ETV Bharat / state

ବ୍ରାଉନସୁଗାର ଜବତ, ଜଣେ ଗିରଫ

author img

By

Published : May 10, 2022, 9:35 PM IST

ବ୍ରାଉନସୁଗାର ବିକ୍ରି ବେଳେ ମାଡ଼ି ବସିଲା ପୋଲିସ । ୨୦.୧୫ ଗ୍ରାମ ବ୍ରାଉନ ସୁଗାର ଜବତ । ଅଧିକ ପଢ଼ନ୍ତୁ

ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବଢି ଚାଲିଛି ବ୍ରାଉନସୁଗାର କାରବାର । ଯୁବପିଢ଼ିମାନେ ଏହି କାରବାର କରି ରାତାରାତି ବଡ଼ ଲୋକ ହେବାକୁ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ଏହି ବ୍ରାଉନସୁଗାର ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖି ସେମାନଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ ।

ଏହିକ୍ରମରେ ଆଜି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଭଲିଆବାଡ଼ି ହାତୀଆଶୁଣି ସାହିରେ ପହଁଞ୍ଚିଥିଲା । ସେଠାରେ ରାଜେଶ ପଟ୍ଟନାୟକ ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ପୋଲିସ ତାକୁ ଗିରଫ କରିଛି । ଏହାସହ ରାଜେଶ ଠାରୁ ୨୦.୧୫ ଗ୍ରାମ ବ୍ରାଉନ ସୁଗାର ସହ ନଗଦ ୩ ଲକ୍ଷ ୫୧ ହଜାର ୨ଶହ ଟଙ୍କା ଓ ବାଇକ ଜବତ କରିଥିବା ଆଦର୍ଶ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.