ଖୋର୍ଦ୍ଧା: ଉଦଘାଟିତ ହୋଇଛି ଚିଲିକା ବୋଇତ ବନ୍ଦାଣ ମହୋତ୍ସବ 2019 । ସୋମବାର ସନ୍ଧ୍ୟାରେ ବାଲୁଗାଁ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମନ୍ତ୍ରୀ ଟୁକୁନି ସାହୁ ଓ ଅଶୋକ ଚନ୍ଦ୍ର ପଣ୍ଡା ଏହି ଐତିହାସିକ ଉତ୍ସବର ଶୁଭାରମ୍ଭ କରିଛନ୍ତି ।
କମିଟିର ସଭାପତି ବିଧାୟକ ପ୍ରଶାନ୍ତ କୁମାର ଜଗଦେଵଙ୍କ ନେତୃତ୍ବ ଓ ଜିଲ୍ଲା ପ୍ରଶାସନର ସମ୍ପୁର୍ଣ୍ଣ ସହଯୋଗରେ ଏହି ମହୋତ୍ସବକୁ ଅତି ଆଡ଼ମ୍ବରରେ ପାଳନ କରାଯାଉଛି ।
ପ୍ରଥମେ ମଞ୍ଚ ପୂଜା ସହ ଚିଲିକା ଅଧିଷ୍ଠାତ୍ରୀ ଦେବୀ ମା‘ କାଳିଜାଇଙ୍କ ପୀଠରୁ ଏକ ମଶାଲ ଶୋଭାଯାତ୍ରାରେ ଆସି ମଞ୍ଚ ନିକଟରେ ପହଞ୍ଚିଥିଲା । ପରେ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । କଲେଜ ପଡ଼ିଆ ରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ମଧ୍ୟ କରାଯାଇଛି । ଏହି ମହୋତ୍ସବ ସୋମବାରଠାରୁ 3 ଦିନ ଧରି ପାଳନ କରାଯିବ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ