ETV Bharat / state

Cash for Question: ବିଜେପିର ସଙ୍ଗୀନ ଅଭିଯୋଗ, ମହୁଆଙ୍କ କେଳେଙ୍କାରୀରେ ଓଡିଶା ସାଂସଦଙ୍କ ସମ୍ପୃକ୍ତି - କିଏ ସେହି ଓଡିଶା ସାଂସଦ

ବିଜେପି ମୁଖପାତ୍ର ଅନୀଲ ବିଶ୍ବାଲ କହିଛନ୍ତି ଘଟଣାକୁ ନେଇ ସିବିଆଇ କୋର୍ଟରେ ଗୋଟିଏ ଆଫିଡେଭିଟ ଫାଇଲ ହୋଇଛି । ତେଣୁ ଓଡ଼ିଶାର ସାଂସଦ ଜଣକ କିଏ ତାଙ୍କ ନାଁ ନେବା ଠିକ ହେବ ନାହିଁ । ସୁପ୍ରିମକୋର୍ଟ ଓକିଲ ଜୟା ଅନନ୍ତ ଫାଇଲ କରିଥିବା ଆଫିଡେଭିଟରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ମହୁଆ ମୈତ୍ରଙ୍କ ପାଖକୁ ଯାଇଥିବା 2 କୋଟି ଟଙ୍କାର ହାୱାଲା ଚ୍ୟାନେଲ କାରବାର ଓଡ଼ିଶାର ଜଣେ ସାଂସଦଙ୍କ ଦ୍ଵାରା ହୋଇଛି । ଅଧିକ ପଢନ୍ତୁ

Cash for Question:ମହୁଆଙ୍କ କେଳେଙ୍କାରୀରେ ଓଡିଶା ସାଂସଦଙ୍କ ସମ୍ପୃକ୍ତି ରହିଛି: ବିଜେପି

author img

By ETV Bharat Odisha Team

Published : Oct 19, 2023, 10:09 PM IST

Cash for Question:ମହୁଆଙ୍କ କେଳେଙ୍କାରୀରେ ଓଡିଶା ସାଂସଦଙ୍କ ସମ୍ପୃକ୍ତି ରହିଛି: ବିଜେପି

ଭୁବନେଶ୍ବର: ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ଟିଏମସି ସାଂସଦ ମହୁଆ ମୈତ୍ର ବ୍ୟବସାୟୀଙ୍କ ଠାରୁ ଅର୍ଥ ନେଇ ପ୍ରଶ୍ନ କରିଥିବା ଅଭିଯୋଗ ପରେ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା । ମାମଲା ଏବେ ଲୋକସଭାର ଆଚର ସଂହିତା କମିଟିରେ ଥିବାବେଳେ ଘଟଣାକୁ ନେଇ ରାଜନୀତି ମଧ୍ୟ ସରଗରମ ଥିବା ବେଳେ ଓଡିଶା ବିଜେପି ଘଟଣାକୁ ନେଇ ଆଜି ସଂଗୀନ ଅଭିଯୋଗ ଆଣିଛି । ବିଜେପି କହିଛି ମହୁଆ ମୈତ୍ରଙ୍କ ଲାଞ୍ଚ ନେଇ ପ୍ରଶ୍ନ ମାମଲାରେ ଓଡ଼ିଶା ସାଂସଦଙ୍କ ସଂପୃକ୍ତି ଅଛି ।

ବିଜେପି ମୁଖପାତ୍ର ଅନୀଲ ବିଶ୍ବାଲ କହିଛନ୍ତି ଘଟଣାକୁ ନେଇ ସିବିଆଇ କୋର୍ଟରେ ଗୋଟିଏ ଆଫିଡେଭିଟ ଫାଇଲ ହୋଇଛି । ତେଣୁ ଓଡ଼ିଶାର ସାଂସଦ ଜଣକ କିଏ ତାଙ୍କ ନାଁ ନେବା ଠିକ ହେବ ନାହିଁ । ସୁପ୍ରିମକୋର୍ଟ ଓକିଲ ଜୟା ଅନନ୍ତ ଫାଇଲ କରିଥିବା ଆଫିଡେଭିଟରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ମହୁଆ ମୈତ୍ରଙ୍କ ପାଖକୁ ଯାଇଥିବା 2 କୋଟି ଟଙ୍କାର ହାୱାଲା ଚ୍ୟାନେଲ କାରବାର ଓଡ଼ିଶାର ଜଣେ ସାଂସଦଙ୍କ ଦ୍ଵାରା ହୋଇଛି । ସେହି ଆଫିଡେଭିଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ମହୁଆ ମଇତ୍ରଙ୍କ ଜଣେ ଘନିଷ୍ଠ ସହଯୋଗୀ ଯିଏକି ଓଡ଼ିଶାର ଜଣେ ସାଂସଦ ତାଙ୍କ ପାଖରେ ଟଙ୍କା ସୁରକ୍ଷିତ ଭାବେ ରଖିବା ପାଇଁ ଦିଆଯାଇଥିଲା । ତେଣୁ ଏଠି ପ୍ରଶ୍ନ ଉଠିବା ସ୍ବାଭାବିକ ଯେ କିଏ ସେହି ଓଡ଼ିଶାର ସାଂସଦ ।

ଅଧିକ ପଢନ୍ତୁ- ସଂସଦରେ ପ୍ରଶ୍ନ ଉଠାଇବା ପାଇଁ ଟଙ୍କା ନେଇଛନ୍ତି ମହୁଆ ମୌଇତ୍ରା ! ଅଭିଯୋଗ ସହ ତଦନ୍ତ ଦାବି କଲେ BJP ସାଂସଦ

ଏହା ସହିତ ମହୁଆ ମୈତ୍ରଙ୍କ ଦ୍ଵାରା କିଣା ଯାଇଥିବା ବହୁମୂଲ୍ୟ ଫର୍ଣ୍ଣିଚର ଗୁଡ଼ିକର ବିଲ ବା ଇନଭଏସ ମଧ୍ୟ ଓଡ଼ିଶାର ସାଂସଦଙ୍କ ପାଖକୁ ଯାଇଛି । ସବୁ କାରବାର ନଗଦ ଟଙ୍କାରେ ହୋଇଛି । Cash for question ସଂସଦୀୟ ପରମ୍ପରାରେ ସବୁଠାରୁ ଘୃଣିତ କାମ । ମହୁଆ ମୈତ୍ର ସାଙ୍ଗରେ ଓଡିଶାର କେଉଁ ସାଂସଦ ଅଛନ୍ତି ତାହା ଓଡିଶାବାସୀ ଜାଣିବା ସ୍ବାବାଭିକ । ସୁପ୍ରିମକୋର୍ଟରେ ସିବିଆଇ ଓକିଲ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ଜଣେ ସାଂସଦ ଏଥିକ୍ସ କମିଟି ଆଗରେ ଯେଉଁ ରିପୋର୍ଟ ରଖିଛନ୍ତି, ଓଡିଶାର ଜଣେ ସାଂସଦ ବୋଲି ଜଣାପଡୁଛି ।

ଅତୀତରେ ଚନ୍ଦ୍ର ସ୍ବାମୀ ନାମକ ଜଣେ ଆତ୍ମଘୋଷିତ ଭଗବାନ ଯିଏକି ସିବିଆଇ କେସରେ ଜେଲ ଯାଇଥିଲେ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଥିଲେ ଓଡିଶାର ଏହି ସାଂସଦ, ସେ ସମୟରେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ । ପରେ ଦଳ ବଦଳ କରି ସାଂସଦ ହେଲେ । ଓଡିଶାରେ ହୋଇଥିବା 54 ହଜାର କୋଟି ଟଙ୍କାର ଖଣି ଦୁର୍ନୀତିରେ ଖଣି ମାଫିଆଙ୍କ ସପକ୍ଷରେ ସୁପ୍ରିମକୋର୍ଟରେ କେସ ମଧ୍ୟ ଲଢୁଥିଲେ ଏହି ସାଂସଦ ବୋଲି ଦଳ ସାଂଘାତିକ ଅଭିଯୋଗ ଆଣିଛି । ବିଜେପି ଅଭିଯୋଗ କରିଛି ଓଡିଶା ଲୋକ ମାନେ କଣ ଭୋଟ ଦେଇ ସଂସଦ ପଠାଇଥିଲେ ଏହି ଧନ୍ଦା କରିବାକୁ ? ପଇସା ନେଇ ପ୍ରଶ୍ନ ପଚାରିବାକୁ ? ଓଡିଶାର ଲୋକ ଭୋଟ ଦେଇ ସଂସଦ ପଠାଇଥିଲେ ଓଡିଶାର ପ୍ରସଙ୍ଗ ଉଠାଇବାକୁ କିନ୍ତୁ ସେ Cash for Question ସ୍କାମରେ ସମ୍ପୃକ୍ତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ପରେ ଏବେ ବିବାଦରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର । ମହୁଆଙ୍କ ବିରୋଧରେ ଏହି ଗୁରୁତ୍ବର ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ନିଶିକାନ୍ତ ଅଭିଯୋଗ କରିଛନ୍ତି ଯେ, ମହୁଆ ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ଓ ଉପହାର ନେଇଛନ୍ତି । ଲୋକସଭାରେ ଅଦାନୀ ଗ୍ରୁପ ବିରୋଧରେ ପ୍ରଶ୍ନ କରିବାକୁ ଅଦାନୀ ଗ୍ରୁପର ବ୍ୟବସାୟିକ ପ୍ରତିଦ୍ବନ୍ଦୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ମହୁଆ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଏପରିକି ମହୁଆ ପଚାରିଥିବା ୬୧ଟି ପ୍ରଶ୍ନ ମଧ୍ୟରୁ ୫୦ଟି ପ୍ରଶ୍ନ ସିଧାସଳଖ ହିରାନନ୍ଦାନୀ ଓ ତାଙ୍କ କମ୍ପାନୀକୁ ଫାଇଦା ଦେଇଥିବା ଅଭିଯୋଗ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.