ETV Bharat / state

ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Oct 19, 2023, 12:15 PM IST

ଜୟଦେବ ବିହାରରେ ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Shivaji Patnaik Memorial Plaza
Shivaji Patnaik Memorial Plaza
ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜା ଉଦଘାଟନ

ଭୁବନେଶ୍ବର: ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ସନ୍ଧ୍ୟାରେ ଜୟଦେବ ବିହାରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସ୍ମାରକୀ ପ୍ଲାଜାକୁ ଲୋକର୍ପଣ କରିବା ସହ ୬୧୫ ବର୍ଗ ମିଟର ଉପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା କରାଯାଇଥିବା ବିକାଶ କାର୍ଯ୍ୟକୁ ବୁଲି ଦେଖିଥିଲେ । ଏହି ପ୍ଲାଜା ନିର୍ମାଣ ପାଇଁ ମୋଟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବସିବା ସୁବିଧା, ପିଇବାପାଣି, ଶୌଚାଳୟ ଆଦି ନିର୍ମାଣ ହୋଇଛି।ଏହି ପଦକ୍ଷେପ ତାଙ୍କର ଉତ୍ତରାଧିକାରୀ ସଂରକ୍ଷଣ କରିବା ସହ ଭବିଷ୍ୟତ ପିଢ଼ୀଙ୍କୁ ତାଙ୍କର ମୂଲ୍ୟବୋଧ, ଅବଦାନର ବାର୍ତ୍ତା ଦେବ।

ଏଠାରେ ଥିବା ଛୋଟ ଉଦ୍ୟାନ ପ୍ରାଚୀରରେ ସ୍ବର୍ଗତ ଶିବଜୀ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ପ୍ଲାଜାରେ ସ୍ବର୍ଗତ ଶିବାଜୀ ପଟ୍ଟନାୟକପଙ୍କ ଜୀବନ, ସଫଳତା ଏବଂ କିସାନ୍ ଆନ୍ଦୋଳନ, ଖେଟ୍ ମଜଦୁର ୟୁନିଅନ୍, ରାଜ୍ୟରେ ଟ୍ରେଡ୍ ୟୁନିଅନ୍ ଆନ୍ଦୋଳନ ତଥା ତାଙ୍କର ଉନ୍ନତିମୂଳକ କାର୍ଯ୍ୟ ଉପରେ ଦର୍ଶାଯାଇଛି । ସମାଜ ସବୁଜ ଜୀବନ ପ୍ରତି ଏକ ବୃହତ ଲକ୍ଷ୍ୟ ସହ ଏହାର ଚାରିପାଖର ୭୦ ପ୍ରତିଶତ ଜାଗା ମୁକ୍ତାକାଶ ବା ଖୋଲା ସ୍ଥାନରେ କରାଯାଇଛି। ଜୟଦେବ ବିହାର ସିପିଆଇ (ଏମ୍) କାର୍ଯ୍ୟାଳୟ ନିକଟରେ ଏହି ପ୍ଲାଜା ରହିଛି। ଶ୍ରମିକ ଶ୍ରେଣୀର ଉନ୍ନତି ଦିଗରେ ଶିଵାଜୀ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ଅବଦାନକୁ ଏହା ସମ୍ମାନିତ କରିବ ବୋଲି ଏହି ଅବସରରେ ପ୍ରକାଶ ପାଇଛି।

ଏହା ମଧ୍ୟ ପଢନ୍ତୁ-ଓପିଟିସିଏଲ ଟେକ ଟାୱାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ, ମେ ମାସରେ ସ୍ବର୍ଗତ ଶିବାଜୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ମୁଖ୍ୟମନ୍ତ୍ରୀ ଏହି ପ୍ଲାଜାର ଶିଳ୍ୟାନ୍ୟାସ କରିଥିଲେ । ବିଡିଏ ପ୍ରକଳ୍ପର ଡିଜାଇନ ଏବଂ ଉନ୍ନତିକରଣର କାର୍ଯ୍ୟଭାର ଗ୍ରହଣ କରିଥିଲା । ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ତତ୍ୱବଧାନରେ ଏହାର ନିର୍ମାଣ କରାଯାଇଥିବା ବେଳେ ମାତ୍ର ୫ ମାସ ଭିତରେ ବିଡିଏ ଏହି ସ୍ମାରକୀ ନିର୍ମାଣ କରିଛି । ବିଡିଏ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ସେକ୍ରେଟାରୀ କବିନ୍ଦ୍ର କୁମାର ସାହୁ, ସିପିଆଇ(ଏମ) ରାଜ୍ୟ ସାଧାରଣ ସମ୍ପାଦକ ଅଲ୍ଲି କିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.