ETV Bharat / state

ବାଲ୍ୟବିବାହ ମୁକ୍ତ ଓଡ଼ିଶା ପାଇଁ ପ୍ରୟାସ, ଭୁବନେଶ୍ୱର ବିଶାଳ ଶୋଭାଯାତ୍ରା - ବାଲ୍ୟ ବିବାହ ବିରୋଧରେ ସଚେତନତା

ବାଲ୍ୟ ବିବାହ ବିରୋଧରେ ସଚେତନ କରିବା ପାଇଁ ଭୁବନେଶ୍ବରରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କମିMନରେଟ୍ ପୋଲିସ ଓ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ସହଭାଗିତାରେ ଏକ ଶୋଭାଯାତ୍ରା କରାଯାଇଛି। ଅଧିକ ପଢନ୍ତୁ

ବାଲ୍ୟବିବାହ ମୁକ୍ତ ଓଡ଼ିଶା ପାଇଁ ପ୍ରୟାସ, ଭୁବନେଶ୍ୱର ବିଶାଳ ଶୋଭାଯାତ୍ରା

author img

By ETV Bharat Odisha Team

Published : Oct 17, 2023, 1:13 PM IST

Updated : Oct 17, 2023, 4:03 PM IST

ବାଲ୍ୟବିବାହ ମୁକ୍ତ ଓଡ଼ିଶା ପାଇଁ ପ୍ରୟାସ, ଭୁବନେଶ୍ୱର ବିଶାଳ ଶୋଭାଯାତ୍ରା

ଭୁବନେଶ୍ୱର: ଦେଶ ତଥା ରାଜ୍ୟକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ପ୍ରୟାସ । ଏନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କମିଶନରେଟ୍ ପୋଲିସ ଓ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ସହଭାଗିତାରେ ଏକ ଶୋଭାଯାତ୍ରା କରାଯାଇଛି । ପ୍ରଥମ ଦିନରେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଜରିଆରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ସହରୀ ସଚେତନତା । ଭୁବନେଶ୍ୱରର ରାମ ମନ୍ଦିର ଛକଠାରୁ ଆରମ୍ଭ ହୋଇ ହାଉସିଂବୋର୍ଡ ଛକ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ହୋଇଥିଲା ।

ଏହାମଧ୍ୟ ପଢନ୍ତୁ..'ଶିକ୍ଷା ହିଁ ବାଲ୍ୟ ବିବାହ ରୋକିବାର ଏକାମାତ୍ର ବାଟ'

ବାଲ୍ୟ ବିବାହ ଭଳି ଏକ କୁପ୍ରଥାକୁ ଦୂର କରିବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କମିସନରେଟ୍ ପୋଲିସ ଓ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ସହଭାଗିତାରେ ଆରମ୍ଭ ହୋଇଯାଇଛି ପ୍ରୟାସ । ଭୁବନେଶ୍ବରରେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଏନେଇ ଲୋକମାନଙ୍କୁ ସଚେତନତା କରାଯାଇଛି । କୈଳାସ ସତ୍ୟାର୍ଥୀ ଚିଲଡ୍ରେନସ୍‌ ଫାଉଣ୍ଡେସନ୍‌ ସହାୟତାରେ ଆୟୋଜିତ ହୋଇଥିବା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ନାରୀ ନେତ୍ରୀ ଓ ଛାତ୍ରଛାତ୍ରୀ । ରାମମନ୍ଦିର ସ୍କୋୟାର ନିକଟରେ ଏକ ସଭା କରି ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛି ।

ତେବେ ଏକ ସର୍ଭେ ରିପୋର୍ଟ ଅନୁୟାୟୀ, ଏବେବି ସମାଜରେ ବାଲ୍ୟ ବିବାହ ଭଳି କୁପ୍ରଥା ଜାରି ରହିଛି । ଭାରତରେ ପ୍ରାୟ ୨୩ଭାଗରୁ ଅଧିକ ବାଲ୍ୟ ବିବାହ ହେଉଥିବା ବେଳେ ଓଡ଼ିଶାରେ ପ୍ରାୟ 20ପ୍ରତିଶତରୁ ଅଧିକ ଝିଅ ବାଲ୍ୟ ବିବାହର ଶିକାର ହେଉଛନ୍ତି । ଅପରିପକ୍ୱ ବୟସରେ ଗର୍ଭବତୀ ହୋଇ ଜୀବନକୁ ବାଜିରେ ଲଗାଉଛନ୍ତି । କେତେବେଳେ ଯୌତୁକ ନିର୍ଯାତନାର ଶିକାର ହେଉଛନ୍ତି ତ କେତେବେଳେ ପାରିବାରିକ ଚାପ ସହି ନପାରି ଆତ୍ମହତ୍ୟା କରୁଛନ୍ତି । ତେବେ ୨୦୦୬ ମସିହାରୁ ବାଲ୍ୟ ବିବାହ ନିରୋଧ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ୨୦୨୦ ମସିହାରେ ସମଗ୍ର ଭାରତ ବର୍ଷରେ ମାତ୍ର ୭୩୮ଟି ବାଲ୍ୟ ବିବାହ ସମ୍ବନ୍ଧୀୟ ମାମଲା ରୁଜୁ ହୋଇଥିବା ଘଟଣା ଏବେ ଚିନ୍ତାର ବିଷୟ ହୋଇଛି ।

ଏହାମଧ୍ୟ ପଢନ୍ତୁ..ବାଲ୍ୟବିବାହ ଚାଲିଥିବା ବେଳେ ସିଡିପିଓଙ୍କ ଚଢ଼ାଉ, ଖସିଗଲେ ବରକନ୍ୟା

ଅନ୍ୟପଟେ ବାଲ୍ୟ ବିବାହ ଭଳି ଏକ ଘୃଣିତ ସାମାଜିକ ପ୍ରଥାର ମୂଳୋତ୍ପାଟନ କରିବା ପାଇଁ ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ସହିତ ଭାରତ ସରକାର ଓ ଓଡ଼ିଶା ସରକାର ମଧ୍ୟ ୨୦୩୦ ମସିହା ଭିତରେ ଭାରତକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଘୋଷଣା କରିଛନ୍ତି । ଓଡ଼ିଶାରେ କୈଳାସ ସତ୍ୟାର୍ଥୀ ଚିଲଡ୍ରେନସ ଫାଉଣ୍ଡେସନ-ୟୁଏସ ସହାୟତାରେ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ, ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲା ପ୍ରଶାସନ ସହାୟତାରେ ଏହି ତିନୋଟି ଜିଲ୍ଲାରେ ବାଲ୍ୟ ବିବାହମୁକ୍ତ ଆନ୍ଦୋଳନକୁ ବ୍ୟାପକ କରାଇବା ପାଇଁ ଚେଷ୍ଟା ଚଳାଇ ଆସୁଛି ।

ତେବେ ଏହି ଅବସରରେ ପୋଲିସ କମିଶନର ଯୋଗଦେଇ ପ୍ରଥମେ ଟ୍ବିନ୍‌ସିଟିକୁ ବାଲ୍ୟ ବିବାହ‌ମୁକ୍ତ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଅନ୍ୟପଟେ ଦାରିଦ୍ର୍ୟତା ନିରକ୍ଷରତା ଦୂର ହେଲେ ଏହି ବାଲ୍ୟ ବିବାହ ସମସ୍ୟା ଦୂର ହୋଇଯିବ ବୋଲି କହିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 17, 2023, 4:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.