ଖୋର୍ଦ୍ଧା: ଜିଲ୍ଲା ପାଲଟିଗଲାଣି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ । ସେଥିପାଇଁ ଜିଲ୍ଲା ଅବକାରୀ ବିଭାଗ ଘନ ଘନ ଚଢ଼ାଉ ଜାରି ରଖିଛି । ସେହିଭଳି ମଙ୍ଗଳବାର ଖୋର୍ଦ୍ଧା ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ ବେଗୁନିଆ ଥାନା ବଡ଼ବେରଣାରେ ଚଢ଼ାଉ କରି 21 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି ।
ଗିରଫ ଯୁବକ ଜଣକ ହେଲେ ବଡ଼ବେରଣା ଗ୍ରାମର ରମେଶ ପଣ୍ଡା । ସେ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନସୁଗାର ଆଣି ସେଠାରେ ବ୍ୟବସାୟ କରୁଥିବା ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୂମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଦଶ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ