ETV Bharat / state

ଆସନ୍ତାକାଲି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିବେ କେନ୍ଦ୍ରୀୟ ଏନ୍‌କ୍ବାସ ଟିମ - କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ଏନ୍‌କ୍ବାସ ଟିମ । କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରୋଗୀସେବା ବ୍ୟବସ୍ଥାର ଯାଞ୍ଚ କରିବେ । ଅଧିକ ପଢ଼ନ୍ତୁ

central team visit capital hospital
କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିବେ କେନ୍ଦ୍ରୀୟ ଟିମ
author img

By

Published : Jul 9, 2023, 5:44 PM IST

ଭୁବନେଶ୍ବର: ଆସନ୍ତାକାଲି ଆସୁଛନ୍ତି କେନ୍ଦ୍ରୀୟ ଏନକ୍ବାସ ଟିମ୍‌ । ଦୁଇ ଜଣିଆ କେନ୍ଦ୍ରୀୟ ଏନ୍‌କ୍ବାସ (ନାସନାଲ କ୍ବାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ) ଟିମ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିବେ । ତିନିଦିନ ଧରି ହସ୍ପିଟାଲର ୧୯ ବିଭାଗକୁ ତଦାରଖ କରିବେ । ହସ୍ପିଟାଲକୁ କିଭଳି ପ୍ରମାଣପତ୍ର ମିଳିବ ଏବଂ କେନ୍ଦ୍ରୀୟ ଟିମର ତଦାରଖରେ ଯେପରି କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ହସ୍ପିଟାଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ତିନିଦିନ ଧରି ଏହି ଟିମ ରୋଗୀ ଚିକିତ୍ସାରୁ ଆରମ୍ଭ କରି ସମସ୍ତ ନଥିପତ୍ର, ମାନବସମ୍ବଳ ଓ କାର୍ଯ୍ୟ କରୁଥିବା ଡାକ୍ତର, ସେବିକା ଓ ପାରାମେଡିକ୍ସ କର୍ମଚାରୀଙ୍କ ଦକ୍ଷତା ପରଖିବେ ।

ପ୍ରତ୍ୟେକ ଦିନ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି ହାଜାରହଜାର ରୋଗୀ । ଅନେକ ସମୟରେ ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁଥିବା ବେଳେ ଆଉ କିଛି ସମୟରେ ରୋଗୀମାନେ ଅସନ୍ତୋଷ ଜାହିର କରୁଛନ୍ତି । କେତେବେଳେ ଡାକ୍ତର ଅଭାବ ତ ଆଉ କେତେବେଳେ ଭିତ୍ତିଭୂମିର ଅଭାବ ଦେଖାଦେଇଥାଏ । ବିଭିନ୍ନ ସମୟରେ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରରଣ କରାଯାଇଥାଏ । ରୋଗୀଙ୍କ ସୁବିଧା ପାଇଁ ଚିକିତ୍ସାଳୟର ଗୋଟିଏ ସ୍ଥାନରେ ସୁପର ସ୍ପେସାଲିଟି ବ୍ୟବସ୍ଥା କରାଯାଇଛି । ହସ୍ପିଟାଲର କ୍ୟାମ୍ପସ ମଧ୍ୟରେ ଥିବା ଉପଔଷଧ ଭଣ୍ଡାର ନିକଟରେ ସ୍ଵତନ୍ତ୍ର ଭାବରେ ଗୋଟିଏ ସ୍ଥାନରେ ୬ ବିଭାଗର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ହେଲେ ଏଠାରେ ଡାକ୍ତରଙ୍କ ଅଭାବ ଯୋଗୁଁ ସାଧାରଣ ଗରିବ ରୋଗୀର ହଟହଟା ହେଉଛନ୍ତି । ଯାହାକୁ ନେଇ ଅନେକ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ: କ୍ୟାପିଟାଲ ହସପିଟାଲରେ ୫ଟି ସଚିବ, ଭିତ୍ତିଭୂମି ରୋଗୀସେବା ବ୍ୟବସ୍ଥାର କଲେ ସମୀକ୍ଷା

ଏହାକୁ ଦୃଷ୍ଟି ରଖି କିଛି ଦିନ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ୨୪ ଘଣ୍ଟିଆ ଜରୁରୀକାଳୀନ ଅପରେସନ ଥିଏଟର ସେବା ଆରମ୍ଭ ହୋଇଛି । ଏଥିରେ ତୁରନ୍ତ ଅସ୍ତ୍ରୋପଚାର ପାଇଁ ୩ ଜଣିଆ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ପ୍ରସ୍ତୁତ ରହିବେ । ଏହାଛଡ଼ା ଆହାତ ରୋଗୀଙ୍କ ଲାଗି ଗୋଟିଏ ଡ୍ରେସିଂ ରୁମର ବ୍ୟବସ୍ଥା ମଧ୍ୟ ହୋଇଛି । ପ୍ରତ୍ୟେକ ଦିନ ଅନେକ ରୋଗୀ ଅଲଟ୍ରାସାଉଣ୍ଡ ଲାଗି କ୍ୟାପିଟାଲ ହସ୍ପିଟାଲ ଆସୁଥିବା ବେଳେ ଟେଷ୍ଟିଂ ପାଇଁ ଅନକେ ଦିନ ଧରି ଅପେକ୍ଷା କରୁଥିଲେ । ଇତି ମଧ୍ୟରେ ହସ୍ପିଟାଲ ପରିସରରେ ଏକ ଅଲଟ୍ରାସାଉଣ୍ଡ ମେସିନ ସ୍ଥାପନ କରାଯାଇଛି । ଉକ୍ତ ମେସିନରେ ଦୈନିକ ୮୦ରୁ ୯୦ ଜଣଙ୍କର ଅଲଟ୍ରାସାଉଣ୍ଡ ଟେଷ୍ଟ୍‌ କରାଯାଉଥିବାର ସୂଚନା ମିଳିଛି ।

ସୂଚନା ଅନୁସାରେ ଗତ ଫେବୃଆରୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇ ଜଣିଆ ଡାକ୍ତରୀ ଦଳ ଏନ୍‌କ୍ବାସ ନିମନ୍ତେ ପ୍ରାକ୍‌-ପରିଦର୍ଶନ କରିଥିଲେ । ଏଥିରେ ନିର୍ଦ୍ଦେଶନାମା ଆଧାରରେ ନଥିପତ୍ର ଏବଂ ଅନ୍ୟାନ୍ୟ ବିଧିବ୍ୟବସ୍ଥା ଯାଞ୍ଚ କରିଥିଲେ । ତେବେ କେନ୍ଦ୍ରୀୟ ଟିମ୍‌ ସହମତି ପ୍ରକାଶ କରିବା ପରେ ହସ୍ପିଟାଲକୁ ପ୍ରମାଣପତ୍ର ମିଳିବ । ଏହାଦ୍ବାରା ପ୍ରତିବର୍ଷ ଆର୍ଥିକ ସହାୟତା ହସ୍ପିଟାଲକୁ ମିଳିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.