ETV Bharat / state

Plus 2 Arts Results: ପ୍ରକାଶ ପାଇଲା ଫଳ, କଳାରେ ପାସ ହାର 78.88 ପ୍ରତିଶତ - ଧନ୍ଦାମୂଳକ ପରୀକ୍ଷା

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳାରେ ପାସ ହାର 78.88 ପ୍ରତିଶତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 8, 2023, 4:26 PM IST

Updated : Jun 8, 2023, 9:09 PM IST

Plus 2 Arts Results: ପ୍ରକାଶ ପାଇଲା ଫଳ, କଳାରେ ପାସ ହାର 78.88 ପ୍ରତିଶତ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳାରେ ୨ ଲକ୍ଷ ୩୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ ହାର ୭୮.୮୮ ପ୍ରତିଶତ ରହିଛି । ସେହିପରି ୫୭୨୦ ଜଣ ପରୀକ୍ଷାର୍ଥୀ ଧନ୍ଦାମୂଳକ ପରୀକ୍ଷା ଦେଇଥିଲେ । ଏଥିରେ ପାସ ହାର ରହିଛି ୬୭.୪୮% । ପୁଅଙ୍କ ପାସ ହାର ୭୦.୪୩ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ ହାର ୮୫.୬୮ ପ୍ରତିଶତ ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଫଳ । ଛାତ୍ରଛାତ୍ରୀ orissaresults.nic.org.inରେ ନିଜର ରେଜଲ୍ଟ ଦେଖିପାରିବେ ।

ପ୍ରକାଶ ପାଇଲା ଫଳ
ପ୍ରକାଶ ପାଇଲା ଫଳ

ଯୁକ୍ତ ୨ କଳାରେ ପ୍ରଥମ ଶ୍ରେଣୀରେ ୩୨ ହଜାର ୭୮୨ ଜଣ ପାସ୍‌ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୩୨ ହଜାର ୪୬୧, ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୬ ହଜାର ୧୭୯ ପାସ କରିଛନ୍ତି । ପାସ ହାର୭୮.୮୮% ଥିବା ବେଳେ ପୁଅଙ୍କୁ ଟପିଛନ୍ତି ଝିଅ । ପୁଅଙ୍କ ପାସ ହାର ୭୦.୪୩% ଥିବା ବେଳେ ଝିଅଙ୍କ ପାସ ହାର ୮୫.୬୬% ରହିଛି । ସେହିପରି ଧନ୍ଦାମୂଳକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୮୪୩ ଜଣ ପାସ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୧୭୫୧, ତୃତୀୟ ଶ୍ରେଣୀରେ ୧୧୧୫ ପାସ କରିଛନ୍ତି । ଏଥିରେ ମୋଟ ପାସ ହାର ୬୭.୪୮% ରହିଛି । ପୁଅଙ୍କ ପାସ ହାର-୬୪.୨୩% ଥିବା ବେଳେ ଝିଅଙ୍କ ପାସ ହରା ୭୧.୧୦% ରହିଛି ।

ଏହା ବି ପଢନ୍ତୁ- Plus 2 Arts Results: ପ୍ରକାଶ ପାଇଲା ଫଳ, କଳାରେ ପାସ ହାର 78.88 ପ୍ରତିଶତ

ୱେବ୍‌ସାଇଟ୍‌ ଛଡ଼ା ସାମ୍ସ ଇ-ସ୍ପେସରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଉପଲବ୍ଧ ହେବ । ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା । ୨ଟି ପ୍ରକ୍ରିୟାରେ ଖାତାଦେଖା ହୋଇଥିଲା । ୬୫ଟି ଅଫଲାଇନ ଓ ୩୯ଟି ଅନଲାଇନ କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଥିଲା । ଯୁକ୍ତ ଦୁଇ ସମସ୍ତ ବିଭାଗ ପରୀକ୍ଷା ଫଳ ବାହାରିବା ପରେ ସମସ୍ତ ସାର୍ଟିଫିକେଟ୍‌ ଡିଜି ଲକରରରେ ଉପଲବ୍ଧ ହେବ । ଚଳିତ ବର୍ଷଠୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ବୋର୍ଡ । ଜୁନ୍‌ ୧୦ ତାରିଖ ସୁଦ୍ଧା ଡିଜି ଲକରରେ ସାର୍ଟିଫିକେଟ ମାର୍କ୍‌ସିଟ୍‌ ଓ ମାଇଗ୍ରେସନ ସାର୍ଟିଫିକେଟ ମିଳିବ।

ଫଳରେ ଛାତ୍ରଛାତ୍ରୀ ଶୀଘ୍ର ସାର୍ଟିଫିକେଟ ନେଇ ଉଚ୍ଚଶିକ୍ଷା ପାଇଁ ଆବେଦନ କରିପାରିବେ । ଆଗାମୀ ଦିନରେ ଗୋଟିଏ ଦିନରେ ସମସ୍ତ ରେଜଲ୍ଟ ପ୍ରକାଶ କରାଯିବାକୁ ବୋର୍ଡ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଛି । ସୂଚନା ଥାଉ କି ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ ହାର ୮୪.୯୩% ରହିଥିଲା । ବିଜ୍ଞାନରେ ୯୩ ହଜାର ୭୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୮ ହଜାର ୯୩୮ ଜଣ ଛାତ୍ରଛାତ୍ରୀ ପାସ ହୋଇଥିଲେ । ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୨୪ ହଜାର ୨୫୭ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 8, 2023, 9:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.