ETV Bharat / state

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ 554 ହସ୍ପିଟାଲ ପଞ୍ଜିକୃତ, 29 ନୂଆ ହସ୍ପିଟାଲ୍ ପାଇଁ ଅନୁମୋଦନ

author img

By

Published : Jan 6, 2023, 11:01 PM IST

ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଯୋଜନା ବି. ଏସ.କେ. ୱାଈ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଅଧିକ ପଢନ୍ତୁ

health card facility available
health card facility available

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ହେଲେ 554 ହସ୍ପିଟାଲ । ଏଥିସହ 29ଟି ନୂଆ ହସ୍ପିଟାଲ୍ ଅନୁମୋଦନ ହୋଇଛି । ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଯୋଜନା BSKY ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ରାଜ୍ୟ ମଧ୍ୟରେ ଓ ରାଜ୍ୟ ବାହାରେ 554ଟି ସୁପର ସ୍ପେଶାଲିଟି ହସ୍ପିଟାଲକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ତେବେ ଏଥି ମଧ୍ୟରୁ 103ଟି ହସ୍ପିଟାଲ ବାହାର ରାଜ୍ୟର । ସେଗୁଡିକ ମୁଖ୍ୟତଃ ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ପ୍ରତିଷ୍ଠିତ । ରାଜ୍ୟରେ ଥିବା ଆଉ 29ଟି ସ୍ପେଶାଲ ହସ୍ପିଟାଲକୁ ତାଲିକା ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ସୁଚନା ଅନୁଯାୟୀ, ହସ୍ପିଟାଲ୍ଗୁଡ଼ିକୁ ତାଲିକା ଅନ୍ତଭୁକ୍ତ କରିବା ପୂର୍ବରୁ ସେହି ଥିରେ ଥିବା ଚିକିତ୍ସା ସୁବିଧା, ସ୍ପେଶାଲିଷ୍ଟ ଡାକ୍ତର, ଆଧୁନିକ ଯନ୍ତ୍ରପାତି, ରୋଗୀଙ୍କ ପାଇଁ ଆନୁସଙ୍ଗିକ ସୁବିଧା ଆଦିକୁ ବୈଷୟିକ ଟିମ୍ ଦ୍ଵାରା ଯାଞ୍ଚ କରାଯାଇଥାଏ। ଏହି 29ଟି ହସ୍ପିଟାଲ ପଞ୍ଜିକୃତ ହେଲେ ସମୁଦାୟ ପଞ୍ଜିକୃତ ହସ୍ପିଟାଲ୍ ସଂଖ୍ୟା 583କୁ ବୃଦ୍ଧି ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.