ETV Bharat / state

କମିବ ଭିଡ, କଟକ-ଖୋର୍ଦ୍ଧା ରିଙ୍ଗ ରୋଡ କାର୍ଯ୍ୟ ଆରମ୍ଭ - ସାଂସଦ ଅପରାଜିତା ଷଡଙ୍ଗୀ

ଖୋର୍ଦ୍ଧା ରାମେଶ୍ବରରୁ କଟକ ଟାଙ୍ଗି ଯାଏଁ ରିଙ୍ଗ ରୋଡ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଖୁବଶୀଘ୍ର ଶେଷ ହେବ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

Ring Road from Rameswar to Tangi work starts
କଟକ-ଖୋର୍ଦ୍ଧା ରିଙ୍ଗ ରୋଡ କାର୍ଯ୍ୟ ଆରମ୍ଭ
author img

By

Published : Jun 11, 2023, 2:29 PM IST

କଟକ-ଖୋର୍ଦ୍ଧା ରିଙ୍ଗ ରୋଡ କାର୍ଯ୍ୟ ଆରମ୍ଭ

ଭୁବନେଶ୍ବର: କମିବ କଟକ-ଭୁବନେଶ୍ବର ଭିଡ । ଭିଡ଼ ନିୟନ୍ତ୍ରଣ ପାଇଁ ରିଙ୍ଗ ରୋଡ଼ କାର୍ଯ୍ୟ ଆରମ୍ଭ ହୋଇଛି । ଜାତୀୟ ରାଜପଥରେ କମିବ ଦୁର୍ଘଟଣା ଏବଂ ଅଧିକ ସୁରକ୍ଷିତ ଭାବେ ଗତିଶୀଳ ହେବ ଗାଡି ମୋଟର । ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି କେନ୍ଦ୍ର ସରକାର । ଭିଡ କମ କରିବାକୁ ରିଙ୍ଗ ରୋଡ କାର୍ଯ୍ୟ ଆରମ୍ଭ ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

16 ନମ୍ବର ଜାତୀୟ ରାଜପଥକୁ ଚାରି ଥାକିଆ ରାସ୍ତାରୁ ଛଅ ଥାକିଆ ରାସ୍ତା କରାଯାଉଛି । ଯାହା ଦ୍ୱାରା ବର୍ଦ୍ଧିତ ଗାଡି ମୋଟର ସୁରକ୍ଷିତ ଯାତାୟତରେ ସହାୟକ ହୋଇ ପାରିବ ବୋଲି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଗତ 4 ବର୍ଷ ମଧ୍ୟରେ 6 ହଜାର କୋଟି ଟଙ୍କାର ଜାତୀୟ ରାଜପଥ କାର୍ଯ୍ୟ କରାଯାଇଛି ।

ବିଶେଷକରି ଭୁବନେଶ୍ୱର କଟକରେ ଦିନକୁ ଦିନ ବଢୁଥିବା ଜନସଂଖ୍ୟା ଓ ଗାଡି ମୋଟର ସଂଖ୍ୟାକୁ ଦେଖି ନୂତନ ବିକଳ୍ପ ରିଙ୍ଗ ରୋଡ ରାସ୍ତା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର କଟକ ସହରରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ 16 ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ କଟକ ଜିଲ୍ଲା ଟାଙ୍ଗି ପର୍ଯନ୍ତ 111 କିଲୋମିଟର ବିକଳ୍ପ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି । କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ ନାମରେ ଏହି ରାସ୍ତା ପାଇଁ 5 ହଜାର କୋଟି ଟଙ୍କା ବ୍ୟୟ କରାଯିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଏହା ବି ପଢନ୍ତୁ...ଆସୁଥିଲେ କାରରେ କହୁଥିଲେ BMC ଅଧିକାରୀ, ଭେଣ୍ଡିଂ ଜୋନରେ ଚାନ୍ଦା ମାଗି ଠକ ଲେଡି ଗିରଫ

ସେହିପରି 16 ନମ୍ବର ଜାତୀୟ ରାଜପଥରେ ଜନସାଧାରଣଙ୍କ ସୁବିଧା ପାଇଁ 29ଟି ଭେଇକିଲ ଅଣ୍ଡର ପାସ, 9ଟି ଫ୍ଲାଇ ଓଭର ବ୍ରିଜ ଓ 3ଟି ଫୁଟ ଓଭର ବ୍ରିଜ ନିର୍ମାଣ କରାଯାଇଥିବା କହିଛନ୍ତି ସାଂସଦ । ସେହିଭଳି ଖୋର୍ଦ୍ଧା ସହରର ଭିଡ଼ ନିୟନ୍ତ୍ରଣ ପାଇଁ 157 କୋଟି ଟଙ୍କାରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ବାଇପାସ ରାସ୍ତା ପିତାପଲି ଠାରୁ ବାହାରି ଖୋର୍ଦ୍ଧା ଚିଙ୍ଗୁଡ଼ିଝର ନିକଟରେ ଶେଷ ହେବ । ଏହା ଦ୍ୱାରା ପଶ୍ଚିମ ଓଡିଶାକୁ ଯାତାୟାତରେ ସୁବିଧା ହେବ । ସେହିପରି ବାଘମାରି ଠାରେ ମଧ୍ୟ ବାଇପାସ ରାସ୍ତା କାମ ଆରମ୍ଭ ହୋଇଥିବା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଇଟିିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.