ETV Bharat / state

ନବ ଦାସଙ୍କ ନିଧନ, ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ - ନବ ଦାସଙ୍କୁ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି

ଆଉ ନାହାନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିିଶୋର ଦାସ । ଭୁବନେଶ୍ବର ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ଅଧିକ ପଢନ୍ତୁ

ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ

author img

By

Published : Jan 30, 2023, 10:00 AM IST

Updated : Jan 30, 2023, 10:33 AM IST

ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ

ଭୁବନେଶ୍ବର: ସବୁ ଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଗତକାଲି ଜଣେ ପୋଲିସକର୍ମୀଙ୍କ ଗୁଲିମାଡରେ ତାଙ୍କର ପରଲୋକ ହୋଇଛି । ଆଜି ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ଭୁବନେଶ୍ବରରେ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଚଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ନବ ଦାସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଏହାପରେ ଅନ୍ତିମ ଯାତ୍ରାରେ ବାହାରିଛନ୍ତି ନବ ଦାସ । ଆଜି ତାଙ୍କ ଜନ୍ମମାଟିରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ।

ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟମନ୍ତ୍ରୀ ଶେଷ ଦର୍ଶନ କରିଛନ୍ତି । ଏହା ପରେ ତାଙ୍କ ପରିବାର ସହ କଥା ହୋଇ ସେମାନଙ୍କୁ ଆଶ୍ବସନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ 5ଟି ସଚିବ ଭିକେ ପାଣ୍ଡିଆନ ଓ ବିଧାୟକ ପ୍ରସନ ପାଟଶଣୀ ମଧ୍ୟ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାର ନବ ଦାସଙ୍କ ସରକାରୀ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ । ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଜ୍ୟପାଳ ।

ଏହା ବି ପଢନ୍ତୁ...ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି, ନବ ଦାସ ଆମର ରହେ ଶବ୍ଦରେ ପ୍ରକମ୍ପିତ ହେଲା ପରିସର

ଗତାକାଲି ବିଳମ୍ବିତ ରାତିରେ ବିଧାନସଭା ପରିସରରେ ସ୍ବର୍ଗତ ନବ କିଶୋର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ନିଜର ପ୍ରିୟ ନେତାଙ୍କୁ ହରାଇ ମ୍ରିୟମାଣ ହୋଇଥିଲେ ନେତା ବୃନ୍ଦ । ବିଧାନସଭା ବାତସ୍ପତି ବିକ୍ରମ କେଶରୀ ଆରୁଖ, ଉପ ବାଚସ୍ପତି ରଜନୀକାନ୍ତ ସିଂ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଶେଷ ଦର୍ଶନ କରିଥିଲେ । ନିଜର ପ୍ରିୟ ସାଥୀଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ବିଧାନସଭା ପରିସରରେ ପ୍ରାୟ ୭୦ରୁ ଅଧିକ ବିଧାୟକ ଏବଂ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ବିଧାନସଭାରେ ଶେଷ ଦର୍ଶନ ପରେ ତାଙ୍କ ଶରୀରକୁ ତାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା ।

ଏହା ବି ପଢନ୍ତୁ...Naba kishore Das Demise: ତିନି ଦିନିଆ ଶୋକ ପାଳିବ ରାଜ୍ୟ, ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ତିନି ଦିନିଆ ଶୋକ ପାଳିବ ରାଜ୍ୟ । ଅର୍ଦ୍ଧନମିତ ହୋଇ ରହିବ ଜାତୀୟ ପତାକା । ଗତକାଲି ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଜଣେ ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ନବ ଦାସଙ୍କ ଛାତିରେ ବାଜିଥିଲା । ତୁରନ୍ତ ଏୟାରଲିପ୍ଟ କରାଯାଇ ତାଙ୍କୁ ଭୁବନେଶ୍ବର ଆଣାଯାଇଥିଲା । ତାଙ୍କ ସୁସ୍ଥ ହେବା ନେଇ ପ୍ରାର୍ଥନା ଆରମ୍ଭ ହୋଇଯାଇଥିଲା । ହେଲେ ଡାକ୍ତରୀ ଟିମର ସମସ୍ତ ଚେଷ୍ଟା ସତ୍ତ୍ବେ ଆଖି ବୁଜିଥିଲେ ନବ ଦାସ । ଜଣେ ଟାଣୁଆ ନେତାଙ୍କୁ ହରାଇଥିଲା ରାଜ୍ୟ । ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ନବଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 30, 2023, 10:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.