ETV Bharat / state

Assembly Budget Session: ବିରୋଧିଙ୍କ ହଟ୍ଟଗୋଳରେ କମ୍ପିଲା ଗୃହ, ଅପରାହ୍ନ ୪ଟା ଯାଏ ମୁଲତବୀ - ବିଧାନସଭା ବଜେଟ ଅଧିବେଶନ

ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଗୃହକାର୍ଯ୍ୟ ଅପରାହ୍ନ ୪ଟା ଯାଏ ମୁଲତବୀ । ଅଧିକ ପଢନ୍ତୁ

Assembly adjourned till 11:30 AM
Assembly adjourned till 11:30 AM
author img

By

Published : Feb 22, 2023, 11:01 AM IST

Updated : Feb 22, 2023, 2:33 PM IST

Assembly Budget Session

ଭୁବନେଶ୍ବର: ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ କମ୍ପିଲା ବିଧାନସଭା । ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋ ହଲ୍ଲା କଲେ ବିରୋଧି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ବାଚସ୍ପଚିଙ୍କ ପୋଡିୟମ ସାମ୍ନାକୁ ଆସି କଂଗ୍ରେସ ବିଧାୟକ ନାରାବାଜି କଲେ । ସେପଟେ କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ଉଠାଇ ବିଜେଡି ଦଳ ସଦସ୍ୟ ମଧ୍ୟ ପ୍ରତିବାଦ କଲେ । ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପଚି ବିକ୍ରମ କେଶରୀ ଆରୁଖ । ସାଢେ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ଗୃହରେ ହୋ ହଲ୍ଲା ଚାଲିବାରୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି ।

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧି ବିଜେପି ଓ କଂଗ୍ରେସ ପ୍ଲାକାର୍ଡ ଧରି ବିରୋଧ କରିଥିଲେ । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିଲେ । ଶାସକ ଦଳର ସଦସ୍ୟ ମଧ୍ୟ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଏହାପରେ ବିଜେଡିର ମହିଳା ବିଧାୟିକାମାନେ ବାଚସ୍ପତିଙ୍କୁ ଭେଟି ସୁରକ୍ଷା ଦାବି କରିଥିଲେ । ଏନେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ନବ ଦାସ ଘଟଣାର ସିବିଆଇ ତଦନ୍ତ କରାଯାଉ । ଶାସକ ଦଳ ବାହାନା କରି ଏହି ମାମଲାରେ ଆଲୋଚନା ନକରିବା ପାଇଁ ଏପରି କରୁଛି । ଅନ୍ୟଟେ ଆଚରଣ ଏବଂ ଉଚ୍ଚାରଣରେ ବିରୋଧି ନିଜକୁ ସଜାଡନ୍ତୁ ବୋଲି କହିଛନ୍ତି ଶାସକ ଦଳ ବିଧାୟକ ଶଶି ଭୂଷଣ ବେହେରା ।

ଅନ୍ୟପଟେ ଏହି ହତ୍ୟା ମାମଲାରେ କଂଗ୍ରେସ ନେତା ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି । ଏହି ଘଟଣାରେ ବିଜୁ ଜନତା ଦଳର ଜଣେ ନେତାଙ୍କ ସମ୍ପୃକ୍ତି ରହିଛି । ସେହି ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ କହିଛନ୍ତି କଂଗ୍ରେସ ବିଧାୟକ ।

ବିରୋଧୀଙ୍କ ହୋ ହଲ୍ଲା ପରେ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ଦିନ ସାଢେ଼ ୧୧ଟାରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ପୁଣି ଗୃହରେ ହୋ ହଲ୍ଲା ଚାଲିଥିଲା । ନବ ଦାସ ଘଟଣାରେ ବିଜେଡି ସରକାର ବିରୋଧରେ ସ୍ଲୋଗାନରେ ଗୃହ କମ୍ପିଥିଲା । ହଟ୍ଟଗୋଳ ଭିତରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିଲେ । ଏହାସହିତ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।

ମଙ୍ଗଳବାର ଠାରୁ ଷୋଡଶ ବିଧାନସଭାର ଦ୍ବାଦଶ ତମ ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ମଧ୍ୟ ନବ ଦାସ ହତ୍ୟାକାଣ୍ଡ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି ବିରୋଧି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଏପରିକି ବିରୋଧି ବିଜେପି ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ କରି କକ୍ଷତ୍ୟାଗ କରିଥିଲେ । ଆଇନ ଶୃଙ୍ଖଳା ପ୍ରସଙ୍ଗରେ ହାତରେ ପ୍ଲାକାର୍ଡ ଧରି ଗୃହ ସମ୍ମୁଖରେ ପ୍ରତିବାଦ କରିଥିଲେ । ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କୁହାଯାଉଥିବା ବିଜେପି ନେତା ଅଭିଯୋଗ କରି ପ୍ରତିବାଦ କରିଥିଲେ ।

ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ ପରେ ବାଚସ୍ପତି ବୁଧବାର ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ । ଆଜି ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧି ପ୍ରବଳ ହୋହଲ୍ଲା କରିଛନ୍ତି ।

ପ୍ରକାଶଥାଉ କି, ଗତକାଲି ବିଜେପି ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ କରିବା ପରେ ବିଧାନସଭା ବାହାରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଏହି ହତ୍ୟା ପଛରେ 5T ସଚିବ ଭିକେ ପାଣ୍ଡିଆନ ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତି ସନ୍ଦେହ କରି ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ସେମାନଙ୍କ ଫୋନ ରେକର୍ଡ ଯାଞ୍ଚ ହେଉ ବୋଲି କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 22, 2023, 2:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.