ETV Bharat / state

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଚୟନ ପ୍ରକ୍ରିୟା ଆରମ୍ଭ, ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ମିଳିବ ପୁରସ୍କାର - ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଚଳିତ ବଜେଟରେ ରାଜ୍ୟ ସରକାର ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ୟବସ୍ଥାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଗଣଶିକ୍ଷା ବିଭାଗର ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

chief minister education award selection process
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଚୟନ ପ୍ରକ୍ରିୟା ଆରମ୍ଭ
author img

By ETV Bharat Odisha Team

Published : Aug 25, 2023, 10:14 AM IST

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡି଼କର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ ଓ ପୁରସ୍କୃତ କରି ପ୍ରୋତ୍ସାହନ ଦେବା ପାଇଁ ଚଳିତବର୍ଷ ବଜେଟରେ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ବ୍ୟବସ୍ଥା ଘୋଷଣା କରିଥିଲେ ରାଜ୍ୟ ସରକାର । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯିବ । ଏନେଇ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗଣଶିକ୍ଷା ବିଭାଗର ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକରେ ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀଙ୍କ ତାଲିକା ଉପସ୍ଥାପନା କରାଯାଇଛି । ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡି଼କର ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କା ଦିଆଯିବ । ରାଜ୍ୟରେ ଶ୍ରେଷ୍ଠ 100 ଜଣଙ୍କୁ 50 ହଜାର ଟଙ୍କା, ଜିଲ୍ଲାସ୍ତରରେ ଶ୍ରେଷ୍ଠ 3000ଜଣଙ୍କୁ 10 ହଜାର ଟଙ୍କା ପ୍ରତି ବ୍ଲକରେ ଶ୍ରେଷ୍ଠ 100ଜଣଙ୍କୁ 5 ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯିବ । ଅର୍ଥିକ ଅନଗ୍ରସର ପରିବାରର ମେଧାବୀ ପିଲାଙ୍କୁ ପ୍ରୋତ୍ସାହିତ କରିବାକୁ ମେଧା ବୃତ୍ତି ପୁରସ୍କାର ଦିଆଯିବ ।

ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ୨ ହଜାର ଜୀତୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍) ରାସନକାର୍ଡ ହିତାଧିକାରୀ ପରିବାରର ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ । ଏହା ପରେ ବିଦ୍ୟାଳୟସ୍ତରରେ ନେତୃତ୍ୱ ନେବାର କଳା ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବାକୁ ମିଳିବ 'ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର' । ପ୍ରତ୍ୟେକ ସ୍କୁଲରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯିବ । ସମୁଦାୟ ୮୩୧୧ ଛାତ୍ର ଓ ୮୮୦୭ ଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ ।

ଏହା ବି ପଢନ୍ତୁ...ଚଳିତବର୍ଷଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ଖୁବ୍‌ଶୀଘ୍ର ଚୟନ ପ୍ରକ୍ରିୟା

ଏହା ବି ପଢନ୍ତୁ...Odisha Budget 2023: ଉଚ୍ଚ ଶିକ୍ଷା ପାଇଁ 3173କୋଟି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନୂଆ ଯୋଜନା

ରାଜ୍ୟସ୍ତରରେ ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ତାଲିକାକୁ ରାଜ୍ୟସ୍ତରୀୟ କମିଟି ଅନୁମୋଦନ କରିବା ପରେ ପୁରସ୍କାର ରାଶି ସିଧାସଳଖ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏହା ସହ ଜିଲ୍ଲାସ୍ତରୀୟ ମେଧାବୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକାକୁ ଖୁବଶୀଘ୍ର ଜିଲ୍ଲାସ୍ତରୀୟ କମିଟିକୁ ଅନୁମୋଦନ ପାଇଁ ପଠାଇବାକୁ ସଚିବ କହିଛନ୍ତି । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଅନୁସୂଚିତତ ଜନଜାତି ଓ ଜାତି ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ । ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଦଶମ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ଦିଆଯିବ ।

ସୂଚନା ଅନୁଯାୟୀ, ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପରୁସ୍କାର’ର ଆଭିମୁଖ୍ୟ ହେଉଛି ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍କୁଲର ସଫଳତାକୁ ଆହୁରି ପ୍ରୋତ୍ସାହିତ କରିବା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟକ୍ତିଗତ ପୁରସ୍କାର (ଇଣ୍ଡିଭିଜୁଆଲ୍ ଆୱାର୍ଡ) ଓ ଆନୁଷ୍ଠାନିକ ପୁରସ୍କାର (ଇନଷ୍ଟିଚ୍ୟସନାଲ୍ ଆୱାର୍ଡ) ବ୍ୟବସ୍ଥା ରହିଛି । ବ୍ୟକ୍ତିଗତ ପୁରସ୍କାରରେ ଛାତ୍ରଛାତ୍ରୀଙ୍କୁ ମେଧାବୀ ପୁରସ୍କାର, ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ଦିଆଯିବ । ଏହା ସହ ବ୍ୟକ୍ତିଗତ ପୁରସ୍କାରରେ ଶିକ୍ଷକ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ସିଆର୍ସିସି ପୁରସ୍କାର, ବିଇଓ ପୁରସ୍କାର ଏବଂ ଡିଇଓ ପୁରସ୍କାର ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.