ETV Bharat / state

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଜନଜାତୀୟ ଲାଇବ୍ରେରୀ ଓ ସଂଗ୍ରହାଳୟ

author img

By

Published : Jan 20, 2023, 9:29 AM IST

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡି଼ଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି । ଏହି ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜନଜାତୀୟ ଲାଇବ୍ରେରୀ, ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ।

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିଛନ୍ତି । କୋରାପୁଟରେ ଏକ ବିଶ୍ୱସ୍ତରୀୟ ଜନଜାତି ଲାଇବ୍ରେରୀ, ସଂଗ୍ରହାଳୟ ଏବଂ ଜନଜାତି ଗବେଷଣା ପ୍ରତିଷ୍ଠାନ ଖୋଲିବାକୁ କୁଳପତି ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ରାଷ୍ଟ୍ରପତି ମୁର୍ମୁ ଜନଜାତି ସମ୍ପ୍ରଦାୟର ଉନ୍ନତି ପାଇଁ କୁଳପତିଙ୍କ ଏହି ଏକାଡେମିକ୍ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ପ୍ରଫେସର ତ୍ରିପାଠୀ ଯଥେଷ୍ଟ ଆଶାବାଦୀ ଅଛନ୍ତି ଯେ ଯଥାଶୀଘ୍ର ଏହି କେନ୍ଦ୍ର ବିଶ୍ଵବିଦ୍ୟାଳୟରେ ସ୍ଥାପିତ ହେବ ।

ଏହି ପ୍ରତିଷ୍ଠାନ ଏହି ଅଞ୍ଚଳ ତଥା ସମଗ୍ର ଦେଶରେ ଆଦିବାସୀ ଲୋକଙ୍କ ଭାଷା, ସଂସ୍କୃତି ଏବଂ ଜ୍ଞାନ ଉପରେ ସଂରକ୍ଷଣ ଏବଂ ଗବେଷଣା କ୍ଷେତ୍ରରେ ସହାୟକ ହେବ । କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଅଧିକାଂଶ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କ ପଦବୀ ପୂରଣ ହୋଇପାରି ନାହିଁ । ବରିଷ୍ଠ ଶିକ୍ଷକଙ୍କ ଅଭାବ ଯୋଗୁଁ ଶିକ୍ଷାଦାନ କ୍ଷେତ୍ରରେ ଅନେକ ପ୍ରଭାବିତ ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଶିକ୍ଷାଦାନକୁ ଉଚ୍ଚକୋଟିର କରିବା ପ୍ରୟାସ ନେଇ ବିଭିନ୍ନ ବିଭାଗରେ ବରିଷ୍ଠ ଭିଜିଟିଙ୍ଗ ପ୍ରଫେସର ନିଯୁକ୍ତି କରିବାକୁ ପ୍ରକ୍ରିୟା ଜାରି ରଖିଛି । ଏହାସହ ବିଶ୍ୱବିଦ୍ୟାଳୟ ସ୍ଥାୟୀ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କ ପଦବୀ ପୂରଣ ପାଇଁ ଯଥାଶୀଘ୍ର ବିଜ୍ଞାପନ ପ୍ରକାଶ କରିବାକୁ ଯାଉଛି ।

କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଖେଳକୁଦର ବିକାଶ ନିମନ୍ତେ ଜଣେ ସ୍ଥାୟୀ କ୍ରୀଡା(ସ୍ପୋର୍ଟ୍ସ) ପ୍ରଫେସରଙ୍କୁ ନିଯୁକ୍ତି ଦେବା ସହ କ୍ରୀଡା କ୍ଷେତ୍ରରେ ବିଶ୍ବବିଦ୍ୟାଳୟକୁ ଅନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ଗୁଜୁରାଟ କ୍ରୀଡା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜତିନକୁମାର ହର ଜୀବନଦାସ ସୋନିଙ୍କୁ ଭିଜିଟିଙ୍ଗ ପ୍ରଫେସର ଭାବରେ ନିଯୁକ୍ତି କରାଯାଇଛି । ତାଙ୍କ ତତ୍ବାବଧାନରେ ବିଶ୍ବବିଦ୍ୟାଳୟରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାସହ ବେଦରେ ବର୍ଣ୍ଣିତ ଦେଶୀ ଗାଈ କ୍ଷୀରର ବିଭିନ୍ନ ଉପକାରିତା ବିଷୟରେ ଜାଣିବା ପାଇଁ ବିଶ୍ୱବିଦ୍ୟାଳୟ ସ୍ୱଦେଶୀ ଗାଈ କ୍ଷୀର ଉପରେ ଗବେଷଣା କରିବା ପାଇଁ ଆନ୍ତର୍ଜାତୀୟ ଗବେଷକମାନଙ୍କୁ ନିୟୋଜିତ କରିବାକୁ ଚେଷ୍ଟା କରୁଛି ।

ନିକଟରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଜନଜାତି ଗୌରବ ଦିବସ ପାଳନ ଅବସରରେ ଆଦିବାସୀ ଡିଜିଟାଲ କେନ୍ଦ୍ର ଓ ଡକ୍ଟର ଆମ୍ବେଦକର ଉତ୍କୃଷ୍ଟତା ପ୍ରକୋଷ୍ଠ ଉଦଘାଟିତ ହୋଇଥିଲା । ଏହି ପ୍ରକୋଷ୍ଠରେ ଜନଜାତିର ଛାତ୍ରଛାତ୍ରୀଙ୍କୁ ଆଇଏଏସ୍ ଓ ଅନ୍ୟାନ୍ୟ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯିବା ଲାଗି ବ୍ୟବସ୍ଥା ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.