ETV Bharat / state

ସବୁଜ ଶକ୍ତିର ବିକାଶ ପାଇଁ ରାଜ୍ୟର ରହିଛି ପ୍ରତିବଦ୍ଧତା: ମୁଖ୍ୟ ଶାସନ ସଚିବ

author img

By ETV Bharat Odisha Team

Published : Oct 17, 2023, 9:10 PM IST

Updated : Oct 17, 2023, 9:54 PM IST

କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡିଶା ଅକ୍ଷୟ ଶକ୍ତି ନୀତି - ୨୦୨୨ ଆଧାରରେ ସବୁଜ ଶକ୍ତି ବିକାଶ ପାଇଁ ରାଜ୍ୟର ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଛନ୍ତି । ଜାତୀୟ ତଥା ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସହଯୋଗରେ ଓଡିଶାର ଏନର୍ଜି ଟ୍ରାଞ୍ଜିସନ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ । ଅଧିକ ପଢନ୍ତୁ

ସବୁଜ ଶକ୍ତିର ବିକାଶ ପାଇଁ ରାଜ୍ୟର ରହିଛି ପ୍ରତିବଦ୍ଧତା : ମୁଖ୍ୟ ଶାସନ ସଚିବ

ସବୁଜ ଶକ୍ତିର ବିକାଶ ପାଇଁ ରାଜ୍ୟର ରହିଛି ପ୍ରତିବଦ୍ଧତା

ଭୁବନେଶ୍ବର: ରାଜ୍ୟ ଶକ୍ତି ବିଭାଗର ତତ୍ତ୍ବାବଧାନରେ ଗ୍ରୀଡକୋ ପକ୍ଷରୁ ଓଡ଼ିଶା ଏନର୍ଜି ଟ୍ରାଞ୍ଜିସନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଆଇ-ଫରେଷ୍ଟ ଓ ଶକ୍ତି ଫାଉଣ୍ଡେସନର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟତଃ ରାଜ୍ୟର ଏନର୍ଜି ଟ୍ରାଞ୍ଜିସନ ନିମନ୍ତେ ପ୍ରସ୍ତୁତ ଯୋଜନା ସଂପର୍କରେ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଛି ।

ଅଧିକ ପଢନ୍ତୁ- Odisha News: SLSWCA ବୈଠକ, ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡିଶା ଅକ୍ଷୟ ଶକ୍ତି ନୀତି - ୨୦୨୨ ଆଧାରରେ ସବୁଜ ଶକ୍ତି ବିକାଶ ପାଇଁ ରାଜ୍ୟର ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଛନ୍ତି । ଜାତୀୟ ତଥା ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସହଯୋଗରେ ଓଡିଶାର ଏନର୍ଜି ଟ୍ରାଞ୍ଜିସନ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ । ଏହି ଭଳି କାର୍ଯ୍ୟକ୍ରମ ଏ ଦିଗରେ ଅନେକ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗ୍ରୀଡକୋ ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଏକ ବଳିଷ୍ଠ ତଥା ସମୟୋପଯୋଗୀ ଶକ୍ତି କାର୍ଯ୍ୟ ଯୋଜନା ତଥା ଶକ୍ତି ଦକ୍ଷତା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାରେ ରାଜ୍ୟ ସରକାର ପ୍ରଚେଷ୍ଟା କରିବା ସହ ସବୁଜ ଶକ୍ତି ଉତ୍ପାଦନ ଦିଗରେ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ।

କାର୍ଯ୍ୟକ୍ରମରେ ସବୁଜ ଶକ୍ତି, ପରିବହନ, ଶିଳ୍ପ, ଖଣି, କୃଷି ଓ ମତ୍ସ୍ୟ ଚାଷ ଆଦି ବିଭିନ୍ନ ବିଷୟ ଉପରେ ଭିନ୍ନ ଭିନ୍ନ ଅଧିବେଶନ ଆୟୋଜନ କରାଯାଇ ବିଷଦ ଆଲୋଚନା କରାଯାଇଛି । ଏହି ଅଧିବେଶନରେ ଯୋଗ ଦେଇଥିବା ଜାତୀୟ ତଥା ଆନ୍ତର୍ଜାତୀୟ ବିଶେଷଜ୍ଞ ମାନେ ଅକ୍ଷୟ ଶକ୍ତି ଉତ୍ପାଦନ ଓ ଉପଯୋଗ ସଂପର୍କରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିଛନ୍ତି । ପାରମ୍ପରିକ ଶକ୍ତିରୁ ଅଣପାରମ୍ପରିକ ଶକ୍ତି ଦିଗରେ ଅଗ୍ରସର ହେବା ପାଇଁ ଆବଶ୍ୟକ ବିଭିନ୍ନ ବିଷୟ ଉପରେ ଏହି କର୍ମଶାଳାରେ ବିଶଦ ଭାବେ ଆଲୋଚନା କରାଯାଇଛି । ୨୦୩୦ ମସିହା ସୁଦ୍ଧା ୫୦୦ ଗିଗାୱାଟ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରିବା ପାଇଁ ଭାରତର ଲକ୍ଷ୍ୟ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି ମତବ୍ୟକ୍ତ କରିଛନ୍ତି । ଏ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଗୁଡ଼ିକ ନିଜ ନିଜ ବିଭାଗ ସଂପର୍କିତ ଏନର୍ଜି ଟ୍ରାଞ୍ଜିସନ ଲକ୍ଷ୍ୟକୁ ଆହୁରି ବ୍ୟବସ୍ଥିତ କରିପାରିବେ ବୋଲି କାର୍ଯ୍ୟକ୍ରମରେ ଆଶା ପ୍ରକାଶ କରାଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସମେତ ଅବସରପ୍ରାପ୍ତ କେନ୍ଦ୍ର ଶକ୍ତି ସଚିବ ପି.କେ ପୂଜାରୀ, କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରାଳୟର ଯୁଗ୍ମ ସଚିବ ଦିନେଶ ଜଗଦଲେ, ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲ ସିଏମଡି ଭୁପେନ୍ଦ୍ର ସିଂ ପୂନିଆ ପ୍ରମୁଖ ବିଭିନ୍ନ ଅଧିବେଶନରେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଛନ୍ତି । ଉଦଘାଟନୀ ଅଧିବେଶନରେ ଶକ୍ତି ଫାଉଣ୍ଡେସନର ମୁଖ୍ୟ କେ.କେ. ମଣ୍ଡଳ ସ୍ବାଗତ ଭାଷଣ ପ୍ରଦାନ କରିଛନ୍ତି । ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଛନ୍ତି ।

କାର୍ଯ୍ୟକ୍ରମ ମୁଖ୍ୟ, ଜିଆଇଜେଡ ଇଣ୍ଡିଆ, ନିଧି ସରିନ, ପିଡବ୍ଲୁସି ପାର୍ଟିନର ସମ୍ବିତୋଷ ମହାପାତ୍ର, ଆଇଏଫସିର କଣ୍ଟ୍ରି ହେଡ(ଇଣ୍ଡିଆ) ଓ୍ୱେଣ୍ଡି ଜୋ ଓ୍ୱେରର୍ଣ୍ଣର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଛନ୍ତି । ଉଦଯାପନୀ ଅଧିବେଶନରେ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଲୋଚିତ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋକପାତ କରିଛନ୍ତି । ଆଇ-ଫରେଷ୍ଟର ପ୍ରକଳ୍ପ ନିର୍ଦ୍ଦେଶିକା ମାଣ୍ଡଭି ସିଂହ ଏହି ଅଧିବେଶନକୁ ପରିଚାଳନା କରିଛନ୍ତି । ଗ୍ରୀଡକୋର ବିତ୍ତ ତଥା କର୍ପୋରେଟ ବ୍ୟାପାର ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି । ଅକ୍ଷୟ ଶକ୍ତି ସଂପର୍କିତ ପଲିସି ଆଡଭୋକାସି ଆଣ୍ଡ ଭିଜନ ଗ୍ରୁପ (ପି.ଏ.ଭି.ଜି)ର ପ୍ରଥମ ବୈଠକ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଅନ୍ୟ ସଦସ୍ୟମାନେ ଯୋଗଦେଇ ରାଜ୍ୟରେ ସବୁଜ ଶକ୍ତି ଉତ୍ପାଦନ ଦିଗରେ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 17, 2023, 9:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.