ETV Bharat / state

ଖୋର୍ଦ୍ଧାରୁ ଧଳାଜହର ଜବତ, ମହିଳା ଗିରଫ

ଖୋର୍ଦ୍ଧା ସ୍ବପ୍ନେଶ୍ବର ସାହିରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ଅବକାରୀ ବିଭାଗର ଚଢ଼ାଉ । ଏଥିରେ ୨୬ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୨୬ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

author img

By

Published : Jun 17, 2022, 6:44 PM IST

ଖୋର୍ଦ୍ଧା: ବ୍ରାଉନସୁଗାର ମାଫିଆଙ୍କ ଟାର୍ଗେଟରେ ଯୁବପିଢ଼ି । ପ୍ରତିଦିନ ସହରରୁ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହେଉଥିବା ବେଳେ ଆଜି(ଶୁକ୍ରବାର) ଏହି ବ୍ୟବସାୟରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖୋର୍ଦ୍ଧା ଅବକାରୀ ବିଭାଗ ।

ସୂଚନା ଅନୁସାରେ ଖୋର୍ଦ୍ଧା ସ୍ବପ୍ନେଶ୍ବର ସାହିରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଏଥିରେ ୨୬ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ବ୍ୟବସାୟରେ ସମ୍ପୃକ୍ତ ଥିବା ଅଶାନ୍ତି ବ୍ରହ୍ମା ନାମକ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୨ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ତେବେ ଏହି ଧଳା ଜହର ବ୍ୟବସାୟରୁ ପୋଲିସ ଓ ଅବକାରୀ ବିଭାଗର ଦୃଷ୍ଟି ହଟାଇବା ପାଇଁ ଯୁବତୀ ଓ ମହିଳାଙ୍କୁ ମୋହରା ବନାଯାଉଥିବା ଚିନ୍ତାର ବିଷୟ ପାଲଟିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.