ଖୋର୍ଦ୍ଧା: ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ସବୁ ଫିକା ପଡିଥିବା ବେଳେ ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଯାଇଛି ଶିଶୁ ଦିବସ। ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନରେ ସମସ୍ତେ ପ୍ରୟାସ କରିଛନ୍ତି। ରଙ୍ଗ ବେରଙ୍ଗର ରଙ୍ଗୋଲି କରି ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଫଟୋରେ ମାଲ୍ୟାର୍ପଣ କରି ପାଳିଛନ୍ତି ଶିଶୁ ଦିବସ। ଶିକ୍ଷକ ଶିକ୍ଷୟତ୍ରୀ ଅନଲାଇନ ମାଧ୍ୟମରେ ଭର୍ଚୁଆଲ ମିଟିଂ କରି ଛାତ୍ରଛାତ୍ରୀ ମାନଙ୍କୁ ଯୋଡିଛନ୍ତି।
ଏଥର ଦୀପାବଳିରେ କୋରୋନା କଟକଣା ଯୋଗୁଁ ସରକାରଙ୍କ ଗାଇଡ଼ ଲାଇନକୁ ମାନିବା ପାଇଁ ପିଲାମାନେ ଆରମ୍ଭ କରିଛନ୍ତି ପ୍ରୟାସ। ଘରେ ରହି ଫ୍ୟାନ୍ସି ଡ୍ରେସ, ଆର୍ଟ, ରଚନା ପ୍ରତିଯୋଗିତାରେ ଭାଗ ନେଇ ହ୍ବାଟସ ଆପ ମାଧ୍ୟମରେ ପଠାଇଛନ୍ତି। ଏହା ସଚେତନତାର ବାର୍ତା ଦେଇ ଦୀପଟିଏ ଜାଳି ବାଣ ନ ଫୁଟାଇବାକୁ ଆହ୍ବାନ ଦେଇଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ