ETV Bharat / state

ହିନ୍ଦୀ ସିନେମା ଜ୍ୱିଗାଟୋରେ କଟକର ଶିଶୁ କଳାକାର ପ୍ରଜ୍ୱଳଙ୍କ କମାଲ, ମିଳିଲା ସମ୍ମାନ - ହିନ୍ଦୀ ଫିଲ୍ମ ଜ୍ବିଗାଟୋ

ବହୁ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ଜ୍ୱିଗାଟୋର ଶିଶୁ କଳାକାର ପ୍ରଜ୍ୱଳ ସାହୁଙ୍କୁ ସମ୍ମାନିତ କଲା ଓଫା । ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଫିଲ୍ମ ଫେଷ୍ଟିଭାଲ୍ ଓ ଆୱାର୍ଡ଼ସ୍ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଅଧିକ ପଢ଼ନ୍ତୁ

ରିଲିଜ ହେଲା ହିନ୍ଦୀ ଫିଲ୍ମ ଜ୍ବିଗାଟୋ
film zwigato released
author img

By

Published : Mar 18, 2023, 4:26 PM IST

Updated : Mar 18, 2023, 5:37 PM IST

ହିନ୍ଦୀ ସିନେମା ଜ୍ୱିଗାଟୋରେ କଟକର ଶିଶୁ କଳାକାର ପ୍ରଜ୍ୱଳଙ୍କ କମାଲ

ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ହିନ୍ଦୀ ଫିଲ୍ମ ଜ୍ବିଗାଟୋ ରିଲିଜ ହୋଇଯାଇଛି । ଓଡ଼ିଆ ଝିଅ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଓଡ଼ିଶାର ଦୁଇ ଜଣ ଶିଶୁ କଳାକାର ଅଭିନୟ କରିଛନ୍ତି । ଫିଲ୍ମରେ ଦୁଇ ଓଡ଼ିଆ ଶିଶୁ କଳକାର ଅତି ନିଖୁଣ ଭାବେ ନିଜ ଭୂମିକାକୁ ନିଭାଇଛନ୍ତି । ଫିଲ୍ମ ଜ୍ବିଗାଟୋରେ କପିଲ ଶର୍ମାଙ୍କ ପୁଅ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ପ୍ରଜ୍ୱଳ ସାହୁଙ୍କ ସୁନ୍ଦର ଅଭିନୟ ପାଇଁ ତାଙ୍କୁ ସମ୍ମାନୀତ କରାଯାଇଛି । ପ୍ରଜ୍ୱଳ ଏହି ଚର୍ଚ୍ଚିତ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଫିଲ୍ମ ଫେଷ୍ଟିଭାଲ୍ ଓ ଆୱାର୍ଡ଼ସ୍ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି ।

ଫିଲ୍ମରେ କପିଲଙ୍କ ପୁଅ ଭୂମିକାରେ କଟକ ବାସିନ୍ଦା ପ୍ରଜ୍ୱଳ ସାହୁ ଅଭିନୟ କରିଛନ୍ତି ଥିବାବେଳେ ଭୁବନେଶ୍ୱରର ୟୁଭିକା ତାଙ୍କା ଝିଅ ଭୂମିକାରେ ଅଭିନୟ କରିଛନ୍ତି । ଜଣେ ଓଡ଼ିଆ ଶିଶୁ କଳାକାର ଭାବେ ତାଙ୍କୁ ଏହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଛି । ଯାହା ଓଲିଉଡ଼ ପାଇଁ ଏକ ଗର୍ବର କଥା । ତେଣୁ ପ୍ରଜ୍ୱଳଙ୍କ ଏହି ସଫଳତା ପାଇଁ ଭୁବନେଶ୍ବରରେ ଓଫା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଜ୍ୱଳଙ୍କୁ ସମ୍ମାନୀତ କରାଯାଇଛି । କମେଡି କିଙ୍ଗ ତଥା ବଲିଉଡ ଅଭିନେତା କପିଲ ଶର୍ମାଙ୍କ ସହ ପ୍ରଜ୍ୱଳ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଛନ୍ତି । କରୋନା ମହାମାରୀ ସମୟରେ ସଂଘର୍ଷରତ ଜଣେ ଫୁଡ ଡେଲିଭରୀ କରୁଥିବା ବ୍ୟକ୍ତିର ଦୁଃଖ ଓ ଜୀବନ ଆଧାରିତ ଚଳଚ୍ଚିତ୍ରର ଟ୍ରେଲର ବେଶ ଲୋକପ୍ରିୟ ହୋଇଥିଲା । ଗତ ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଛି । କାହାଣୀରେ ଦର୍ଶାଯାଇଥିବା ଜଣେ ସାଧାରଣ ଡେଲିଭର ବୟଙ୍କ ସଂଘର୍ଷକୁ ଦର୍ଶକ ବେଶ ଭଲ ପାଇବା ଦେଇଛନ୍ତି ।

ଜଣାଶୁଣା ପ୍ରଯୋଜିକା ତଥା ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ସିନେମା ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବା ବେଳେ ସମସ୍ତ ଓଡ଼ିଶାବାସୀ ପ୍ରଜ୍ୱଳଙ୍କ ପାଇଁ ଗର୍ବିତ। ମାତ୍ର ୧୩ ବର୍ଷ ବୟସରେ ବଲିଉଡରେ ଡେବ୍ୟୁ କରିଥିବା ପ୍ରଜ୍ୱଳ ପିଲାଟି ବେଳୁ କଳା ପ୍ରତି ତାଙ୍କ ଦୁର୍ବଳତା ଥିବା ପରିବାର ଲୋକେ ଜାଣିପାରିଥିଲେ । ସେ କିଟରେ ପଢୁଥିବା ସମୟରେ ଅଡିସନରେ କୃତିତ୍ୱ ଅର୍ଜନ କରିଥିଲେ । ଅଭିନୟ କରିବା ନିଜର ସଉକ ବୋଲି ପ୍ରକାଶ କରିଛନ୍ତି ପ୍ରଜ୍ୱଳ । ସେଥିପାଇଁ ସେ କୌଣସି ସ୍ୱତନ୍ତ୍ର ତାଲିମ ନେଇନାହାଁନ୍ତି । କେବଳ ସମୟ ପାଇଲେ ଆଇନା ସମ୍ମୁଖରେ ଟିକେ ଅଭ୍ୟାସ କରିଦିଅନ୍ତି । ସେହି ଅଭ୍ୟାସ ତାଙ୍କୁ ଆଜି ବଲିଉଡର ରାସ୍ତା ଦେଖାଇଛି । ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦ ଯୋଗୁଁ ସେ ଏହି ସଫଳତା ପାଇଥିବା କହିଛନ୍ତି । ପାଠ ପଢା ସହ ଅଭିନୟ କିପରି ସନ୍ତୁଳିତ କରି ହେବ ସେନେଇ ମାଆ ସବୁ କ୍ଷେତ୍ରରେ ସହଯୋଗ କରନ୍ତି ବୋଲି ପ୍ରଜ୍ଜଳ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଅଭିନେତା ଶ୍ରୀତମ ଦାସ, ଓଫାର ସଭାପତି ବାପୁ ଲେଙ୍କା, ବିଶିଷ୍ଟ ଚଳଚିତ୍ର ପ୍ରଯୋଜକ ସଞ୍ଜୟ ନାୟଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗ ଦେଇ ପ୍ରଜ୍ୱଳଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜାଣିଇଥିଲେ । ଏହି ସମ୍ବର୍ଦ୍ଧ୍ବନା ଉତ୍ସବରେ ଓଡ଼ିଶାର ଅନ୍ୟ ପ୍ରତିଭାବାନ କଳାକାରଙ୍କୁ ମଧ୍ୟ ସାମ୍ମନିତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 18, 2023, 5:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.