ETV Bharat / state

କର୍ଣ୍ଣାଟକରେ କଂଗ୍ରେସର ବାଜିମାତ, ରାଜ୍ୟ କଂଗ୍ରେସ ଭବନରେ ସେଲିବ୍ରେସନ୍

author img

By

Published : May 13, 2023, 10:43 PM IST

କର୍ଣ୍ଣାଟକରେ କଂଗ୍ରେସର ବାଜିମାତ ପରେ ରାଜ୍ୟ କଂଗ୍ରେସ ଭବନରେ ବିଜୟ ଉତ୍ସବ ପାଳନ । ଅଧିକ ପଢ଼ନ୍ତୁ

karnataka assembly election result
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ

ଭୁବନେଶ୍ବର: କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ । ବିପୁଳ ସଂଖ୍ୟାରେ କଂଗ୍ରେସର ବାଜିମାତ ହୋଇଥିବା ବେଳେ ଦଳର ଏହି ଅଦ୍ଭୂତପୂର୍ବ ସଫଳତାକୁ ନେଇ ସାରା ଦେଶରେ ବିଜୟ ଉତ୍ସବ ପାଳୁଛି କଂଗ୍ରେସ । ଏହି କ୍ରମରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ଉତ୍ସବର ମାହୋଲ । ଝାରସୁଗୁଡ଼ାରେ କଂଗ୍ରେସର ପରାଜୟ ସତ୍ତ୍ବେ କର୍ଣ୍ଣାଟକରେ ଦଳର ବିଜୟ ନେଇ ରାଜ୍ୟ କଂଗ୍ରେସ ଭବନ ଚଳଚଞ୍ଚଳ ହୋଇଉଠିଛି । ଗୀତନାଚ ବାଦ୍ୟର ତାଳେତାଳେ କମ୍ପୁଛି କଂଗ୍ରେସ ଶିବିର ।

ପିସିସି ସଭାପତି ଶରତ ପଟନାୟକଙ୍କ ସମେତ ଅନ୍ୟ ନେତା କର୍ମୀ, ଯୁବ କଂଗ୍ରେସ ଛାତ୍ର କଂଗ୍ରେସ କର୍ମୀ ଓ ସାଧରଣ କର୍ମୀ ଏହି ବିଜୟ ଉତ୍ସବରେ ସାମିଲ ହୋଇଥିଲେ । ହାତରେ କଂଗ୍ରେସ ପତାକା ଧରି କଂଗ୍ରେସ ନାରା ଦେଇ ବାଣ ଫୁଟାଇ ନାଚିଥିଲେ । ମିଳିମିଶି ମିଠା ଖାଇ କର୍ଣ୍ଣାଟକରେ ବିପୁଳ ବିଜୟୀ ହୋଇଥିବା କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି ଆଉ ସଫଳତାକୁ ନେଇ ଖୁସି ହୋଇଛନ୍ତି । ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ କରିବା ପାଇଁ କର୍ଣ୍ଣାଟକର ଜନସାଧାରଣ କଂଗ୍ରେସ ଦଳକୁ ବାଜିମାତ କରାଇଛନ୍ତି । ଆମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ । କର୍ଣ୍ଣାଟକ ଜନସାଧାରଣ ବିଜେପିକୁ ଶକ୍ତ ଝଟକା ଦେଇ ଗଣତନ୍ତ୍ରକୁ ସୃଦୁଢ କରିଛନ୍ତି । ଏଆଇସିସି ସଭାପତି, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଏଭଳି ବିଜୟ କଂଗ୍ରେସକୁ ମିଳିଛି । ତେଣୁ କର୍ଣ୍ଣାଟକର ଏହି ଜନାଦେଶରେ ସାମିଲ ହୋଇଥିବା ସଭିଙ୍କୁ କଂଗ୍ରେସ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଉଛି ।"

ଅନ୍ୟପଟେ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏହା କେବଳ ଗୋଟିଏ ଉପନିର୍ବାଚନ। ଆଗକୁ ସାଧାରଣ ନିର୍ବାଚନ ରହିଛି । ତଥାପି ଝାରସୁଗୁଡ଼ା ଜନସାଧାରଣ କଂଗ୍ରେସ ଉପରେ ଯେତିକି ଆଶୀର୍ବାଦ ଦେଇଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁ ଭୁଲ ରହିଯାଇଛି ତାକୁ ଆଗାମୀ ଦିନରେ ସୁଧାରି ଆଗକୁ ବଢ଼ିବୁ ବୋଲି କହିଛନ୍ତି ଶରତ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ଦଳର ନେତା ନଥିବାରୁ କଂଗ୍ରେସ ଦଳର ନେତା ନବ ଦାସଙ୍କୁ କଂଗ୍ରେସରୁ ନେଇ ନେତା କରିଥିଲେ । ତାଙ୍କ ସାଙ୍ଗରେ ଅନ୍ୟ କଂଗ୍ରେସ ନେତା ମଧ୍ୟ ବିଜେଡି ଦଳକୁ ପଳାଇଥିଲେ । ଝାରସୁଗୁଡ଼ାରେ କଂଗ୍ରେସ ଅବସ୍ଥା ଖରାପ ଥିଲା । ବର୍ତ୍ତମାନ ସଂଗଠନକୁ ସୁଦୃଢ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରହିଥିବା ଶରତ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.