ ପରୀକ୍ଷା। ଏପଟେ ଜାନୁଆରୀ ୨ ତାରିଖରୁ ୧୨ ତାରିଖରେ ଯୁକ୍ତ ଦୁଇ ଦ୍ବାଦଶ ଶ୍ରେଣୀର ପ୍ରାକ୍ଟୀକାଲ ପରୀକ୍ଷା ଶେଷ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.