ଖୋର୍ଦ୍ଧା: ଖୋର୍ଦ୍ଧା ତହସିଲରେ ମାଙ୍କଡା ପଥର ଖଣି ଖନନକୁ ନେଇ ଗ୍ରାମବାସୀ ଓ ଖଣି ଲିଜଧାରୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଲହଙ୍ଗା ମୌଜାରେ ଅନୁମତି ଥିବା ବେଳେ ଖଣିଖନନ କିନ୍ତୁ ମଳିପଡା ମୌଜାରେ ଚାଲିଥିବାପରୁ ପୂର୍ବରୁ ଅଭିଯୋଗ ଆଣିଥିଲେ ଗ୍ରାମବାସୀ । ତେବେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ରାଜ୍ୟ କାଜୁ ଉନ୍ନୟନ ଅଧକ୍ଷ ।
ସେହିପରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଜୁ ଜଙ୍ଗଲ କଟା ଚାଲିଥିବା ଅଭିଯୋଗ ହୋଇଛି । ବେଆଇନ ମାଙ୍କଡା ପଥର ଖଣି ଉପରେ ରୋକ ଲଗାଇବା ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ବିସ୍ତୃତ ଆଲୋଚନା ମଧ୍ୟ କରିଛନ୍ତି ଅଧକ୍ଷ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ