ETV Bharat / state

ସିଏସଙ୍କ କଡା ନିର୍ଦ୍ଦେଶ, ଅନୁପାଳନ କର ଓଡ଼ିଶା ଡଙ୍ଗା ନିୟମ ୨୦୦୪ - ଓଡ଼ିଶା ଡଙ୍ଗା ନିୟମ ୨୦୦୪କୁ ଅନୁପାଳନ କରିବାକୁ ନିର୍ଦ୍ଦେଶ

ଓଡ଼ିଶା ଡଙ୍ଗା ନିୟମ ୨୦୦୪କୁ ଅନୁପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ରାଜ୍ୟରେ ବିଭିନ୍ନ ସମୟରେ ଘଟିଥିବା ଡଙ୍ଗାବୁଡି ଜନିତ ଦୁର୍ଘଟଣା ସମ୍ପର୍କରେ ସମୀକ୍ଷା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଓଡ଼ିଶା ଡଙ୍ଗା ନିୟମ ୨୦୦୪କୁ ଅନୁପାଳନ କରିବାକୁ ନିର୍ଦ୍ଦେଶ

author img

By

Published : Apr 11, 2023, 7:14 AM IST

ଭୁବନେଶ୍ବର: ଓଡ଼ିଶା ଡଙ୍ଗା ନିୟମ ୨୦୦୪କୁ କଡାକଡି ଅନୁପାଳନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଆଇନ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଲୋକସେବା ଭବନରେ ଓଡିଶାରେ ଡ଼ଙ୍ଗାବୁଡି ଘଟଣା ସମ୍ପର୍କରେ ଅନୁଷ୍ଠିତ ହୋଇଥିବା ବୈଠକରେ ଡଙ୍ଗାବୁଡି ଜନିତ ଦୁର୍ଘଟଣା ସମ୍ପର୍କରେ ସମୀକ୍ଷା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡଙ୍ଗା ନିୟମ ୨୦୦୪କୁ ଅନୁପାଳନ କରିବାକୁ ନିର୍ଦ୍ଦେଶ
ଓଡ଼ିଶା ଡଙ୍ଗା ନିୟମ ୨୦୦୪କୁ ଅନୁପାଳନ କରିବାକୁ ନିର୍ଦ୍ଦେଶ

ବୈଠକର ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ କହିଛନ୍ତି, "୨୦୦୪ ମସିହାରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଓଡ଼ିଶା ଡଙ୍ଗା ନିୟମ ୨୦୦୪ ଲାଗୁ କରାଯାଇଛି । କିନ୍ତୁ ଏହାର ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ବିଭିନ୍ନ ସମୟରେ ଏହି ନିୟମର କଠୋର ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଥିବା ସମୁଦ୍ର, ନଦୀ, ହ୍ରଦ, ଜଳଭଣ୍ଡାର ଆଦିଗୁଡିକରେ ପର୍ଯ୍ୟଟନ ପାଇଁ ହେଉ ବା ଯାତାୟତ ପାଇଁ ହେଉ, ଯାତ୍ରୀମାନଙ୍କୁ ଲାଇଫ୍‌ ଜ୍ୟାକେଟ ପିନ୍ଧିବା ସହ ଡଙ୍ଗା ଚାଳକମାନଙ୍କୁ ଡଙ୍ଗାରେ ଲାଇଫ-ବୋଏ ନେବା ପାଇଁ ବାଧ୍ୟତାମୂଳକ କରାଯାଇଛି ।"

ଯାତ୍ରୀବାହୀ ଡଙ୍ଗା ଓ ଦ୍ରବ୍ୟ ପରିବହନ କରୁଥିବା ଡଙ୍ଗା ଗୁଡିକର ପଞ୍ଜୀକରଣ, ଡଙ୍ଗା ଓ ଲଞ୍ଚ ଚାଳକମାନଙ୍କୁ ଲାଇଫ ବୋଏ ବଣ୍ଟନ ସହ ବିଭିନ୍ନ ସୁରକ୍ଷା ପାଇଁ ନିୟମ ପ୍ରଣୟନ କରାଯାଇଛି । ଏ ସମ୍ପର୍କରେ ଡଙ୍ଗାବୁଡି ଦୁର୍ଘଟଣା ଏବଂ ଜୀବନହାନୀ ରୋକିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ବିଭାଗ ତରଫରୁ ଘାଟ ନିଲାମୀ ସମୟରେ ଡଙ୍ଗା ଚାଳକମାନଙ୍କୁ ନିୟମର ଅନୁପାଳନ ସମ୍ପର୍କରେ ଅବଗତ କରାଇବାକୁ କୁହାଯାଇଛି । ଏ ସମ୍ପର୍କରେ ନିୟମିତ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିନା ଲାଇଫ ଜ୍ୟାକେଟ୍‌ରେ ଯାତ୍ରା ନକରିବାକୁ ଡଙ୍ଗା ବା ଲଞ୍ଚ ଚାଳକମାନେ ଯାତ୍ରୀମାନଙ୍କୁ ଅନୁରୋଧ କରନ୍ତୁ ବୋଲି ସେ କହିଛନ୍ତି ।

ସେହିଭଳି ସୁରକ୍ଷା ଜ୍ୟାକେଟ ପିନ୍ଧି ଯାତାୟତ କରିବା ଯାତ୍ରୀମାନଙ୍କର ନୈତିକ ଦାୟିତ୍ବ ରହିଛି ​‌ବୋଲି ମୁଖ୍ୟ ଶାସନ ସଚିବ ଆଇନର ଅନୁପାଳନ ସହ ନିଜ ଜୀବନ ସୁରକ୍ଷିତ ରଖିବାକୁ କହିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗକୁ ଡଙ୍ଗା ଲାଇସେନ୍ସ ଓ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ପ୍ରମୁଖ ଜଳ ଭଣ୍ଡାରରେ ଯାତାୟତ କରୁଥିବା ଡଙ୍ଗା ସମ୍ପର୍କରେ ଅନୁଧ୍ୟାନ କରାଯାଉ । ଏହା ସହିତ ସ୍ଥାନୀୟ ବିଡିଓ, ତହସିଲଦାର, ଅଗ୍ନିଶମ ସେବା ଅଧିକାରୀମାନେ ନିୟମିତ ଭାବେ ଡଙ୍ଗାର ସ୍ଥିତି ଅନୁଧ୍ୟାନ କରିବା, ଡଙ୍ଗାରେ ଯଥେଷ୍ଟ ଲାଇଫ ଜ୍ୟାକେଟ ରଖିବା, ଅନଧିକୃତ ଭାବେ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ନେଉଥିବା ମାଛଧରା ଡଙ୍ଗା ବା ଅନ୍ୟ ଡଙ୍ଗାକୁ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ବ ଦିଆଯାଇଛି ।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, "ଯାତ୍ରୀ ପରିବହନ କରୁଥିବା ଡଙ୍ଗା ମାଲିକ, ଲଞ୍ଚ ଅପରେଟରଙ୍କ କ୍ଷେତ୍ରରେ ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନାରେ ୭୦୦୦ ସଂଖ୍ୟକ ଲାଇଫ-ବୋଏ, ୩୫୦୦୦ ସଂଖ୍ୟକ ଲାଇଫ ଜ୍ୟାକେଟ ଓ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବସ୍ଥା କରାଯାଇଛି । ଏ ଦିଗରେ ଆଇନରେ ଯାହା ବ୍ୟବସ୍ଥା ରହିଛି, ଏହାକୁ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି । ଡଙ୍ଗା ଦୁର୍ଘଟଣାକୁ ଏଡାଇବା ପାଇଁ ସଚେତନତା ସ୍ବରୂପ କଣ କରିବା, କଣ ନକରିବା, ସେ ସମ୍ପର୍କରେ ବିଲବୋର୍ଡ ସ୍ଥାପନ କରି ସଚେତନତା ସୃଷ୍ଟି ସହ ସୁରକ୍ଷିତ ଯାତାୟତ ପାଇଁ ନିବେଦନ କରିବା, ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଇବା, ବୋଟ୍‌ ଲାଇସେନ୍ସ ପ୍ରଦାନ ବେଳେ ଡଙ୍ଗା ନିୟମ ୨୦୦୪ର ଅନୁପାଳନ ମମ୍ବନ୍ଧୀୟ ଶପଥ ପାଠ, ଲାଇଫ୍‌ ଜ୍ୟାକେଟ ନପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବ୍ୟାପକ ସଚେତନତା ଉପରେ ଗୁରୁତ୍ବ ଦିଆଯାଇଛି ।"

ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ବତନ୍ତ୍ର ରିଲିଫ କମିଶନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡଃ ଜ୍ଞାନରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.