ETV Bharat / state

ପରିବର୍ତ୍ତନର ଉତପ୍ରେରକ ହୁଅନ୍ତୁ ବ୍ଲକସ୍ତରୀୟ ଅଧିକାରୀ: ମୁଖ୍ୟ ଶାସନ ସଚିବ

author img

By

Published : Aug 18, 2023, 10:36 PM IST

ଗତ ୭ ଜାନୁଆରୀରେ ଦେଶର ମୁଖ୍ୟ ଶାସନ ସଚିବଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ବା ଏବିପିର ଶୁଭାରମ୍ଭ କରିଥିଲେ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ବା ଏଡିପିର ଉଲ୍ଲେଖନୀୟ ସଫଳତାକୁ ଆଧାର କରି ଦେଶର ୫୦୦ ଟି ବ୍ଲକରେ ଏହାର ସଫଳ ମଡେଲକୁ ଦୋହରାଇବା ଏବଂ ସମ୍ପ୍ରସାରଣ କରିବାକୁ ଚେଷ୍ଟା କରାଯାଉଛି । ଅଧିକ ପଢନ୍ତୁ

ପରିବର୍ତ୍ତନର ଉତପ୍ରେରକ ହୁଅନ୍ତୁ ବ୍ଲକସ୍ତରୀୟ ଅଧିକାରୀ: ମୁଖ୍ୟ ଶାସନ ସଚିବ
ପରିବର୍ତ୍ତନର ଉତପ୍ରେରକ ହୁଅନ୍ତୁ ବ୍ଲକସ୍ତରୀୟ ଅଧିକାରୀ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ପରିବର୍ତ୍ତନର ଉତପ୍ରେରକ ହୁଅନ୍ତୁ ବ୍ଲକସ୍ତରୀୟ ଅଧିକାରୀମାନେ । ଏହା କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ନେତୃତ୍ୱ ଦକ୍ଷତା ସଂପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ସେ ଏହା କହିଛନ୍ତି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ତରଫରୁ ନୀତି ଆୟୋଗ ପ୍ରାୟୋଜିତ ଲିଡରସିପ ମୋଡ୍ୟୁଲ ପ୍ରଶିକ୍ଷଣ ଆରମ୍ଭ ହୋଇଛି ।

ଗତ ୭ ଜାନୁଆରୀରେ ଦେଶର ମୁଖ୍ୟ ଶାସନ ସଚିବଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ବା ଏବିପିର ଶୁଭାରମ୍ଭ କରିଥିଲେ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ବା ଏଡିପିର ଉଲ୍ଲେଖନୀୟ ସଫଳତାକୁ ଆଧାର କରି ଦେଶର ୫୦୦ ଟି ବ୍ଲକରେ ଏହାର ସଫଳ ମଡେଲକୁ ଦୋହରାଇବା ଏବଂ ସମ୍ପ୍ରସାରଣ କରିବାକୁ ଚେଷ୍ଟା କରାଯାଉଛି । ଏହା ଏକ ଅଗ୍ରଣୀ ପଦକ୍ଷେପ । ଯାହା ଭାରତର ସବୁଠାରୁ ଆହ୍ୱାନପୂର୍ଣ୍ଣ ଏବଂ ଅନୁନ୍ନତ ବ୍ଲକରେ ରହୁଥିବା ନାଗରିକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ । ଏବିପି ଅଧୀନରେ ଦାରିଦ୍ର୍ୟ ଦୂରୀକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହା ସହିତ ବର୍ତ୍ତମାନର ଯୋଜନାକୁ ଏକାଠି କରି ଏହାର କାର୍ଯ୍ୟକାରିତାରେ ସ୍ପଷ୍ଟ ଫଳାଫଳ ନିର୍ଦ୍ଧାରଣ, ସୁଦୃଢ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ଏହି ବ୍ଲକଗୁଡିକରେ ବିକାଶକୁ ତ୍ୱରାନ୍ୱିତ କରିବା ଓ ଅଂଚଳରେ ଆଖିଦୃଶିଆ ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖିଛି ।

ଏହାବି ପଢନ୍ତୁ- ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସିଏସଙ୍କ ସମୀକ୍ଷା: ମୋ ଘର ଯୋଜନାରେ ୨ ଲକ୍ଷ ୭୬ ହଜାର ଆବେଦନ

ଅଗଷ୍ଟ ୧୭-୧୮, ୧୯ -୨୦ ଏବଂ ୨୧-୨୨ ରେ ୩ ଟି ପର୍ଯ୍ୟାୟରେ ୬ ଦିନ ଧରି ହେବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।ଓଡିଶାର ୧୬ଟି ଜିଲ୍ଲାର ୨୯ଟି ଆକାଂକ୍ଷୀ ବ୍ଲକର ଅଧିକାରୀଙ୍କୁ ଏହି ପ୍ରଶିକ୍ଷଣରେ ସାମିଲ କରାଯାଇଛି । ଗତକାଲି ଓ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆକାଂକ୍ଷୀ ବ୍ଲକରୁ ୧୦୯ ଜଣ ବ୍ଲକସ୍ତରୀୟ ଅଧିକାରୀ ଯୋଗ ଦେଇଛନ୍ତି । ରାଜ୍ୟର ଆକାଂକ୍ଷୀ ବ୍ଲକରୁ ମୋଟ ୩୫୫ ଜଣ ବ୍ଲକସ୍ତରୀୟ ଅଧିକାରୀ ପ୍ରଶିକ୍ଷଣ ନେବେ । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ବିକାଶ ପାଇଁ ୯ଟି ପ୍ରମୁଖ କ୍ଷେତ୍ର ଏବଂ ୩୯ଟି ସୂଚକାଙ୍କ ଚିହ୍ନଟ କରାଯାଇଛି । ଯାହା ବ୍ଲକଗୁଡିକରେ ସାମଗ୍ରିକ ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ । କୃଷି ଓ ଆନୁଷଙ୍ଗିକ ସେବା, ସ୍ୱାସ୍ଥ୍ୟ, ପୋଷଣ, ପାନୀୟ ଜଳ, ପରିମଳ, ମୌଳିକ ଭିତ୍ତିଭୂମି, ସାମାଜିକ ବିକାଶ, ଶିକ୍ଷା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ର ଏଥିରେ ଅନ୍ତର୍ଭୁକ୍ତ । ସମଗ୍ର କାର୍ଯ୍ୟକ୍ରମରେ ନୀତି ଆୟୋଗ ଏହି ସୂଚକାଙ୍କ ଆଧାରରେ ସମସ୍ତ ବ୍ଲକ ଉପରେ ତୀକ୍ଷ୍ଣ ନଜର ରଖିବେ । ଯାହା ଦ୍ୱାରା ବ୍ୟାପକ ବିକାଶ ସୁନିଶ୍ଚିତ ହେବ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବ୍ଲକ ସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ନିଜ ନିଜ ଅଞ୍ଚଳ ଓ ସମ୍ପ୍ରଦାୟରେ ବିଭିନ୍ନ ସାମାଜିକ-ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ଏବଂ ଲୋକାଭିମୁଖୀ ସେବା ପ୍ରଦାନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କାର୍ଯ୍ୟକ୍ରମଗୁଡ଼ିକର ସଠିକ ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ଜ୍ଞାନ ଏବଂ ଦକ୍ଷତା ମିଳିବା ଆବଶ୍ୟକ । ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ସଂପୃକ୍ତ ବ୍ଲକରେ ପରିବର୍ତ୍ତନର ଉତପ୍ରେରକ ହେବା ପାଇଁ ଉଦ୍ଦିଷ୍ଟ ଏହି ଦୁଇ ଦିନିଆ ନେତୃତ୍ବ ପ୍ରଶିକ୍ଷଣ ସେମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେବ । ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନଙ୍କୁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ସହ ନିଜ ନିଜ ବ୍ଲକ ଅଂଚଳରେ ବିକାଶ ପାଇଁ ସର୍ବନିମ୍ନ ଆବଶ୍ୟକତାକୁ ଧ୍ୟାନ ଦିଅନ୍ତୁ । କାର୍ଯ୍ୟରେ ଅଭିନବତ୍ୱ ଆଣିବା ସହିତ ଯୋଜନାର କାର୍ଯ୍ୟାନ୍ୱୟନ ସମୟରେ ସ୍ଥାନୀୟ ସ୍ବେଚ୍ଛାସେବୀମାନଙ୍କ ସହଯୋଗ ନେବାକୁ ମୁଖ୍ୟ ଶାସନ ସଚିବ ମଧ୍ୟ ପରାମର୍ଶ ଦେଇଛନ୍ତି । ଚିହ୍ନଟ କରାଯାଇଥିବା ବ୍ଲକଗୁଡିକରେ ପ୍ରମୁଖ କ୍ଷେତ୍ର ସୂଚକାଙ୍କରେ ଉନ୍ନତି କରି ଜାତୀୟ ସ୍ଥରରେ ଆମର ବ୍ଲକ ସମୂହର ପରିଚୟକୁ ଉନ୍ନତ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । ସମନ୍ୱୟ, ସମ୍ମିଳିତ ପ୍ରୟାସ, ଭଲ କାମ କରିବା ପାଇଁ ପ୍ରତିଯୋଗିତାମୂଳକ ମନୋଭାବ ଆମକୁ ବୃଦ୍ଧି କରିବାକୁ ହେବ । ପ୍ରଶିକ୍ଷଣ ନେଉଥିବା ଅଧିକାରୀଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ରହିଛି । ଏହାକୁ ଉଜ୍ଜୀବିତ କରାଯିବା ସହ ତାହାକୁ କାର୍ଯ୍ୟରେ ଲଗାଇବାର ଆବଶ୍ୟକତା ରହିଛି ।

ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ, ଏହି ଅଗ୍ରଣୀ ପଦକ୍ଷେପ ଭାରତର ସବୁଠାରୁ ଆହ୍ୱାନପୂର୍ଣ୍ଣ ଏବଂ ଅନୁନ୍ନତ ବ୍ଲକରେ ରହୁଥିବା ନାଗରିକମାନଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି । ବ୍ଲକସ୍ତରୀୟ ଅଧିକାରୀଙ୍କ ପ୍ରାଥମିକ ଦାୟିତ୍ୱ ହେଉଛି ସମ୍ବଳକୁ ପୁନଃ ଏକୀକୃତ କରିବା, ସୁକ୍ଷ୍ମ ଯୋଜନା ପ୍ରସ୍ତୁତି ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା କରିବା ସହ ଆକାଂକ୍ଷୀ ବ୍ଲକ ମଧ୍ୟରେ କ୍ଷେତ୍ରୀୟ କାର୍ଯ୍ୟଉପରେ ତୀକ୍ଷ୍ଣ ନଜର ରଖିବା । ଏହି କାର୍ଯ୍ୟଗୁଡ଼ିକୁ ପ୍ରଭାବଶାଳୀ ଭାବରେ ସମ୍ପାଦନ କରିବା ପାଇଁ '୩-ସି' ନୀତି ଅର୍ଥାତ ସହଯୋଗ, ସମନ୍ୱୟ ଏବଂ ପ୍ରତିଯୋଗିତାକୁ ଅନୁସରଣ କରିବା ଜରୁରୀ । ୨ ବର୍ଷ ମଧ୍ୟରେ ବିକାଶର ଶୀର୍ଷରେ ପହଞ୍ଚିବା ପାଇଁ ଜିଲ୍ଲା ଓ ରାଜ୍ୟ ନେତୃତ୍ୱଙ୍କ ସହଯୋଗ, ସମସ୍ତ ସଂପୃକ୍ତ ବିଭାଗ ସହ ସମନ୍ୱୟ ଓ ବ୍ଲକମଧ୍ୟରେ ପ୍ରତିଯୋଗିତା ଜରୁରୀ । କାର୍ଯ୍ୟକ୍ରମରେ ଏସଆଇଆରଡିର ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମିନା, ପଞ୍ଚାୟତିରାଜ, ଯୋଜନା, ପରିଚାଳନା ଏବଂ ମାନବ ସଂବଳ ବିକାଶ ଉପ ନିର୍ଦ୍ଦେଶିକା ଅମିତା ପାତ୍ର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.