ETV Bharat / state

ଜମି କିଣି ଠକାମୀର ଶିକାର ପୋଲିସ ଆଇଜି, ଅଭିଯୁକ୍ତକୁ ବାନ୍ଧିଲେ ଆଇଆଇସି

author img

By ETV Bharat Odisha Team

Published : Dec 13, 2023, 10:40 PM IST

Builder arrested for cheating police IG: ଜମି କିଣି ଠକାମୀର ଶିକାର ହେଲେ ପୋଲିସ ଆଇଜି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

builder arrested for cheating
ଜମି ଦଲାଲ ଗିରଫ
ଜମି ଦଲାଲ ଗିରଫ

ଭୁବନେଶ୍ବର: ଜମି କିଣି ଠକାମୀର ଶିକାର ହେଲେ ପୋଲିସ ଆଇଜି । ଠକକୁ ଗିରଫ କଲେ ଭରତପୁର ଆଇଆଇସି । ଅନ୍ୟର ପ୍ଲଟ ଦେଖାଇ ଠକ ୨୦ ଲକ୍ଷ ଟଙ୍କା ଅଭିଯୁକ୍ତ ଠକି ନେଇଛି । ଆଉ ଏହି ଠକାମୀର ଶିକାର ହୋଇଛନ୍ତି ଖୋଦ ପୋଲିସ ଆଇଜି । ସୂଚନା ଅନୁସାରେ, ପୋଲିସ ହେଡକ୍ବାଟର ଆଇଜି ବିଭୂତି ଭୂଷଣ ରାଉତ ଠକେଇର ଶିକାର ହୋଇଥିବାବେଳେ ଅଭିଯୁକ୍ତ ବିଲଡର ଦୁର୍ଗା ଚରଣ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ ।

ସୂଚନା ମୁତାବକ, ରାଜଧାନୀରେ ଘର କରିବାକୁ ଆଇଜି ବିଭୂତି ଭୂଷଣ ରାଉତ ଜମି କିଣିବା ପାଇଁ ମନ ବଳାଇଥିଲେ । ଏକ ଖବର କାଗଜରୁ ଜମି କିଣାବିକାର ଏକ ବିଜ୍ଞାପନ ଦେଖିବା ପରେ ଆଇଜି ଓ ତାଙ୍କ ଭାଇ ସମ୍ପୃକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ। ଏନେଇ ଦଲାଲ ସହରର ବିଭିନ୍ନ ସ୍ଥାନରେ ଭଳିକି ଭଳି ଜମି ବିଷୟରେ କହିଥିଲା । ଏନେଇ ଜଟଣୀ ଗେଟ୍ ପାଖ ଅଞ୍ଚଳର NH କଡ଼ରେ ଜମିଟିଏ କିଣିବାକୁ ଆଗ୍ରହୀ ହେଲେ ଆଇଜି । ଏହାପରେ ବିଲଡର ଅଭିଷେକ ସେଠୀ ତାର‌ ଦୁଇ ସହଯୋଗୀଙ୍କୁ ଜମି ଦେଖାଇବାକୁ ନେଇଥିଲେ । ସେଠାରେ ଅଭିଯୁକ୍ତ ଜମି ମାଲିକ ଅଭିଯୋଗକାରୀଙ୍କୁ ଗଙ୍ଗପଡ଼ା ମୌଜା, ଜଟଣୀ ତହସିଲ ଅଧୀନସ୍ଥ ଜଟଣୀ ଗେଟ ନିକଟରେ ଥିବା ଜାତୀୟ ରାଜପଥକୁ ଲାଗି ଏକ ପ୍ଲଟ ଦେଖାଇଥିଲେ ।

ଅଭିଯୋଗକାରୀ ଆଇଜି ଉକ୍ତ ପ୍ଲଟକୁ କିଣିବା ପାଇଁ ମନସ୍ଥ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଜମି ମାଲିକଙ୍କ ନିକଟକୁ ନେଇ ଯାଇଥିଲେ ଏବଂ ସେଠାରେ ସେମାନଙ୍କର ପ୍ଲଟ କିଣା ବିକା ନେଇ ଆଲୋଚନା ହେବା ପରେ ଜମି ମାଲିକ ଅଭିଯୋଗକାରୀଙ୍କୁ ଅଗ୍ରୀମ ୨୦ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ । ଅଭିଯୋଗକାରୀ ଆଇଜି ୨୦ ଲକ୍ଷ ଟଙ୍କା ଅଭିଯୁକ୍ତମାନଙ୍କୁ ଦେବା ପରେ ଅବଶିଷ୍ଟ ଟଙ୍କା ପ୍ଲଟର ସୀମା ନିର୍ଦ୍ଧାରଣ ପରେ ଦେବା ପାଇଁ କହିଥିଲେ । ଏହା ପରେ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କ ସହିତ ଜଟଣୀ ସବରେଜିଷ୍ଟାର ଅଫିସକୁ ଯାଇଥିଲେ ଓ ସେଠାରେ ଜମି ରେଜିଷ୍ଟ୍ରେସନ ପାଇଁ ସବୁ ଦସ୍ତାବିଜ ଦାଖଲ କରିଥିଲେ।

ଏହା ବି ପଢନ୍ତୁ...ଟ୍ରେନିଂ ନାଁରେ ଠକେଇ, ଠକାମୀର ଶିକାର ହେଲେ ୧୦୦ରୁ ଊର୍ଦ୍ଧ୍ବ ମହିଳା

ଆଇଜି କିଣି ଥିବା ପ୍ଲଟଟିର ସୀମା ନିର୍ଦ୍ଧାରଣ କରିବା ସମୟରେ ଉକ୍ତ ପ୍ଲଟଟି ଜାତୀୟ ରାଜପଥ କଡରେ ନଥିବା ଜଣାପଡିଥିଲା । ଯେଉଁଠାରେ ପ୍ଲଟର ସୀମା ନିର୍ଦ୍ଧାରଣ ହେଲା ତାହା ରାସ୍ତା ଠାରୁ ବହୁ ଦୂରରେ ଥିବାବେଳେ ସେଠାରେ କୌଣସି ସୁବିଧା ନଥିବା ଜାଣିବାକୁ ପାଇଲେ ଆଇଜି । ଅଭିଯୋଗକାରୀ ଠକାମୀର ଶିକାର ହୋଇଥିବା ଜାଣିପାରି ଏନେଇ ଭରତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଭରତପୁର ଥାନା ପୋଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ଜମି ମାଲିକଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଛି । ଅଭିଯୁକ୍ତର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେ ପୂର୍ବରୁ ଇନ୍ଫୋଭ୍ୟାଲି ଥାନାରେ ଏକ ଠକେଇ ମାମଲାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଛି ପୋଲିସ। ତେବେ କେବଳ ଦେଇ ଆଇଜି ନୁହ,ନ୍ତି ଏହିପରି ଅନେକ ଲୋକ ଠକାମୀର ଶିକାର ହୋଇଥବା ଜଣାପଡିଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.