ETV Bharat / state

Budget session: ଚାଷୀ ପ୍ରସଙ୍ଗରେ ବିରୋଧିଙ୍କ ନାରାବାଜି, ଚାଲି ପାରିଲାନି ପ୍ରଶ୍ନକାଳ

ବଜେଟ ଅଧିବେଶନର ଚତୁର୍ଥ ଦିନରେ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧି ପ୍ରବଳ ହଟ୍ଟଗୋଳ । ପୂର୍ବାହ୍ନ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ । ଅଧିକ ପଢନ୍ତୁ

Assembly adjourns till 11 30 am
Assembly adjourns till 11 30 am
author img

By

Published : Feb 24, 2023, 11:16 AM IST

Updated : Feb 24, 2023, 1:28 PM IST

Budget session

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ ଦିନ । ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କଲେ ବିରୋଧି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଦଳ ସଦସ୍ୟ ପୋଡିୟମ ତଳେ ନାରାବାଜି କରିଥିଲେ । ବିରୋଧିଙ୍କ ହଙ୍ଗାମା ପାଇଁ ଚାଲି ପାରିଲାନି ପ୍ରଶ୍ନକାଳ । ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ପୂର୍ବାହ୍ନ ସାଢେ ୧୧ଟା ଯାଏଁ ବିଧାନସଭା ମୁଲତବୀ ରଖାଯାଇଛି ।

ପ୍ରକାଶଥାଉ କି, ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ରାଜ୍ୟ ବଜେଟ ଆଗତ ହେବ । ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ । ଏହି ବଜେଟ ବିଜେଡି ସରକାରଙ୍କ ୫ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ଲୋକାଭିମୁଖୀ ବଜେଟ ଆଣିବେ ବୋଲି ଆଶା କରାଯାଉଛି । ବଜେଟରୁ ଫାଇଦା ପାଇଁ ସବୁ ବର୍ଗର ଲୋକେ ଆଶାବାଦୀ ଅଛନ୍ତି । ସେହିପରି ବଜେଟର ପରିମାଣ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପୂର୍ବ ଆର୍ଥିକ ବର୍ଷରେ ଏହା ୨ ଲକ୍ଷ କୋଟି ଥିଲା ।

ଏହାମଧ୍ୟ ପଢନ୍ତୁ: Odisha Budget: ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

ମଙ୍ଗଳବାର ଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧିଙ୍କ ହୋ ହଲ୍ଲାରେ ପ୍ରଥମ ଦୁଇ ଦିନ ଗୃହକାର୍ଯ୍ୟ ଚାଲିପାରିନଥିଲା । ଗତକାଲି ତୃତୀୟ ଦିନରେ ଗୃହ ସ୍ବାଭାବିକ ହୋଇଥିଲା । ଗୃହରେ ପ୍ରଶ୍ନକାଳ, ଶୂନ୍ୟକାଳ ସହ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇଥିଲା । ସେହିପରି ନବ ଦାସ ହତ୍ୟା ପ୍ରସଙ୍ଗରେ ସ୍ବତନ୍ତ୍ର ମୋସନ ଜରିଆରେ ଆଲୋଚନା ହୋଇଥିଲା ।

ପ୍ରଶ୍ନକାଳରେ ସଦସ୍ୟମାନେ ବିଭିନ୍ନ ବିଭାଗର ପ୍ରଶ୍ନ ଓ ନିଜ ନିଜ ଅଞ୍ଚଳର ସମସ୍ୟା ଉଠାଇଥିଲେ । ବିଭାଗୀୟ ମନ୍ତ୍ରୀ ସେସବୁର ଜବାବ ରଖିଥିଲେ । ସେହିପରି ପ୍ରଶ୍ନକାଳରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରଶ୍ନ ପଚାରିବାକୁ ଅନୁମତି ଦିଆନଯିବାରୁ ସେ କକ୍ଷତ୍ୟାଗ କରିଥିବା ଦେଖାଯାଇଥିଲା । ଶୂନ୍ୟକାଳରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର କ୍ୟାବିନେଟ ମନ୍ତ୍ରୀ ହତ୍ୟା ପ୍ରସଙ୍ଗ ଉଠାଇ ପୁଣିଥରେ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଆଜି ବଜେଟ ଅଧିବେଶନର ଚତୁର୍ଥ ଦିନରେ ପୁଣିଥରେ ବିରୋଧିଙ୍କ ହଟ୍ଟଗୋଳରେ ଗୃହକାର୍ଯ୍ୟ ଚାଲିପାରିନି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 24, 2023, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.