ETV Bharat / state

Budget Session: କୋଇଡା ବିଡିଓଙ୍କ ବଦଳି ଦାବିରେ ଗୃହରେ ହଙ୍ଗମା, ଗୃହ ଅଚଳ

author img

By

Published : Mar 18, 2023, 11:15 AM IST

Updated : Mar 18, 2023, 2:01 PM IST

ବିଧାନସଭାରେ କୋଇଡା ବିଡିଓ ତାତି । ବିଡିଓଙ୍କ ବଦଳି ଦାବିରେ ହୋହଲ୍ଲା କଲେ ବିରୋଧି । ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । ଅଧିକ ପଢନ୍ତୁ

ସାଢେ ୧୧ଟା ଯାଏଁ  ବିଧାନସଭା ମୁଲତବୀ
ସାଢେ ୧୧ଟା ଯାଏଁ ବିଧାନସଭା ମୁଲତବୀ
ଗୃହ ଅଚଳ

ଭୁବନେଶ୍ବର: ଚାଲିଛି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ସପ୍ତମ ଦିନରେ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । କୋଇଡା ବିଡିଓଙ୍କ ବଦଳି ଦାବିରେ ହୋହଲ୍ଲା କରିଛନ୍ତି ବିରୋଧି । ପ୍ରବଳ ହଟ୍ଟଗୋଳ ଯୋଗୁଁ ଧୋଇଯାଇଛି ପ୍ରଶ୍ନକାଳ । ସୁନ୍ଦରଗଡ ଜିଲ୍ଲା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିଧାନସଭାରେ କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି ଉପସ୍ଥାପନ କରିଥିଲେ । ଏହାକୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ସମର୍ଥନ କରିଥିଲେ । ବିରୋଧି ଦଳ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ଖୁବ୍ ହୋହଲ୍ଲା କରିଥିଲେ । ଯେଉଁ କାରଣରୁ ଚାଲି ପାରିଲାନି ପ୍ରଶ୍ନକାଳ । ଶେଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପୂର୍ବାହ୍ନ ସାଢେ ୧୧ ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ । ପରେ ଶୂନ୍ୟକାଳ ଆରମ୍ଭ ହୋଇଥିଲା । ହେଲେ ପୁଣି ହଟ୍ଟଗୋଳ ଯୋଗୁଁ ଗୃହ ୪ଟା ଯାଏ ମୁଲତବୀ ରଖାଯାଇଛି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ମନ୍ତ୍ରୀମାନେ ହେଲେ ସରକାର । ମନ୍ତ୍ରୀ ରିତା ସାହୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଯାଇ ୭୫ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଥିଲେ । ତେଣୁ ମନ୍ତ୍ରୀଙ୍କ ସମ୍ମାନ କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ବୁକ ସର୍କୁଲାର-୪୭ ବାରମ୍ବାର ଉଲ୍ଲଙ୍ଘନ ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି କଂଗ୍ରେସ ବିଧାୟକ କହିଛନ୍ତି । ଏହାସହ ମନ୍ତ୍ରୀ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗୃହରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ହୋହଲ୍ଲା କରିଥିଲେ । ବାଚସ୍ପତି ପ୍ରଥମେ ଗୃହକୁ ୧୫ ମିନିଟ ଓ ପରେ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର କୋଇଡା ବ୍ଲକ ବିଡିଓ ପଲ୍ଲବୀ ରାଣୀ ରାଜ ମନମୁଖୀ କାର୍ଯ୍ୟ କରୁଛନ୍ତି । ବିଡିଓ ବ୍ଲକର ବିକାଶ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଦୀର୍ଘ ତିନି ବର୍ଷ ହେଲା ଏମଏଲଏ ଫଣ୍ଡ ଓ ପଞ୍ଚାୟତ ସମିତି ଫଣ୍ଡ ଖର୍ଚ୍ଚ ନହୋଇ ପଡିରହୁଛି । ଯେଉଁ କାରଣରୁ ସ୍ଥାନୀୟ ଅଞ୍ଚଳର ବିକାଶ କାର୍ଯ୍ୟ ଠପ୍ ରହିଛି । ଏଭଳି ଅଭିଯୋଗ କରି କିଛି ଦିନ ତଳେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ହଜାର ହଜାର ସିଆଇଟିୟୁ କର୍ମୀ ବିଡିଓଙ୍କ ବଦଳି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଧାୟକ ଅଭିଯୋଗ ଆଣିଲା ପରେ ମଧ୍ୟ ସେ ମୋର କ'ଣ କରିବେ ବୋଲି ବିଡ଼ିଓ କହିଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ: ବିଡିଓଙ୍କ ମନମୁଖୀ କାର୍ଯ୍ୟ, ବଦଳି ପ୍ରତିବାଦରେ CITUର ବିକ୍ଷୋଭ ପ୍ରଦର୍ଶନ

ଆଜି ବିଧାନସଭାରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିଡିଓଙ୍କ ବଦଳି ପ୍ରସଙ୍ଗ ଉଠାଇଥିଲେ । ସେ ପୋଡିୟମ ତଳେ ବସି ଧାରଣା ଦେଇଥିଲେ । ବିଧାୟକ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି କରିଥିବାବେଳେ ଏହାକୁ ସମର୍ଥନ କରି କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲି ପାରିଲା ନାହିଁ । ବାଚସ୍ପତି ଆରୁଖ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ ହେଁ କେହି ଶୁଣିନଥିଲେ । ତେଣୁ ବାଧ୍ୟହୋଇ ସେ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ । ପରେ ପୁଣି ଗୃହରେ ସରକାରୀ ଅଫସରଙ୍କ ବେପରୁଆ ମନୋଭାବ ପ୍ରସଙ୍ଗ ଉଠିଥିଲା ।

ଏହାମଧ୍ୟ ପଢନ୍ତୁ: 5T Secretary Visits Nabarangpur: ନବରଙ୍ଗପୁର ଗସ୍ତରେ 5T ସଚିବ, ମାଆ ଭଣ୍ଡାର ଘରଣୀଙ୍କ ଦର୍ଶନ କଲେ

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 18, 2023, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.